Advertisment

'ବାତ୍ୟା ଯିବ ବାଂଲା, ଓଡ଼ିଶାକୁ ଭୟ ନାହିଁ'

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର ।

author-image
Manoranjan Behera
ଅଦ୍ୟତନ ହୋଇଛି
Cyclone Warning

Cyclone Warning

ଆଜି ସନ୍ଧ୍ୟା ସୁଦ୍ଧା ଗଭୀର ଅବପାତ ବାତ୍ୟାର ରୂପ ନେବ । ଏନେଇ ସୂଚନା ଦେଲେ IMD ଡିଜି ମୃତ୍ୟୁଞ୍ଜୟ ମହାପାତ୍ର । ଓଡ଼ିଶାରେ ସେପରି କିଛି ପ୍ରଭାବ ପଡ଼ିବ ନାହିଁ । ଉତ୍ତର ଓଡ଼ିଶା ଉପକୂଳରେ କେବଳ ହାଲୁକା ବର୍ଷା ହେବ । ଜଗତସିଂହପୁର ଓ ବାଲେଶ୍ୱରର କିଛି ସ୍ଥାନରେ ବର୍ଷା ଅଧିକ ହୋଇପାରେ । ଉପକୂଳ ଓଡ଼ିଶାର ସମୁଦ୍ରକୂଳରେ ଝଙ୍କାଳିଆ ପବନ ବହିପାରେ । ପାର୍ବଣ ଋତୁ ଚାଲିଥିବାରୁ ବର୍ଷା ପାଇଁ ଅସୁବିଧା ହୋଇପାରେ ।

Advertisment

ପୂଜା ପେଣ୍ଡାଲଗୁଡ଼ିକୁ ସତର୍କ କଲେ ଆଇଏମ୍‌ଡି ମହାନିର୍ଦ୍ଦେଶକ । ପୂଜା ମଣ୍ଡପ ଭଲ ତିଆରି ହୋଇ ନଥିଲେ କ୍ଷତି ହୋଇପାରେ ବୋଲି କହିଛନ୍ତି । ଆଜି ସନ୍ଧ୍ୟାରୁ ସମୁଦ୍ରରେ ୬୦ରୁ ୭୦ କିମି ବେଗରେ ପବନ ବହିବ । କାଲି ପର୍ଯ୍ୟନ୍ତ ତୀବ୍ରତା ବଢ଼ି ୮୦ରୁ ୯୦ କିମି ଯାଏଁ ଯାଇପାରେ । ୨୫ ତାରିଖ ସଂଧ୍ୟାରେ ବାଂଲାଦେଶ ଉପକୂଳରେ ସ୍ଥଳଭାଗ ଛୁଇଁବ ।

ସେପଟେ ଓଡ଼ିଶାକୁ ବାତ୍ୟା ଭୟ ନାହିଁ। କେବଳ ଯାହା ଉପକୂଳ ଓ ଉତ୍ତର ଓଡ଼ିଶାରେ ହାଲୁକା ବର୍ଷା ହେବ। ଏହି ସୂଚନା ଦେଇଛନ୍ତି ଭୁବନେଶ୍ୱର ପାଣିପାଗ କେନ୍ଦ୍ରର ବିଜ୍ଞାନୀ ଉମାଶଙ୍କର ଦାଶ। ସେ କହିଛନ୍ତି, ଓଡ଼ିଶାରେ ସମ୍ଭାବ୍ୟ ବାତ୍ୟା ହମୁନର କୌଣସି ପ୍ରଭାବ ପଡ଼ିବ ନାହିଁ। ସ୍ଥଳଭାଗରେ ପବନ ହେବନି। କେବଳ ସମୁଦ୍ର ଭିତରେ ୫୦ରୁ ୬୦ କିଲୋମିଟର ବେଗରେ ପବନ ବହିପାରେ।

Advertisment

ସେ ଆହୁରି କହିଛନ୍ତି ଯେ, ଏବେ ଯେଉଁ ଘୂର୍ଣ୍ଣିବଳୟ ଅଛି, ତାହା ଆଜି ରାତିରେ ବାତ୍ୟାର ରୂପ ନେବ। ଏବେ ତାହା ପାରାଦୀପରୁ ୪୦୦ କିଲୋମଟର ଦୂରରେ ଅଛି। ଘନୀଭୂତ ହୋଇ ଏହା ବାଂଲାଦେଶ ଆଡ଼କୁ ମୁହାଁଇବ। ସମ୍ଭାବ୍ୟ ବାତ୍ୟାକୁ ଦେଖି ପୁରୀ ସିଗ୍ନାଲ ପୋର୍ଟ ସମେତ ପାରାଦୀପ ଏବଂ ଧାମରା ବନ୍ଦର ପାଇଁ ୩ ନମ୍ବର ବିପଦ ସଂକେତ ଜାରି କରାଯାଇଛି।

Weather Update Cyclone Warning
Advertisment
Advertisment