/odishatv-khabar/media/post_attachments/uploadimage/library/16_9/16_9_0/IMAGE_1686648124.jpg)
Cyclone Biparjoy
ଗୁଜରାଟ ଉପକୂଳକୁ ମାଡ଼ି ଆସୁଛି ବାତ୍ୟା ବିପର୍ଯ୍ୟୟ । ୧୫ ତାରିଖରେ ଏହା ଗୁଜରାଟର ଜଖୌ ନିକଟରେ ଲାଣ୍ଡଫଲ କରିବାର ଆକଳନ କରାଯାଇଛି । ପାଣିପାଗ ବିଭାଗ ପକ୍ଷରୁ କୁହାଯାଇଛି, ଏହି ସମୟରେ ପବନର ବେଗ ଘଣ୍ଟାକୁ ୧୫୦ କିଲୋମିଟର ପର୍ଯ୍ୟନ୍ତ ଛୁଇଁପାରେ । ତେଣୁ ଲୋକଙ୍କୁ ସତର୍କ ରହିବାକୁ କୁହାଯାଇଛି ।
ସମୁଦ୍ରରୁ ୧୦ କିମି ଭିତରେ ଥିବା ପ୍ରାୟ ୮ ହଜାର ଲୋକଙ୍କୁ ସୁରକ୍ଷିତ ଜାଗାକୁ କରାଯାଇଛି ସ୍ଥାନାନ୍ତର। ସମୁଦ୍ର ଭିତରକୁ ନ ଯିବାକୁ ଧୀବରଙ୍କୁ କୁହାଯାଇଛି । ଆଜି ଦିଲ୍ଲୀରେ ସ୍ଥିତିର ସମୀକ୍ଷା କରିଛନ୍ତି କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହା । ଉଦ୍ଧାର ରିଲିଫ କାମ ପାଇଁ ପ୍ରଶାସନକୁ ପ୍ରସ୍ତୁତ ରହିବାକୁ ନିର୍ଦେଶ ଦେଇଛନ୍ତି ।
କଚ୍ଛ, ଜାମନଗର, ମୋରବି, ଗିର ସୋମନାଥ, ପୋରବନ୍ଦର ପରି ଜିଲ୍ଲା ଅଧିକ ପ୍ରଭାବିତ ହେବାର ଆଶଙ୍କା ଅଛି । ସେପଟେ କଚ୍ଛ ଯାଇ ରିଲିଫ ଉଦ୍ଧାର ପ୍ରସ୍ତୁତିର ତଦାରଖ କରିଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟମନ୍ତ୍ରୀ ମନସୁଖ ମାଣ୍ଡବୀୟ ।
ସେପଟେ ବାତ୍ୟା ‘ବିପର୍ଯ୍ୟୟ’ ଲ୍ୟାଣ୍ଡଫଲ୍ ପୂର୍ବରୁ ତାଣ୍ଡବ ରଚିଛି। ବର୍ଷାରେ କାନ୍ଥ ପଡ଼ି ୨ ଶିଶୁ ଓ ଗଛ ପଡ଼ି ଜଣେ ମହିଳାଙ୍କ ମୃତ୍ୟୁ ହୋଇଛି। ଅନେକ ଆହତ ମଧ୍ୟ ହୋଇଥିବା ସୂଚନା ମିଳିଛି।ସୌରାଷ୍ଟ୍ର ଓ କଚ୍ଛରେ ବାତ୍ୟାର ବେଶୀ ପ୍ରଭାବ ପଡ଼ିବା ନେଇ ଆଶଙ୍କା କରାଯାଉଛି।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)