ଗୁଜରାଟ ଉପକୂଳ ଛୁଇଁବା ଆରମ୍ଭ କଲାଣି ସାମୁଦ୍ରିକ ଘୂର୍ଣ୍ଣିଝଡ଼ ବିପର୍ଯ୍ୟୟ । ସୌରାଷ୍ଟ୍ର ଓ କଚ୍ଛ ଅଞ୍ଚଳରେ ଆରମ୍ଭ ହୋଇଛି ସାଇକ୍ଲୋନର ଲ୍ୟାଣ୍ଡଫଲ ପ୍ରକ୍ରିୟା। ପବନର ବେଗ ବଢ଼ିବାରେ ଲାଗିଛି, ବର୍ଷା ବି ଜୋରଦାର ଛେଚୁଛି। ଘଣ୍ଟାପ୍ରତି ପ୍ରାୟ ୧୨୦ କିଲୋମିଟର ବେଗରେ ବହୁଛି ପବନ। ସେପଟେ ବିପର୍ଯ୍ୟୟ ମୁକାବିଲା ପାଇଁ ପ୍ରସ୍ତୁତ ରହିଛି ୩ ସେନା, କୋଷ୍ଟଗାର୍ଡ ଓ ବିପର୍ଯ୍ୟୟ ପ୍ରଶମନ ବାହିନୀ ।
Published By: Sarbeswar
Last updated: 15 June 2023, 09:18 PM IST
ପୋଲିସର କହିବା ଅନୁସାରେ ଶୋଇଥିବା ସମୟରେ ହଠାତ୍ ଘରେ ନିଆଁ ଲାଗିଯାଇଥିଲା । ନିଆଁ ଲାଗିବା ପରେ ମା’ ସଙ୍ଗୀତାଙ୍କ ସହ ତାଙ୍କର ପାଞ୍ଚ ପିଲା ଘର ଭିତରେ ଫସି ରହିଥିଲେ । ଘର ଭିତରୁ ବାହାରକୁ ବାହାରିବାକୁ ଉଦ୍ୟମ କରିଥିଲେ ମଧ୍ୟ ସଫଳ ହୋଇପାରିନଥିଲା ।