• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Satyendu Shekher Mishra

‘ଯେତେବେଳେ ଅଚାନକ ଟ୍ରେନ୍‌ ରହିଯାଏ, ଆଖ ପାଖରେ କିଛି ନଥାଏ । ଅନ୍ଧାର ହୋଇଥାଏ । ଜଙ୍ଗଲ ମଝିରେ ରହିଯାଏ ଟ୍ରେନ୍ । ମୁଁ ଟ୍ରେନ୍‌ର ସବୁଠାରୁ ପଛରେ ଥାଏ । ଏତିକି ବେଳେ ମୋ ମନରେ ପ୍ରବଳ ଭୟ ଯାତ ହୁଏ । କାଳେ କିଏ ମୋ ଚାମ୍ବରକୁ ପଶି ଆସିବ କି ? ଏମିତି ପ୍ରତ୍ୟେକ ଦିନ ମୋ ମନରେ ଭୟ ଆସେ । କାଳେ କିଛି ଘଟିଯିବ କି ? ତଥାପି ମୁଁ ନିଜକୁ ପ୍ରସ୍ତୁତ ରଖେ ।’

ପୁରୁଷ ଓ ମହିଳା ସମସ୍ତେ ସମାନ । ଦିନେ ଯେଉଁ ସବୁ କାମକୁ କେବଳ ପୁରୁଷ କରିପାରିବେ କୁହାଯାଉଥିଲା, ତାହା ଏବେ ମହିଳାମାନେ କରି ଦେଖାଉଛନ୍ତି । କେବଳ ଯେ ସେହି କାମ କରୁଛନ୍ତି ତାହା ନୁହେଁ ବରଂ ସଫଳତା ପୂର୍ବକ ଫଳାଫଳ ମଧ୍ୟ ଦେଉଛନ୍ତି । ମହିଳାମାନେ ଆଜିକା ଦିନରେ ସବୁ କ୍ଷେତ୍ରରେ ନିଜର ପାରଦର୍ଶିତା ଦେଖାଇ ସାରିଲେଣି । ଭାରତୀୟ ସ୍ଥଳସେନାଠାରୁ ଆରମ୍ଭ କରି ବାୟୁସେନା ଓ ନୌସେନାରେ ମଧ୍ୟ ମହିଳାମାନେ କାମ କଲେଣି । ଯାହା ଆପଣ ପୂର୍ବରୁ ଜାଣି ସାରିଛନ୍ତି ।

ତେବେ ଆଜି ଆମେ ଆପଣଙ୍କୁ ଏମିତି ଜଣେ ଓଡ଼ିଆ ଝିଅଙ୍କ ବିଷୟରେ କହିବୁ ଯାହା ଆପଣଙ୍କୁ ପ୍ରେରଣା ଯୋଗାଇବ ନିଶ୍ଚୟ । ସେ ହେଉଛନ୍ତି ସସ୍ମିତା ସରକାର । ଓଡ଼ିଶାର ନବରଙ୍ଗପୁର ଝିଅ । ଏବେ ଏବେ ଟ୍ରେନ୍‌ ମ୍ୟାନେଜର ବା ଟିଏମ୍‌ ଭାବେ କାର୍ଯ୍ୟ କରୁଛନ୍ତି । ଜଣେ ମହିଳା ହୋଇମଧ୍ୟ ସେ ଏଭଳି ଏକ କାର୍ଯ୍ୟକୁ ସ୍ୱୀକାର କରି ଏହାକୁ ସଫଳତାର ସହ ତୁଲାଉଛନ୍ତି । ଯାହାକି ସମସ୍ତଙ୍କ ପାଇଁ ପ୍ରେରଣା । ତେବେ ସସ୍ମିତାଙ୍କ ଏହି ଯାତ୍ରା ଏତେ ସହଜ ବି ନଥିଲା । ଏଥିପାଇଁ ତାଙ୍କୁ ଅନେକ ସଂଘର୍ଷ ମଧ୍ୟ କରିବାକୁ ପଡ଼ିଛି । 

ଆଉ ସବୁଠାରୁ ବଡ଼ କଥା ହେଲା, ଏହି ଚାକିରି ବା ଏହି କାର୍ଯ୍ୟରେ ଯୋଗଦେବା ପରେ ମଧ୍ୟ ତାଙ୍କ ସଂଘର୍ଷ ସରିନି । ସେ ଏବେ ବି ପ୍ରତ୍ୟେକ ଦିନ ନିଜକୁ ସଂଘର୍ଷ ପାଇଁ ପ୍ରସ୍ତୁତ କରୁଛନ୍ତି । ଆଉ ଆକସ୍ମିକ ବିପଦ ଆଶଙ୍କାକୁ ସବୁବେଳେ ସାମ୍ନା କରିବା ପାଇଁ ପ୍ରସ୍ତୁତ ରହିଥାନ୍ତି ସସ୍ମିତା ସରକାର । ସବୁଠାରୁ ବଡ଼ କଥା ହେଲା ସସ୍ମିତା ହେଉଛନ୍ତି ପ୍ରଥମ ଓଡ଼ିଆ ଝିଅ, ଯିଏ କି ଏହି ପଦବୀରେ କର୍ଯ୍ୟ କରିବାର ସୌଭାଗ୍ୟ ଅର୍ଜନ କରିଛନ୍ତି ।

ତେବେ ଶୁଣନ୍ତୁ ସସ୍ମିତା ସରକାରଙ୍କ ଜୀବନର ସଂଘର୍ଷମୟ କାହାଣୀ...