ସର୍ବପ୍ରଥମେ ଜଖାଉ ବନ୍ଦର ନିକଟରେ ଲ୍ୟାଣ୍ଡଫଲ କଲା ‘ବିପର୍ଯ୍ୟୟ’ । ଘଣ୍ଟାକୁ ୧୫ କିମି ବେଗରେ ଗତି କରୁଛି ‘ବିପର୍ଯ୍ୟୟ’ । ରାତି ୧୨ଟା ପର୍ଯ୍ୟନ୍ତ ଲାଗି ରହିବ ଲ୍ୟାଣ୍ଡଫଲ ପ୍ରକ୍ରିୟା । ସୌରାଷ୍ଟ୍ର ଓ କଚ୍ଛ ଉପକୂଳବର୍ତ୍ତୀ ଅଞ୍ଚଳରେ ରେଡ୍ ଆଲର୍ଟ କରାଯାଇଛି । ଗୁଜରାଟର ଅଧିକାଂଶ ଅଞ୍ଚଳରେ ପ୍ରବଳ ବର୍ଷା ଜାରି ରହିଛି । ୧୨୦ରୁ ୧୩୦ କିମି ବେଗରେ ମଧ୍ୟ ପବନ ବହୁଛି ।
Published By: Tanmay Kumar Mahalik
Last updated: 15 June 2023, 10:40 PM IST
ଅସହ୍ୟ ଗ୍ରୀଷ୍ମ ପ୍ରବାହରେ ଛଟପଟ ହେଉଛି ସାରା ଓଡ଼ିଶା। ସେ ରାଜଧାନୀ ଭୁବନେଶ୍ୱର ହେଉ କି ରୌପ୍ୟ ସହର କଟକ, ଟ୍ୱିନ୍ସିଟିରେ ସନ୍ତୁଳି ହେଇଯାଉଛନ୍ତି ଲୋକେ। ଖରା ତ ନୁହେଁ, ସତେଯେମିତି ଆକାଶରୁ ବର୍ଷୁଛି ନିଆଁ। ୪୦ ତଳକୁ ଖସିବାର ନାଁ ଧରୁନି ପାରଦର ଗ୍ରାଫ୍। ଏଭଳି ଅସ୍ୱାଭାବିକ ଗ୍ରୀଷ୍ମପ୍ରବାହକୁ ନେଇ ସମସ୍ତେ ଆତଙ୍କିତ। ତେବେ ଆସନ୍ତୁ ଭୁବନେଶ୍ୱରର କିଛି ଦୃଶ୍ୟକୁ ଦେଖିନେବା ଫଟୋ ମାଧ୍ୟମରେ।