ଗତବର୍ଷ ସେଇଠି ଘାଇ ହୋଇଥିଲା, ଦେଢ଼ମାସ ତଳେ ମରାମତିରେ ୩୭ ଲକ୍ଷ ଟଙ୍କା ଖର୍ଚ୍ଚ ବି ହେଲା । ଆଜି ପୁଣି ସେଠି ୨୦ ଫୁଟ୍ ରୁ ଅଧିକ ଚଉଡ଼ା ଘାଇ ମେଲି ଗାଁଗଣ୍ଡାରେ ବଢ଼ି ପାଣି ପଶିଯାଇଛି। ଜଗତସିଂହପୁର ଜିଲ୍ଲା କୁଜଙ୍ଗ ତେରମାଣପୁରରେ ଗାଁ ନିକଟରେ ମହାନଦୀରେ ପୁଣି ବିରାଟ ଘାଇ ଏ ସ୍ଥିତି ସୃଷ୍ଟି କରିଛି
ବର୍ଷା ଥମିଛି, ମହାନଦୀ ତଳମୁଣ୍ଡରେ ଜଳ ପ୍ରବାହ ସାମାନ୍ୟ ହ୍ରାସ ବି ପାଇଛି। କିନ୍ତୁ, ବଢ଼ିଛି ଲୋକଙ୍କ ଦୁର୍ଦ୍ଦଶା। କାରଣ ମହାନଦୀ, ବୈତରଣୀ, ବ୍ରାହ୍ମଣୀର ଶାଖାନଦୀର ବନ୍ୟାପାଣି ଗାଁ ଗାଁରେ ପଶିଛି। ଫଳରେ ୨ଦିନ ହେଲା ଜଳବନ୍ଦୀ ଜୀବନ ଜୀଉଁଛନ୍ତି ଲୋକେ। ଏପରିକି କେଉଁଠି ଘାଇ ହୋଇଛି, ତ ଆଉ କେଉଁଠି ଜୀବନ ନେଇଛି ବର୍ଷର ଏହି ପ୍ରଥମ ବନ୍ୟା
ଯେଉଁଠି କିଛି ଦିନ ତଳେ ଧାନ ରୋଇଥିଲେ, ଆଜି ଉଜୁଡ଼ି ଯାଇଥିବା କେଣ୍ଡାକୁ ଧରି ବସିଛନ୍ତି ଚାଷୀା ଆଣ୍ଠୁଏ ଉଚ୍ଚର ପାଣି ସଜ ପରିବାକୁ ନଷ୍ଟ କରିଛିା ବାଇଗଣଠୁ ଆରମ୍ଭ କରି କଖାରୁ, କଦଳୀରୁ କଲରା ସବୁ କିଛି ଉଜାଡ଼ି ଦେଇଛି ବଢ଼ିଲା ନଈା
ସାଳନ୍ଦୀରେ ପାଣି ଆସିବା ଯୋଗୁଁ ଭଦ୍ରକ ବ୍ଲକର ଦୁଇ ପଞ୍ଚାୟତ ବନ୍ୟାରେ ପ୍ରଭାବିତ ହୋଇଛି । ଭଣ୍ଡାରିପୋଖରୀ ବ୍ଲକ ଓ ଧାମନଗର ବ୍ଲକରେ ଅନେକ ସ୍ଥାନ ଓ ଗାଁ ଜଳବନ୍ଦୀ ହୋଇଛି ।
ଧୁଷୁରୀ, ଅସୁରାଳି, କଶିମପୁର, ହାସନାବାଦ, ପଙ୍ଗଟା, ଫଳପୁର, ଆଦି ପଞ୍ଚାୟତ ପ୍ରଭାବିତ ହୋଇଛି ।
ଉତ୍ତରବାଙ୍କୀ ଓ ତିଗିରିଆ ବ୍ଲକର ୯ଟି ପଞ୍ଚାୟତର ଶହଶହ ଏକର ଚାଷଜମି ଜଳମଗ୍ନ ହୋଇପଡ଼ିଛି। ନୟାଗଡ଼ ଜିଲ୍ଲାରେ ଗାଁ ସହିତ ବିଲବାଡ଼ି, ରାସ୍ତାଘାଟ, ପୋଲ ବି ବୁଡ଼ିଛି ।
ମହାନଦୀରେ ୨୦ ଫୁଟର ଘାଇ ସୃଷ୍ଟି ହେବା ଯୋଗୁ ଗାଁ ଜଳବନ୍ଦୀ ହୋଇଛି। କୁଜଙ୍ଗ ବ୍ଲକ୍ ଅନ୍ତର୍ଗତ ତେରମାଣପୁର ଗାଁ ନିକଟରେ ଏହି ଘାଇ ସୃଷ୍ଟି ହୋଇଛି।
ଉଛୁଳୁଛି ମହାନଦୀ। ସୁ ସୁ ହୋଇ ମାଡ଼ି ଚାଲିଛି ବଢ଼ିପାଣି । କେଉଁଠି କରାଳ ରୂପ ନେଇ ନଈରେ ଚାଲିଛି, ତ କେଉଁଠି ଘାଇ ଭାଙ୍ଗି, ବନ୍ଧ ଡେଇଁ ଗାଁ ଗାଁରେ ପଶିଲାଣି। ଯୋଗାଯୋଗ ବିଚ୍ଛିନ୍ନ ହେଲାଣି। ଭୟ ମାଡ଼ି ବସିଲାଣି। ପ୍ରବଳ ବର୍ଷା ପରେ ମହାନଦୀ ଫୁଲିବା ପରଠୁ ସୋନପୁର, ବୌଦ୍ଧ, ନୟାଗଡ଼ ଓ କଟକରେ ତାଉ ଦେଖେଇବା ଆରମ୍ଭ କରିଦେଇଛି ବନ୍ୟା ।
ମୁଣ୍ଡୁଳିରୁ ସାଢ଼େ ୯ ଲକ୍ଷ କ୍ୟୁସେକ୍ ପାଣି ପ୍ରବାହିତ । ପୁରୀ, କେନ୍ଦ୍ରାପଡ଼ା ଓ ଜଗତସିଂହପୁରକୁ ନେଇ ଚିନ୍ତା ।
ବର୍ଷାର କରାଳ ରୂପରେ ଅସ୍ତବ୍ୟସ୍ତ ଚୀନ୍ । ୧୮୮୩ ମସିହା ପରେ ସର୍ବାଧିକ ବର୍ଷା ହୋଇଛି ।
SRC ତାଙ୍କ ସୂଚନାରେ ଆହୁରି କହିଛନ୍ତି ଯେ, ସମ୍ଭାବ୍ୟ ବନ୍ୟା ପାଇଁ ମହାନଦୀ ସିଷ୍ଟମର ୭ ଜିଲ୍ଲାରେ ପ୍ରସ୍ତୁତି ହୋଇଛି । ଏଥିଲାଗି ୨୩ ଓଡ୍ରାଫ୍, ୮ ଏନ୍ଡିଆର୍ଏଫ୍ ଓ ୬୨ଟି ଅଗ୍ନିଶମ ଟିମ୍ ମୁତୟନ କରାଯାଇଛି ।
ବନ୍ୟା ସ୍ଥିତି ମୁକାବିଲା ନେଇ SRCଙ୍କ ଗୁରୁତ୍ୱପୂର୍ଣ୍ଣ ବୈଠକ । ଜଳସମ୍ପଦ ଅଧିକାରୀଙ୍କ ସହ ଅନ୍ୟ ବିଭାଗୀୟ ଅଧିକାରୀ ଉପସ୍ଥିତ । ତଳିଆ ଅଞ୍ଚଳଗୁଡ଼ିକରେ ଏନଡିଆରଏଫ, ଓଡ୍ରାଫ ଟିମ୍ ମୁତୟନ ।
ରାଧାଦେଇପୁର ପଞ୍ଚାୟତ ନୂଆପଡ଼ା ଗାଁର ୨ଜଣ ଯୁବକ ଫସିରହିଥିବା ଜଣାପଡ଼ିଛି । ଉଭୟ ଯୁବକ ନଦୀରେ ଏକ ମେଗା ପ୍ରୋଜେକ୍ଟର ସିକ୍ୟୁରିଟି ଗାର୍ଡ ଭାବେ କାମ କରୁଥିଲେ ।
ତଳିଆ ଅଞ୍ଚଳ ଲୋକଙ୍କୁ ଉଚ୍ଚ ସ୍ଥାନକୁ ଆସିବାକୁ ପରାମର୍ଶ । ଭଣ୍ଡାରି ପୋଖରୀରୁ ଯାଜପୁରକୁ ଯୋଗାଯୋଗ ବିଚ୍ଛିନ୍ନ ।
ଲଗାଣ ବର୍ଷା ଯୋଗୁଁ ବିଭିନ୍ନ ଜିଲ୍ଲାରେ ବନ୍ୟା ସ୍ଥିତି । ବହୁ ଅଞ୍ଚଳ ମଧ୍ୟରେ ଯୋଗାଯୋଗ ବିଚ୍ଛିନ୍ନ ।
ଲଗାଣ ବର୍ଷା ଓ ବନ୍ୟା ସ୍ଥିତି ଯୋଗୁଁ ଆସନ୍ତାକାଲି ସ୍କୁଲ ଛୁଟି ଘୋଷଣା ହୋଇଛି । ରାଜ୍ୟର ୯ଟି ଜିଲ୍ଲାରେ ସରକାରୀ ଓ ବେସରକାରୀ ସ୍କୁଲ ଗୁଡ଼ିକ ଆସନ୍ତାକାଲି ଛୁଟି ରହିବ ।
କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ମଧ୍ୟରେ ଯୋଗାଯୋଗ ବି ଠପ୍ ହୋଇଛି । ବୌଦ୍ଧ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶି ଜୀବନ ଅସ୍ତବ୍ୟସ୍ତ କରିଛି ।
କୁରୁମୁଣ୍ଡା ନାଳ ଉପରେ ପାଞ୍ଚ ଫୁଟ ବନ୍ୟା ପାଣି ପ୍ରବାହିତ ହେଉଥିବାରୁ ମନମୁଣ୍ଡା-ଶଗଡା ମଧ୍ୟରେ ଯୋଗାଯୋଗ ବି ଠପ୍ ହୋଇଛି । ବୌଦ୍ଧ ଜିଲ୍ଲାର ହଜାର ହଜାର ହେକ୍ଟର ଚାଷଜମି ଜଳମଗ୍ନ ହୋଇଛି । ସହରର ତଳିଆ ଅଞ୍ଚଳରେ ବର୍ଷା ପାଣି ଲୋକଙ୍କ ଘରେ ପଶି ଜୀବନ ଅସ୍ତବ୍ୟସ୍ତ କରିଛି ।
ପ୍ରବଳରୁ ଅତି ପ୍ରବଳ ବର୍ଷା ଲାଗି ରହିବ ଫଳରେ ଜନଜୀବନ ଅସ୍ତବ୍ୟସ୍ତ ହୋଇଛି ।
ସନ୍ଧ୍ୟା ସୁଦ୍ଧା ଆଖୁଆପଦାରେ ବନ୍ୟାଜଳ ବିପଦ ସଙ୍କେତ ଟପିବ। ତେଣୁ ବୈତରଣୀ ନଦୀକୁ ଛାଡ଼ିଦେଲେ ଅନ୍ୟ ନଦୀରେ ବନ୍ୟା ସ୍ଥିତି ନାହିଁ।
ଆଗାମୀ ଦୁଇ ଦିନ ଅଧିକରୁ ଅଧିକ ବର୍ଷା ଆଶଙ୍କା ଥିବାରୁ କେନ୍ଦୁଝର ଓ ସମ୍ୱଲପୁରରେ ଓଡ୍ରାଫ ଟିମ୍ ସହ ଭଦ୍ରକ ଓ ଯାଜପୁରରେ NDRF ଟିମ ମୁତୟନ ରହିବେ।
ପ୍ରବଳ ବର୍ଷା ଯୋଗୁଁ ଅନୁଗୁଳ ସହରର ବିଭିନ୍ନ ଅଞ୍ଚଳ ଜଳାର୍ଣ୍ଣବ ହୋଇଛି । ସହରର ବିଭିନ୍ନ ତଳିଆ ଅଞ୍ଚଳରେ ବର୍ଷାଜଳ ପ୍ରବାହିତ ହେଉଥିବା ଦେଖିବାକୁ ମିଳିଛି । ସହରର ବ୍ରାହ୍ମଣଦେଇପଡ଼ା ସହ ଏକାଧିକ ୱାର୍ଡରେ ପଶିଛି ପାଣି ।
ବୌଦ୍ଧରେ ସର୍ବାଧିକ ୩୯୦ ମିଲିମିଟର ବର୍ଷା । ଗତ ୨୪ ଘଣ୍ଟାରେ ବୌଦ୍ଧରେ ସର୍ବାଧିକ ୩୯୦.୬ ମିମି ବର୍ଷା ରେକର୍ଡ । ସେହିପରି ୨୦ଟି ସ୍ଥାନରେ ପ୍ରବଳରୁ ଅତିପ୍ରବଳ ବର୍ଷା ହୋଇଛି । ୫୦ଟି ସ୍ଥାନରେ ଅତିପ୍ରବଳ, ୬୧ଟି ସ୍ଥାନରେ ପ୍ରବଳ ବର୍ଷା ରେକର୍ଡ କରାଯାଇଛି
ରାଜ୍ୟରେ ଲଗାଣ ବର୍ଷା ସ୍ଥିତି ନେଇ SRCଙ୍କ ସମୀକ୍ଷା । ବିଭିନ୍ନ ଜିଲ୍ଲାର ସ୍ଥିତିକୁ ନେଇ ଜିଲ୍ଲାପାଳଙ୍କ ସହ ଆଲୋଚନା କରିଛନ୍ତି ଏସଆରସି । ପ୍ରଭାବିତ ଲୋକଙ୍କୁ ଆବଶ୍ୟକୀୟ ସହାୟତା ଯୋଗାଇ ଦେବାକୁ ଏସଆରସି ନିର୍ଦ୍ଦେଶ ଦେଇଛନ୍ତି। ଆବଶ୍ୟକ ସ୍ଥଳେ ରାସ୍ତା କ୍ଲିଅର କରିବାକୁ ଟିମ୍ ମୁତୟନ କରିବାକୁ ନିର୍ଦ୍ଦେଶ ଦେଇଛନ୍ତି ଏସଆରସି
ଏତେ ପ୍ରବଳ ବର୍ଷା ହୋଇଛି ଯେ ଘରେ ଘରେ ପାଣି ପଶିଯାଇଛି । ରାସ୍ତାରେ ପାଣିର ସୁଅ । ଉଠି ଆସିଛନ୍ତି ମାଛ