Advertisment

ଆସୁଛି ବାତ୍ୟା,ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ

ସକ୍ରିୟ ଗଭୀର ଅବପାତ ଗତ ୬ ଘଣ୍ଟା ମଧ୍ୟରେ ସ୍ଥିର ରହିଛି....ପାରାଦୀପଠୁ ୪୩୦ କିମି ଦୂରରେ କେନ୍ଦ୍ରୀଭୂତ...ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ସମ୍ଭାବନା...

author-image
Prangyan Parimita
ଅଦ୍ୟତନ ହୋଇଛି
cyclonic storm

cyclonic storm

ବଙ୍ଗୋପସାଗରରେ ଘନୀଭୂତ ହେଉଛି ଗଭୀର ଅବପାତ। ଆଗାମୀ ୧୮ ଘଣ୍ଟା ମଧ୍ୟରେ ବାତ୍ୟା ରୂପ ନେବା ସମ୍ଭାବନା ରହିଛି। ତେବେ ସକ୍ରିୟ ଗଭୀର ଅବପାତ ଗତ ୬ଘଣ୍ଟା ମଧ୍ୟରେ ସ୍ଥିର ରହିଥିବା ସୂଚନା ଦେଇଛି ପାଣିପାଗ ବିଭାଗ । ବର୍ତ୍ତମାନ ବାତ୍ୟା ପାରାଦୀପଠୁ ୪୩୦ କିମି ଦୂର ଦକ୍ଷିଣରେ କେନ୍ଦ୍ରୀଭୂତ ଥିବା ବେଳେ, ଦୀଘା ଠାରୁ ୫୯୦ କିମି ଦକ୍ଷିଣ-ଦକ୍ଷିଣପୂର୍ବରେ ରହିଛି ।

Advertisment

ବାତ୍ୟାର ରୂପ ନେବା ପରେ ଏହା ବାଂଲାଦେଶ ଆଡକୁ ଅଗ୍ରସର ହେବାକୁ ଥିବା ବେଳେ, ୨୫ ତାରିଖରେ ଖେପୁପରା ଓ ଚିଟ୍ଟାଗଙ୍ଗ ମଧ୍ୟରେ ଉପକୂଳ ଛୁଇଁବ ବୋଲି ଆକଳନ କରିଛି ପାଣିପାଗ ବିଭାଗ ।...

ସେପଟେ ସମ୍ଭାବ୍ୟ ବାତ୍ୟା ନେଇ ପାରାଦୀପରେ ଆଲର୍ଟ । ମତ୍ସ୍ୟଜୀବୀଙ୍କୁ ସତର୍କ କରାଇଲା ମତ୍ସ୍ୟ ବିଭାଗ । ପାରାଦୀପର ଷଣ୍ଢକୁଦ, ନୂଆବଜାର, ଲକପଡା, ବାଲିପ୍ଲଟ, ନେହରୁବଙ୍ଗଳା, ଫିସିଙ୍ଗ ହାର୍ବର, ଚୌମୁହାଣି ଅଞ୍ଚଳରେ ଡାକବାଜି ଯନ୍ତ୍ର ଦ୍ୱାରା ସତର୍କ କରାଇଛନ୍ତି
ପାରାଦୀପ ସାମୁଦ୍ରିକ ମତ୍ସ୍ୟ ବିଭାଗ କର୍ମଚାରୀ ।

Advertisment

୨୭ ତାରିଖ ଯାଏ ସମୁଦ୍ର ଅଶାନ୍ତ ରହିବାକୁ ଥିବାରୁ ମାଛଧରିବାକୁ ନଯିବାକୁ ସତର୍କ କରାଯାଇଛି । ସେହିପରି ସମୁଦ୍ର ଭିତରେ ଥିବା ମତ୍ସ୍ୟଜୀବୀ କୂଳକୁ ଫେରିଆସିବାକୁ କୁହାଯାଇଛି ।......

Deep Depression Cyclonic Storm IMD
Advertisment
Advertisment