/odishatv-khabar/media/post_attachments/uploadimage/library/16_9/16_9_0/_Hamun__1698206587.jpg)
'Hamun'
ଦୁର୍ବଳ ହେଲା ବାତ୍ୟା ‘ହାମୁନ୍’। ବାତ୍ୟାଟି ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି । ଏହା ଆସନ୍ତା ୬ ଘଣ୍ଟାରେ ଗଭୀର ଅବପାତରେ ପରିଣତ ହେବ । ପରବର୍ତ୍ତୀ ୬ ଘଣ୍ଟାରେ ଅବପାତରେ ପରିଣତ ହେବା ସମ୍ଭାବନା ରହିଛି।
Advertisment
ଭୁବନେଶ୍ବର ଆଞ୍ଚଳିକ ପାଣିପାଗ କେନ୍ଦ୍ର ପକ୍ଷରୁ ଏହି ସୂଚନା ମିଲିଛି । ଆଜି ସନ୍ଧ୍ୟାରେ ବାଂଲାଦେଶରେ ସ୍ଥଳଭାଗ ଛୁଇଁବାର ଥିଲା ହାମୁନ୍ । କିନ୍ତୁ ଲ୍ୟାଣ୍ଡଫଲ୍ କରିବା ପୂର୍ବରୁ ହିଁ ଦୁର୍ବଳ ହୋଇ ବାଂଲାଦେଶ ଉପକୂଳ ଅତିକ୍ରମ କରିଛି ।
ତେବେ ବାତ୍ୟା ପ୍ରଭାବରେ ଗଭୀର ସମୁଦ୍ରରେ ଫସିଛି ଜାହାଜ । ଆଜି ସଂଧ୍ୟାରେ ପାରାଦୀପ ପୋର୍ଟରେ ଲାଗିପାରେ ସରକାରୀ ରିସର୍ଚ୍ଚ ଭେସେଲ 'ସମୁଦ୍ର କୌସ୍ତୁଭ' । ପାରାଦୀପଠାରୁ ପ୍ରାୟ ୩୫ ନଟିକାଲ ମାଇଲ ଦୂରରୁ କୋଷ୍ଟଗାର୍ଡ ସିପ୍ ଅମୋଘ ଉଦ୍ଧାର କରିଥିଲା ।
Advertisment
ଅମୋଘ ଭେସଲଟିକୁ ଟାଣି ଟାଣି କୂଳକୁ ଆଣୁଛି । ଆଜି ସଂଧ୍ୟାରେ ଏହା ପାରାଦୀପ ପୋର୍ଟରେ ଲାଗିବ ବୋଲି ଜଣା ପଡ଼ିଛି । ଏହି ଭେସଲରେ ୨୫ ଜଣ କ୍ରିଉ ମେମ୍ବର ଅଛନ୍ତି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)