ଭୀଷଣ ବାତ୍ୟାରେ ପରିଣତ ହୋଇଛି ବଙ୍ଗୋପସାଗରରେ ସୃଷ୍ଟ ବାତ୍ୟା ‘ହାମୁନ୍’ । ଆସନ୍ତା ୬ ଘଣ୍ଟା ମଧ୍ୟରେ ଏହା ଆହୁରି ଘନୀଭୂତ ହୋଇ ଅତିଭୀଷଣ ବାତ୍ୟାରେ ପରିଣତ ହୋଇପାରେ । ଆସନ୍ତାକାଲି ସନ୍ଧ୍ୟାରେ ବାଂଲାଦେଶ ଉପକୂଳ ଅତିକ୍ରମ କରିବ ।
ସ୍ଥଳଭାଗ ଅତିକ୍ରମ କରିବା ବେଳେ ଏହା ଦୁର୍ବଳ ହୋଇ କେବଳ ବାତ୍ୟାରେ ପରିଣତ ହୋଇଯିବା ସମ୍ଭାବନା ରହିଛି । ସେତେବେଳକୁ ପବନର ବେଗ ୬୫ରୁ ୭୫ କିଲୋମିଟର ରହିପାରେ ।
ଝଟ୍କା ପବନ ୮୫ କିଲୋମିଟର ପର୍ଯ୍ୟନ୍ତ ବଢିପାରେ । ଓଡ଼ିଶାରେ ଏହାର ପ୍ରଭାବ ପଡ଼ିବ ନାହିଁ। ଖାଲି କିଛି ଜିଲ୍ଲାରେ ବର୍ଷା ସମ୍ଭାବନା ରହିଛି ।
SCS Hamoon intensified into VSCS about 290 km east of Paradip (Odisha), 270 km southeast of Digha (West Bengal), 230 km south-southwest of Khepupara (Bangladesh). Likely to weaken and cross Bangladesh's coast between Khepupara and Chittagong around the evening of 25th Oct as CS. pic.twitter.com/6moaRNxqwZ
— India Meteorological Department (@Indiametdept) October 24, 2023