/odishatv-khabar/media/post_attachments/uploadimage/library/16_9/16_9_0/heatwave_1686888090.jpg)
heatwave
ରାଜ୍ୟରେ ଆଜି ବି ଲାଗି ରହିବ ପ୍ରଚଣ୍ଡ ଗ୍ରୀଷ୍ଣ ପ୍ରବାହ। ୩ ଦିନ ଭୀଷଣ ତାତି ଅନୁଭୂତ ହେବ । ଆଗାମୀ ୩ ଦିନ ତାତିରେ ବିଶେଷ ପରିବର୍ତ୍ତନ ସମ୍ଭାବନା ନାହିଁ। ୧୮ ତାରିଖ ଯାଏଁ ଭୀଷଣ ଗ୍ରୀଷ୍ମ ପ୍ରବାହ ଜାରି ରହିବ । କିଛି ଜିଲ୍ଲାରେ ତାପମାତ୍ରା ସ୍ବାଭାବିକଠୁ ୫ରୁ ୭ ଡିଗ୍ରୀ ଅଧିକ ସମ୍ଭାବନା ରହିଛି । ପରବର୍ତ୍ତୀ ସମୟରେ ତାପମାତ୍ରାରେ ପରିବର୍ତ୍ତନ ହେବ । ଆଜି ସକାଳୁ ସକାଳୁ ରାଜଧାନୀରେ ଅସହ୍ୟ ଗୁଳୁଗୁଳି ଅନୁଭୂତ ହେଉଛି।
ଆଗାମୀ ୩ଦିନ ଯାଏଁ ଦିନ ତାପମାତ୍ରା ରେ ବିଶେଷ ପରିବର୍ତ୍ତନର ସମ୍ଭାବନା ନାହିଁ, ପରବର୍ତୀ ସମୟରେ କମିବ ତାତି
ପ୍ରଭାବରେ ୧୮ ଯାଏଁ ରାଜ୍ୟରେ ଭୀଷଣ ଗ୍ରୀଷ୍ମ ପ୍ରବାହ , ୧୮ ଯାଏଁ କିଛି-କିଛି ଜିଲ୍ଲାରେ ତାପମାତ୍ରା ସ୍ୱାଭାବିକ ତୁଳନାରେ ୫ ରୁ ୭ ଡ଼ିଗ୍ରୀ ଅଧିକ ରେକର୍ଡ ହେବ ସମ୍ଭାବନା
— Meteorological Centre, Bhubaneswar (@mcbbsr) June 16, 2023
ସକାଳ ୫ଟା ୩୦ ସୁଦ୍ଧା ଭୁବନେଶ୍ବର ତାପମାତ୍ରା ୩୦.୨ ଡିଗ୍ରୀରେକଡ କରାଯାଇଛି । ଆର୍ଦ୍ରତା ୯୨% ଥିବାରୁ ପ୍ରବଳ ଗୁଳୁଗୁଳି ଅନୁଭୂତ ହେଉଛି । ୧୪ ତାରିଖରେ ଉପକୂଳ ଓଡ଼ିଶାରେ ପାଗରେ ପରିବର୍ତ୍ତନ ଯୋଗୁଁ ଲୋକେ ସାମାନ୍ୟ ଆଶ୍ବସ୍ତି ଅନୁଭବ କରିବା ପରେ ଗତକାଲି ପୁଣି ହୋଇଥିଲା ଅଗ୍ନିବର୍ଷା। ପ୍ରବଳ ଗରମ ଓ ଗୁଳୁଗୁଳିରେ ସିଝିଥିଲା ସାରା ରାଜ୍ୟ। ଉପକୂଳ ଓ ପଶ୍ଚିମ ଯାଏଁ ପ୍ରଚଣ୍ଡ ତାତି ସାଙ୍ଗକୁ ଅସହ୍ୟ ଗରମ ଜନଜୀବନକୁ ପୁଣି ଅସ୍ତବ୍ୟସ୍ତ କରିଥିଲା।
ଆଜି ସକାଳ ୫ ଟା ୩୦ ସୁଦ୍ଧା ରାଜଧାନୀ ଭୁବନେଶ୍ୱର ରେ ୩୦.୨ ଡ଼ିଗ୍ରୀ ତାପମାତ୍ରା ୯୨% ଆଦ୍ରତା ରେକର୍ଡ
— Meteorological Centre, Bhubaneswar (@mcbbsr) June 16, 2023
ଗତକାଲି ପଶ୍ଚିମ ଓଡ଼ିଶାର ସବୁ ଜିଲ୍ଲାରେ ଯେମିତି ନିଆଁ ବର୍ଷା ହୋଇଥିଲା ବେଳେ ଉପକୂଳ ଓଡ଼ିଶାବାସୀଙ୍କୁ ବି ନାକେଦମ୍ କରିଛି ଗୁଳୁଗୁଳି। ପାଣିପାଗ କାର୍ଯ୍ୟାଳୟର ପୂର୍ବାନୁମାନ ଅନୁସାରେ ଏଭଳି ତାତିର ପ୍ରଭାବ ଆସନ୍ତା ୧୮ ତାରିଖ ଯାଏଁ ରହିବ। ଏହି ସମୟ ମଧ୍ୟରେ ଆଭ୍ୟନ୍ତରୀଣ ଓ ଉପକୂଳ ଓଡ଼ିଶାରେ ଭୀଷଣ ଗ୍ରୀଷ୍ଣ ପ୍ରବାହ ଅନୁଭୂତ ହେବ। ୧୮ ତାରିଖ ପରେ ରାଜ୍ୟର ଉପକୂଳବର୍ତ୍ତୀ କିଛି ଜିଲ୍ଲାରେ କାଳବୈଶାଖୀ ବର୍ଷା ହେବା ସମ୍ଭାବନା ରହିଛି।
ଆଜି ସକାଳ ୮ ଟା ୩୦ ସୁଦ୍ଧା ରେକର୍ଡ ଆଦ୍ରତା
ପୁରୀ: ୮୨%
ଚାନ୍ଦବାଲି: ୮୨%
ପାରାଦୀପ: ୮୨%
ଗୋପାଳପୁର: ୭୮%
ଭୁବନେଶ୍ୱର: ୭୩%
ବାଲେଶ୍ୱର:୬୭%
ସମ୍ବଲପୁର:୪୯%
କେନ୍ଦୁଝର:୪୯%
ହୀରାକୁଦ:୪୭%
ଝାରସୁଗୁଡା:୩୩%— Meteorological Centre, Bhubaneswar (@mcbbsr) June 16, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)