Advertisment

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା !!

ସମୁଦ୍ରରେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବ।

author-image
Manoranjan Behera
Cyclone Alert

Cyclone Alert

ବଙ୍ଗୋପସାଗରରେ ବାତ୍ୟା ଆଶଙ୍କା। ବଙ୍ଗୋପସାଗରରେ ଦୁର୍ବଳ ବାତ୍ୟା ସୃଷ୍ଟି ହେବା ସମ୍ଭାବନା ରହିଛି। ଏ ନେଇ ସୂଚନା ଦେଇଛନ୍ତି ପାଣିପାଗ ବିଜ୍ଞାନୀ ଉମାଶଙ୍କର ଦାସ। ଆଜି ରାତିରେ ଅବପାତ ଗଭୀର ଅବପାତର ରୂପ ନେବା ସହ କାଲି ମଧ୍ୟରାତ୍ର ସୁଦ୍ଧା ଦୁର୍ବଳ ବାତ୍ୟାର ରୂପ ନେଇପାରେ।

Advertisment

ସମୁଦ୍ରରେ ପବନର ବେଗ ସର୍ବାଧିକ ୮୦ କିମି ରହିପାରେ। ୨୭ ତାରିଖ ଯାଏଁ ସମୁଦ୍ର ଅଧିକ ଅଶାନ୍ତ ରହିବ। ଏଥିଲାଗି ୨୭ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ର ବାରଣ କରାଯାଇଛି। ତେବେ ଓଡ଼ିଶା ଉପରେ ବିଶେଷ ପ୍ରଭାବ ରହିବା ସମ୍ଭାବନା ନାହିଁ। ୨୪ ଓ ୨୫ 
ତାରିଖରେ ବର୍ଷାର ବିସ୍ତୃତି ସାମାନ୍ୟ ବଢ଼ିବ ବୋଲି ପାଣିପାଗ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି।

ପଶ୍ଚିମ-କେନ୍ଦ୍ରୀୟ ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର ଅବପାତରେ ପରିଣତ ହୋଇଛି। ବର୍ତ୍ତମାନ ପାରାଦୀପଠୁ ଦକ୍ଷିଣରେ ୬୧୦ କିମି ଦୂରରେ ଏହା କେନ୍ଦ୍ରୀଭୂତ ଅଛି। ୨୪ ଘଣ୍ଟାରେ ଏହା ଗଭୀର ଅବପାତର ରୂପ ନେବା ସମ୍ଭାବନା ରହିଛି। ମଧ୍ୟାହ୍ନ ଠାରୁ ଗତିପଥ ପରିବର୍ତ୍ତନ କରି ଉତ୍ତର- ଉତ୍ତରପୂର୍ବ ମୁହାଁଇବ। ଏହା ଉତ୍ତର-ଉତ୍ତରପୂର୍ବ ଦିଗରେ ବାଂଲାଦେଶ-ପଶ୍ଚିମବଙ୍ଗ ଉପକୂଳ ମୁହାଁ ସମ୍ଭାବନା ରହିଛି।

Advertisment
Cyclone Alert
Advertisment
Advertisment