/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686882879.jpg)
Cyclone Biparjoy: Strong Winds And Heavy Rain Trees & Electric Poles Uprooted
ଲ୍ୟାଣ୍ଡଫଲ୍ ସମୟରେ ଓ ପରେ ବାତ୍ୟା 'ବିପର୍ଯ୍ୟୟ' ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଗୁଜରାଟର ସୌରାଷ୍ଟ୍ର କଚ୍ଛ ଉପକୂଳରେ ଲାଣ୍ଡଫଲ୍ ଭିତରେ ବାତ୍ୟା ‘ବିପର୍ଯ୍ୟୟ’ ବ୍ୟାପକ କ୍ଷୟକ୍ଷତି ଘଟାଇଛି। ଏଥିରେ ୨ ଜଣଙ୍କ ମୃତ୍ୟୁ ହୋଇଥିବା ବେଳେ ୨୨ ଜଣ ଆହତ ହୋଇଥିବା ସୂଚନା ମିଳିଛି।
ଖାଲି ବ୍ୟାପକ କ୍ଷୟକ୍ଷତି ହୋଇନାହିଁ ବରଂ ଏ ସାମୁଦ୍ରିକ ଝଡ଼ବାତ୍ୟା ପ୍ରଭାବରେ ଗୁଜରାଟର ୧୦ଟି ଜିଲ୍ଲାବାସୀ ପ୍ରଭାବିତ ହୋଇଛନ୍ତି। ଏସବୁ ଜିଲ୍ଲାରେ ୨୨ ଜଣ ଆହତ ହୋଇଥିବା ଗୁଜରାଟର ରିଲିଫ କମିଶନର ଆଲୋକ ପାଣ୍ଡେ ସୂଚନା ଦେଇଛନ୍ତି। ୨୦ରୁ ଅଧିକ ପଶୁପକ୍ଷୀଙ୍କ ମୃତ୍ୟୁ ହୋଇଛି। ୧୪୫ କି.ମି. ବେଗରେ ପବନ ବହିବାରୁ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଛି।୯୪୦ ଗାଁ ଅନ୍ଧାରରେ ଥିବାବେଳେ ଭୁଜ୍ ଓ ଦ୍ୱାରକାରେ ବିଦ୍ୟୁତ ସରବରାହ ବନ୍ଦ ରହିଛି।
#ବିପର୍ଯ୍ୟୟ_ଘଟାଇଲା_ବିପର୍ଯ୍ୟୟ
-ଲ୍ୟାଣ୍ଡଫଲ୍ ପରେ ବିପର୍ଯ୍ୟୟ ଘଟାଇଲା ବାତ୍ୟା 'ବିପର୍ଯ୍ୟୟ'
-ଗୁଜରାଟ କଚ୍ଛ ଉପକୂଳରେ ବ୍ୟାପକ କ୍ଷୟକ୍ଷତି, ୨ ମୃତ
-୧୪୫ ବେଗରେ ପବନ ବହିବାରୁ ଉପୁଡ଼ିଲା ବିଦ୍ୟୁତ ଖୁଣ୍ଟ#CycloneBiporjoy#Cyclonepic.twitter.com/WdDxPqmNiX— ଓଟିଭି (@otvkhabar) June 16, 2023
୫୦୦ ରୁ ଅଧିକ ଗଛ ଉପୁଡ଼ି ପଡ଼ି ପଡ଼ିଛି। ଗଛ ଉପୁଡ଼ି ପଡ଼ିଥିବା ଅଞ୍ଚଳରେ ଏନଡିଆରଏଫ୍ ଟିମ୍ ପହଞ୍ଚି ରାସ୍ତାଘାଟ ସଫା କାର୍ଯ୍ୟରେ ଲାଗିଛନ୍ତି। ପ୍ରଭାବିତ ଅଞ୍ଚଳରେ ଜୋରସରରେ ଉଦ୍ଧାର କାର୍ଯ୍ୟ ଜାରି ରହିଛି। ଏବେ ଦୁର୍ବଳ ହୋଇ ରାଜସ୍ଥାନ ମୁହାଁ ବାତ୍ୟା 'ବିପର୍ଯ୍ୟୟ'।
ଗୁଜରାଟ ମାଣ୍ଡଭି ଓ ପାକିସ୍ତାନର କରାଚି ମଧ୍ୟସ୍ଥଳରେ ସୌରାଷ୍ଟ୍ର ଜଖୌ ବନ୍ଦର ନିକଟରେ ଗତକାଲି ରାତି ସାଢେ ୧୦ରୁ ସାଡେ ୧୧ଟା ଭିତରେ ବାତ୍ୟା ‘ବିପର୍ଯୟ’ ଲାଣ୍ଡଫଲ୍ କରିଥିଲା। ଏହି ସମୟରେ ଘଣ୍ଟାପ୍ରତି ୧୧୫ରୁ ୧୨୫ କିଲୋମିଟର ବେଗର ପବନ ବହିଥିଲା। ଫଳରେ ଅନେକ ସ୍ଥାନରେ ବଡ଼ ବଡ଼ ଗଛ ଓ ବିଦ୍ୟୁତ୍ ଖୁଣ୍ଟ ଉପୁଡ଼ି ପଡ଼ିଥିଲା।ସନ୍ଧ୍ୟା ପ୍ରାୟ ୭ଟା ବେଳେ ଆରମ୍ଭ ହୋଇଥିବା ଲ୍ୟାଣ୍ଡଫଲ୍ ପ୍ରକ୍ରିୟା ମଧ୍ୟରାତ୍ର ଯାଏ ଜାରି ରହିଥିଲା। ଏହାପରେ ବାତ୍ୟା ‘ବିପର୍ଯ୍ୟୟ’ ଉତ୍ତର-ପୂର୍ବ ଦିଗରେ ଗତି କରି ଧୀରେ ଧୀରେ ଦୁର୍ବଳ ହୋଇଥିବା ଆଇଏମ୍ଡି ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ସୂଚନା ଦେଇଛନ୍ତି।
ବାତ୍ୟା ଏବେ ସିଭିୟର ସାଇକ୍ଲୋନିଷ୍ଟ ଷ୍ଟର୍ମରୁ କେବଳ ସାଇକ୍ଲୋନିକ୍ ଷ୍ଟର୍ମରେ ରୁପାନ୍ତରିତ ହୋଇ ଦକ୍ଷିଣ ରାଜସ୍ଥାନ ମୁହାଁ ହୋଇଛି। ପରେ ଏହା ଡିପ୍ ଡିପ୍ରେସନରେ ପରିଣତ ହେବ। ସନ୍ଧ୍ୟା ସୁଦ୍ଧା ଏହା ରାଜସ୍ଥାନରେ ପହଞ୍ଚିବା ପରେ ସେଠାରେ ପ୍ରବଳ ବର୍ଷା ସମ୍ଭାବନା ରହିଛି। ଏହି ସମୟ ମଧ୍ୟରେ ସେଠାରେ
ଘଣ୍ଟାପ୍ରତି ୭୫ରୁ ୮୫ କିଲୋମିଟର ରହିବ ବୋଲି ଆକଳନ କରାଯାଇଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)