• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଡ୍ୟାମ୍ ପାଇଁ ହେଲା କି ସିକ୍କିମରେ ବନ୍ୟା ? ଡ୍ୟାମ୍ ଆଣିଦେଲା କି ପ୍ରଳୟ ? ସିକ୍କିମ୍‌ରେ ଆସିଲା ପ୍ରଳୟଙ୍କାରୀ ବନ୍ୟା । ଚାହୁଁ ଚାହୁଁ ସବୁ କିଛି ଉଜାଡ଼ିଦେଲା ତିସ୍ତା ନଦୀ । ହେଲେ ଏତେ ବଡ଼ ଓ ଭୟଙ୍କର ସ୍ଥିତି ପାଇଁ ଦାୟୀ କିଏ ? କାହା ପାଇଁ ବା କେଉଁ ପରିସ୍ଥିତି ପାଇଁ ଏମିତି ଉପୁଜିଥିଲା ? ଚୁଙ୍ଗଥାଙ୍ଗ ଡ୍ୟାମ୍‌ର ନିର୍ମାଣ ଓ ଏହାର ବର୍ତ୍ତମାନର ସ୍ଥିତି ପାଇଁ ଏଭଳି ସ୍ଥିତି ହେଲା ବୋଲି କହିଛନ୍ତି ସିକ୍କିମ୍ ମୁଖ୍ୟମନ୍ତ୍ରୀ ପ୍ରେମ ସିଂ ତମାଙ୍ଗ । 

ସିକ୍କିମ୍ ଡେମୋକ୍ରେଟିକ୍ ଫ୍ରଣ୍ଟ୍ ସରକାର ଗତ ୨୪ ବର୍ଷ ଧରି ଶାସନରେ ରହିଲେ ଆଉ ଡ୍ୟାମର ନିର୍ମାଣ ଏଥିପାଇଁ ଦାୟୀ ବୋଲି ଜାତୀୟ ଗଣମାଧ୍ୟମକୁ କହିଛନ୍ତି । ନିମ୍ନମାନର କାମ ଓ ଖରାପ ଗୁଣବତ୍ତା ଏଥିପାଇଁ ମୁଖ୍ୟ ଦାୟୀା ଏଥିପାଇଁ ହିଁ ଏତେ ବଡ଼ ଅଘଟଣ ଘଟିଲା ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି । ଆଉ ସିକ୍କିମ୍ ମୁଖ୍ୟମନ୍ତ୍ରୀଙ୍କ ଏହି ବୟାନ ପରେ ଡ୍ୟାମର ସୁରକ୍ଷାକୁ ନେଇ ଏବେ ଚିନ୍ତା ବଢ଼ିଛି ।

ବନ୍ୟା ଛାଡ଼ିବା ପରେ ଏବେ ବିଭୀଷିକାର ଚିତ୍ର ସାମ୍ନାକୁ ଆସିଛି । ଘର ଦ୍ୱାର ଉଜୁଡ଼ି ଯାଇଛି, ରାସ୍ତା ଘାଟ ସବୁ କିଛି ମାଟିରେ ମିଶି ଯାଇଛି । ଉପର ମୁଣ୍ଡରୁ ଆସିଥିବା ମାଟି ଏବେ ସବୁଆଡ଼େ । ବନ୍ୟା ସିନା ଥମି ଯାଇଛି କିନ୍ତୁ ଏହା ପରର ଚିତ୍ର ଅଧିକ କଷ୍ଟ ଦେଉଛି । ବର୍ଷ ବର୍ଷ ଧରି ରଖିଥିବା ଉପାର୍ଜନ ଏବେ ତିସ୍ତା ନଦୀ ଗର୍ଭରେ ଲୀନ ହୋଇଯାଇଛି । ନିଜ ସମ୍ପର୍କୀୟଙ୍କୁ ବି ହରେଇଛନ୍ତି ବି ଅନେକ ।

ସିକିମ୍ ଫ୍ଲାସ ଫ୍ଲଡ୍‌ରେ ମୃତ୍ୟୁ ସଂଖ୍ୟା ୧୯କୁ ବୃଦ୍ଧି ପାଇଛି । ଏବେ ବି ଶତାଧିକ ନିଖୋଜ ଅଛନ୍ତି । ତେଣୁ ମୃତାହତ ସଂଖ୍ୟା ଆହୁରି ବଢ଼ିବାର ଆଶଙ୍କା ଅଛି । ପରିସ୍ଥିତି ଆହୁରି ଗମ୍ଭୀର ହୋଇପାରେ । କାରଣ ଆସନ୍ତାକାଲି ଯାଏ ବର୍ଷା ହେବାର ପୂର୍ବାନୁମାନ କରିଛି ପାଣିପାଗ ବିଭାଗ । ତିସ୍ତା ବନ୍ୟାର କରାଳ ରୂପ ସିକିମ ବାସୀଙ୍କ ମନରେ ଗଭୀର କ୍ଷତ ସୃଷ୍ଟି କରିଛି । ମଙ୍ଗନ, ଗ୍ୟାଙ୍ଗଟକ, ପାକଯୋଙ୍ଗ, ନାମଚୀ ଜିଲ୍ଲା ସବୁଠୁ ଅଧିକ କ୍ଷତିଗ୍ରସ୍ତ ହୋଇଛି । ୧୪ଟି ସେତୁ ଭୁଶୁଡ଼ିଛି, ଧୋଇଯାଇଛି ଅନେକ ରାସ୍ତା । ଘଟଣାସ୍ଥଳରୁ ୧୨୦ କିଲୋମିଟର ଯାଏ ବନ୍ୟାର ପ୍ରଭାବ ପଡ଼ିଛି ।