Advertisment

ବଙ୍ଗୋପସାଗରରେ ଦାନା ବାନ୍ଧୁଛି ବାତ୍ୟା 'ହାମୁନ୍', ଦଶହରା ଓ ଭସାଣ ଉତ୍ସାହକୁ ଫିକା କରିବା ଆଶଙ୍କା

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ।

author-image
Santosh Kumar Sahoo
undefined

Cyclone

ଏଥର ଅକ୍ଟୋବରରେ ବି ବାତ୍ୟାକୁ ଜନ୍ମଦେବ ବଙ୍ଗୋପସାଗର । ସୃଷ୍ଟି ହେବ ବାତ୍ୟା ‘ହାମୁନ୍’ । ଦଶରା ବେଳେ ଭାରତୀୟ ପାଣିପାଗ ବିଭାଗର ଏହି ଆକଳନ ଓଡ଼ିଶାବାସୀଙ୍କୁ ପୁଣି ଚିନ୍ତା ଓ ଆଶଙ୍କାରେ ପକାଇଥିବା ବେଳେ, ଆଶ୍ୱସ୍ତିର ବିଷୟ ହେଉଛି ଏହା ଓଡ଼ିଶା ଆଡ଼କୁ ଆସିବନି। ପୂର୍ବାନୁମାନ ଅନୁସାରେ, ଏହା ବାଂଲାଦେଶ ଓ ସନ୍ନିକଟ ପଶ୍ଚିମବଙ୍ଗ ଆଡ଼କୁ ଯିବ ଏବଂ ସେଠାରେ ଅଧିକ ପ୍ରଭାବ ପକାଇବ। ତେବେ ଓଡ଼ିଶାରେ କାଲିଠୁ ୩ ଦିନ କେବଳ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହେବ ବୋଲି ଆକଳନ କରାଯାଇଛି। ଅନ୍ୟପକ୍ଷରେ ୨୪ ତାରିଖ ଅର୍ଥାତ ଦଶହରାରେ ପବନର ବେଗ ବଢିବାର ଆଶଙ୍କା ଥିବାରୁ ପୂଜା ପେଣ୍ଡାଲ କ୍ଷତିଗ୍ରସ୍ତ ହୋଇପାରେ।

Advertisment

ବଙ୍ଗୋପ ସାଗରରେ ଦାନା ବାନ୍ଧୁଛି ସମ୍ଭାବ୍ୟ ଘୂର୍ଣ୍ଣିଝଡ଼। କାଲି ବାତ୍ୟା ବନିବା ପରେ ଏହାର ନାଁ ରହିବ 'ହାମୁନ୍'। ଇରାନ ଦେଇଥିବା ଏହି ନାଁର ଅର୍ଥ ମରୁଭୂମିର ଜଳାଶୟ। ବଙ୍ଗୋପସାଗରରେ ସୃଷ୍ଟି ହୋଇଥିବା ଲଘୁଚାପ କ୍ଷେତ୍ର କାଲି ରାତିରେ ଅବପାତରେ ପରିଣତ ହୋଇଥିବା ବେଳେ, ଏହା ଅଧିକରୁ ଅଧିକ ଘନିଭୂତ ହୋଇ ଆସନ୍ତାକାଲି ଘୂର୍ଣ୍ଣିବାତ୍ୟାର ରୂପ ନେବ ବୋଲି ଆକଳନ କରିଛି ଭାରତୀୟ ପାଣିପାଗ ବିଭାଗ। ତେବେ ଏହା ଓଡ଼ିଶାକୁ ଆସିବନି।

ଉତ୍ତର-ଉତ୍ତର ପୂର୍ବ ଦିଗରେ ଗତି କରି ବାଂଲାଦେଶ ଓ ନିକଟବର୍ତ୍ତୀ ପଶ୍ଚିମବଙ୍ଗ ତଟ ଆଡ଼କୁ ମୁହାଁଇବ। ତେବେ ଏହା ପ୍ରଭାବରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ପଡ଼ୋଶୀ ପଶ୍ଚିମବଙ୍ଗରେ ୨୩ରୁ ୨୫ ତାରିଖ ଯାଏଁ ସ୍ୱଳ୍ପରୁ ମଧ୍ୟମ ଧରଣର ବର୍ଷା ହୋଇପାରେ। କେବଳ ଉପକୂଳ ଓଡ଼ିଶା ନୁହେଁ, ଆସନ୍ତାକାଲି କେନ୍ଦୁଝର, ମୟୂରଭଞ୍ଜ, ଅନୁଗୁଳ, ଢେଙ୍କାନାଳ, ବୌଦ୍ଧ, କନ୍ଧମାଳ, ରାୟଗଡ଼ା, କୋରାପୁଟ ଓ ମାଲକାନଗିରି ଜିଲ୍ଲା ଏବଂ ୨୪ ଓ ୨୫ରେ କେନ୍ଦୁଝର, ମୟୂରଭଞ୍ଜ ଓ ଢେଙ୍କାନାଳ ଜିଲ୍ଲାରେ ମଧ୍ୟ ସ୍ୱଳ୍ପରୁ ମଧ୍ୟମ ବର୍ଷା ହେବାର ସମ୍ଭାବନା ରହିଛି । ଏଥିସହ ୨୪ ତାରିଖ ଅର୍ଥାତ ଦଶହରାରେ ଉପକୂଳବର୍ତ୍ତୀ ଓଡ଼ିଶା ଓ ସନ୍ନିକଟ ପଶ୍ଚିମବଙ୍ଗରେ ପବନ ଘଣ୍ଟାପ୍ରତି ୪୫ରୁ ୫୫ ଓ ବେଳେ ବେଳେ ୬୫ କିଲୋମିଟର ବେଗରେ ବହିପାରେ ବୋଲି ସତର୍କ କରିଛନ୍ତି ଆଇଏମ୍‌ଡି ଡିଜି।

Advertisment

ସେ ୧୯୯୯ ମହାବାତ୍ୟା ହେଉ ଅବା ଫାଇଲିନ୍, ଅକ୍ଟୋବର ମାସରେ ବଙ୍ଗୋପସାଗରରେ ବାତ୍ୟା କିଛି ନୂଆ କଥା ନୁହେଁ। ଓଡ଼ିଶା ପୂର୍ବରୁ ଅନେକ ଥର ଏହାର ମାଡ଼ ସହିଛି। ତେବେ ଏଥର ଯଦିଓ ‘ହମୁନ୍’ ନିଶାନାରେ ଓଡ଼ିଶା ନାହିଁ, ତଥାପି ବର୍ଷା ଓ ପବନ ଦଶରା ମଉଜ ବିଗାଡ଼ିବାର ଯଥେଷ୍ଟ ଆଶଙ୍କା ରହିଛି। ଭାରତୀୟ ପାଣିପାଗ ବିଭାଗ ଓଡ଼ିଶାକୁ ୨୪, ୨୫ ଓ ୨୬ ତାରିଖ ଅର୍ଥାତ୍ ଦଶରା, ଭସାଣ ଓ ତା ପରଦିନ ପାଇଁ ୟେଲୋ ୱାର୍ଣ୍ଣିଂ ଜାରି କରିଛି। ଉପକୂଳବର୍ତ୍ତୀ ଅଞ୍ଚଳରେ ଘଣ୍ଟାପ୍ରତି ୪୫ରୁ ୫୫ କିଲୋମିଟର ବେଗରେ ପବନ ବହିବାକୁ ଥିବାରୁ, ପୂଜା ପେଣ୍ଡାଲ କ୍ଷତିଗ୍ରସ୍ତ ହେବାର ଆଶଙ୍କା ଥିବା କହିଛନ୍ତି ଆଇଏମଡି ମହାନିର୍ଦ୍ଦେଶକ । ଅନ୍ୟପକ୍ଷରେ ପୂଜା କମିଟିମାନେ ମଧ୍ୟ ଏ ଦିଗରେ ସମସ୍ତ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରିବେ ବୋଲି କହିଛନ୍ତି।

ଆଉ ଇଏ ପାରାଦୀପର ଦୃଶ୍ୟ। ଷଣ୍ଢକୁଦ, ନୂଆବଜାର, ଲକପଡ଼ା, ବାଲିପ୍ଲଟ୍, ନେହରୁ ବଙ୍ଗଳା, ଫିସିଂ ହାର୍ବର ଓ ଚୌମୁହାଣି ଆଦି ଅଞ୍ଚଳରେ ଡାକବାଜି ଯନ୍ତ୍ରରେ ମତ୍ସ୍ୟଜୀବୀଙ୍କୁ ସତର୍କ କରିଛି ମତ୍ସ୍ୟ ବିଭାଗ। ସମୁଦ୍ର ଅଶାନ୍ତ ଥିବାରୁ ଆଜିଠୁ ୨୬ ତାରିଖ ଯାଏଁ ମତ୍ସ୍ୟଜୀବୀଙ୍କୁ ସମୁଦ୍ରକୁ ନଯିବା ପାଇଁ ଏବଂ ଯେଉଁମାନେ ସମୁଦ୍ର ଭିତରେ ଅଛନ୍ତି, ସେମାନଙ୍କୁ ଆଜିସୁଦ୍ଧା ଫେରିଆସିବା ପାଇଁ ସତର୍କ କରାଯାଇଛି । ସେପଟେ ଆରବ ସାଗରରେ ସୃଷ୍ଟି ହୋଇଥିବା ବାତ୍ୟା 'ତେଜ୍' ୨୪ ତାରିଖରେ ୟେମେନ୍ ଓ ସନ୍ନିକଟ ଓମାନ ତଟରେ ଲ୍ୟାଣ୍ଡଫଲ କରିବ ।

Odisha Cyclone Threat To Odisha Bay Of Bengal
Advertisment
Advertisment