• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ଭିଜିବ ଦଶହରା ! ଷଷ୍ଠୀରୁ ଆରମ୍ଭ ହୋଇଯିବ ବର୍ଷା । କାହିଁକି ନା ବଙ୍ଗୋପସାଗରରେ ଦାନା ବାନ୍ଧୁଛି ଲଘୁଚାପ । ଆଇଏମଡିର ସଦ୍ୟତମ ଆକଳନ କହୁଛି ଆସନ୍ତା ୨୦ ତାରିଖ ସୁଦ୍ଧା ବଙ୍ଗୋପସାଗରରେ ଲଘୁଚାପ କ୍ଷେତ୍ର ସୃଷ୍ଟି ହୋଇପାରେ । ଏହାପରେ ଲଘୁଚାପ କ୍ଷେତ୍ରଟି ପଶ୍ଚିମ-ଉତ୍ତରପଶ୍ଚିମ ଦିଗକୁ ଗତି କରିବ । ଏହାର ପ୍ରଭାବରେ ୨୦ ଅର୍ଥାତ ଷଷ୍ଠୀରୁ ଆରମ୍ଭ ହୋଇଯିବ ବର୍ଷା । ପାଣିପାଗ ବିଜ୍ଞାନୀ ଡକ୍ଟର ଶରତ ସାହୁଙ୍କ ଆକଳନ ଅନୁସାରେ, ପ୍ରଥମେ ଉପକୂଳ ଏବଂ ଦକ୍ଷିଣ ଓଡ଼ିଶା ଜିଲ୍ଲାଗୁଡିକରେ ବର୍ଷା ଦେଖିବାକୁ ମିଳିବ ।

ପରେ ପଶ୍ଚିମ ଏବଂ ଉତ୍ତର ପଶ୍ଚିମ ଦିଗକୁ ଗତି କଲେ ଉପକୂଳ ଏବଂ ଉତ୍ତର ଓଡିଶା ଜିଲ୍ଲା ଗୁଡିକରେ ବର୍ଷାର ପରିମାଣ ବଢିବାର ସମ୍ଭାବନା ରହିଛି । ବିଶେଷ କରି ଗଞ୍ଜାମ, ଗଜପତି, ରାୟଗଡା, କନ୍ଧମାଳ, ନୟାଗଡ, ପୁରୀ, ଖୋର୍ଦ୍ଧା, କଟକ, ଢେଙ୍କାନାଳ, କେନ୍ଦ୍ରାପଡା, ଭଦ୍ରକ, ବାଲେଶ୍ୱର, ଯାଜପୁର, ମୟୂରଭଞ୍ଜ, କେନ୍ଦୁଝର ଜିଲ୍ଲାରେ ସମ୍ଭାବ୍ୟ ଲଘୁଚାପ ପ୍ରଭାବରେ ବର୍ଷା ସମ୍ଭାବନା ରହିଛି । ତେବେ ପରବର୍ତ୍ତୀ ସମୟରେ ଲଘୁଚାପ କ୍ଷେତ୍ର କେତେ ଘନୀଭୂତ ହେବ ଏବଂ ପ୍ରଭାବ କେମିତି ରହିବ ତାହା ଏବେଠୁ ଆକଳନ କରିନି ଆଇଏମ୍ଡି । ଯଦିଓ ୨୭ ଯାଏଁ ଓଡିଶାରେ ଲଘୁଚାପର ପ୍ରଭାବ ରହିବ କିନ୍ତୁ ନବମୀ ଏବଂ ଦଶମୀ ଅର୍ଥାତ ୨୩ ଓ ୨୪ ତାରିଖରେ ବର୍ଷାର ପରିମାଣ କେଉଁ ସ୍ଥାନରେ କେତେ ରହିବ ତାହା ଲଘୁଚାପ କ୍ଷେତ୍ର ସୃଷ୍ଟି ହେବା ପରେହିଁ ଆକଳନ କରାଯିବ ।

ଏପଟେ ଆଇଏମଡିର ଆକଳନକୁ ନେଇ ଚିନ୍ତାରେ ବିଭିନ୍ନ ପୂଜା କମିଟି । ଗତବର୍ଷ ବର୍ଷାରେ କେଉଁଠି ତୋରଣ ଭାଙ୍ଗିଥିଲା ତ କେଉଁଠି ମଣ୍ଡପରେ ପଶିଥିଲା ପାଣି । ଏମିତି କି ଭସାଣ ବି ପ୍ରଭାବିତ ହୋଇଥିଲା । ଯେଉଁଥି ପାଇଁ ଏଥର ବି ବର୍ଷା ଆଶଙ୍କା ପରେ ପୂର୍ବ ଚିତ୍ର ସବୁ ମନେ ପକାଉଛନ୍ତି ପୂଜା କମିଟି । ଯଦିଓ ୬୦ରୁ ୭୦ କିଲୋମିଟର ବେଗର ପବନକୁ ଆଖି ଆଗରେ ରଖି ତୋରଣ ପ୍ରସ୍ତୁତି କରାଯାଇଛି । ମଣ୍ଡପରେ ଭଲ କରି ପାଲ ବି ବନ୍ଧା ଯାଇଛି । ହେଲେ ଯଦି ବର୍ଷା ଅଧିକ ହୁଏ ଜଳବନ୍ଦୀ ସମସ୍ୟା ଟେନସନ ହୋଇପାରେ ।

ଅକ୍ଟୋବର ହେଉଛି ବାତ୍ୟାର ମାସ । ୯୯ର ମହାବାତ୍ୟାଠୁ ଆରମ୍ଭ କରି ୨୦୧୩ରେ ଫାଇଲିନ ୧୪ରେ ହୁଡ୍‌ହୁଡ୍ ଯାଏଁ ସବୁ ଆକ୍ଟୋବରରେ ଆସିଛି । ଯଦିଓ ଏ ଯାଏଁ ବାତ୍ୟ ନେଇ କୌଣସି ଆକଳନ ହୋଇନି ହେଲେ ଲଘୁଚାପ କଥା ଶୁଣିବା ପରଠାରୁ ଲୋକଙ୍କ ମନରେ ଛାନିଆ ପଶିଲାଣି ।

  • Reported by:
  • DEBASHISH MOHANTY , SOUMYA RANJAN SAHOO , NIRANJAN REDDY