ଦେଶରେ ଏପର୍ଯ୍ୟନ୍ତ ଅନେକ ମହିଳା ମୁଖ୍ୟ ବିଚାରପତି ଭାବେ କାମ କରିଛନ୍ତି। କିନ୍ତୁ ଆପଣ ଜାଣନ୍ତି କି ହାଇକୋର୍ଟର ପ୍ରଥମ ମହିଳା ପ୍ରଧାନ ବିଚାରପତି କିଏ? ଆସନ୍ତୁ ନଜର ପକେଇବା।
ଶିକ୍ଷାରେ କ୍ଷେତ୍ରରେ ଆଗଉଛନ୍ତି ଝିଅ। ପୁଅମାନଙ୍କୁ ପଛରେ ପକେଇ ସବୁଥିରେ ପାଉଛନ୍ତି ସଫଳତା। ୟୁପି ବୋର୍ଡ ପରୀକ୍ଷାରେ କେଉଁମାନେ ଆଗରେ ଅଛନ୍ତି ଆସନ୍ତୁ ଜାଣିବା।
ଛୋଟ ବେଳୁ ଚାଲିଗଲେ ବାପା। ଚାରିଆଡେ ନକ୍ସଲଙ୍କ ଭୟ ସତ୍ତ୍ୱେ ସେ ମନରେ ଭରିଲେ ସାହସ। ଆଜି ଖେଲୋ ଇଣ୍ଡିଆରେ ସ୍ୱର୍ଣ୍ଣ ଜିତି ହୋଇଗଲେ ଚାମ୍ପିଅନ୍।
ବିବାହ ସାଜିଲା କାଳ। ଭାଙ୍ଗିଗଲା ସବୁ ସ୍ୱପ୍ନ। ସ୍ୱାମୀଙ୍କ ମାଡ ଅସହ୍ୟ ହେଲା। ହେଲେ ଉଚିତ ନିଷ୍ପତ୍ତି କରିଦେଲା ତାଙ୍କୁ ପୋଲିସ୍ ଅଫିସର। ଜାଣନ୍ତୁ ନୌଜିଶାଙ୍କ ଯନ୍ତ୍ରଣାର କାହାଣୀ।
ସ୍ୱାମୀ ଛାଡିଦେବା ପରେ ଆରମ୍ଭ ହୋଇଗଲା ସଂଘର୍ଷ। ପିଲାମାନଙ୍କୁ ମଣିଷ କରିବା ପାଇଁ ଠେଲା ଲଗେଇ ଦିନକୁ ରୋଜଗାର କରୁଥିଲେ ମାତ୍ର ୫୦ ଟଙ୍କା। ଆଜି ସେ ଦିନକୁ କରୁଛନ୍ତି ୨ ଲକ୍ଷ ଟଙ୍କା ରୋଜଗାର।
ଏସିଡ୍ ଆକ୍ରମଣ ସବୁଦିନ ପାଇଁ ଦେଇଦେଲା ଦାଗ। କିନ୍ତୁ ସେ ହାର ମାନି ନଥିଲେ। ସମାଜ ଆଗରେ ମୁଣ୍ଡ ଟେକି ଚାଲିବା ପାଇଁ ଚଲେଇଲେ ସଂଗ୍ରାମ। ଆସନ୍ତୁ ଜାଣିବା ସେମିତି ଜଣେ ମହିଳାଙ୍କ ବିଷୟରେ।
କ୍ୟାପ୍ଟେନ ଅଭିଳାଷା ବରାକଙ୍କୁ ଭାରତୀୟ ସେନାରେ ଭର୍ତ୍ତି କରାଯାଇଛି। ତାଙ୍କୁ ଏକ ଯୁଦ୍ଧ ବିମାନ ଚାଳକ ଭାବରେ ଆର୍ମି ଆଭିଏସନ୍ କର୍ପସ୍ରେ ସାମିଲ କରାଯାଇଛି। ଏ କ୍ଷେତ୍ରରେ ଅଭିଳାଷା ଦେଶର ପ୍ରଥମ ମହିଳା ହୋଇଛନ୍ତି।
ଗୌତମ ଆଦାନୀଙ୍କ ପତ୍ନୀ ହେଲେ ପ୍ରୀତି ଆଦାନୀ। ଦେଶ ପାଇଁ ସେ କରିଛନ୍ତି ଅନେକ କାମ। ସମାଜ ସେବାରେ ତାଙ୍କର ରହିଛି ଅନେକ ଭୂମିକା। ଏତେ ସବୁ ପରେ ବି ସେ କେବେ ଚର୍ଚ୍ଚାକୁ ଆସିବାକୁ ପସନ୍ଦ କରି ନାହାନ୍ତି। ତେବେ ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।
କରୋନା ବେଳେ ଜଣେ ୬୫ ବର୍ଷ ବୟସ୍କା ମହିଳା ତାଙ୍କ ୨୧ ବର୍ଷର ନାତୁଣୀ ସହିତ ଏକ ବ୍ୟବସାୟ ଆରମ୍ଭ କରିଥିଲେ। କିଛି ମାସ ମଧ୍ୟରେ ବ୍ୟବସାୟରୁ ପ୍ରଚୁର ଲାଭ କରିଥିଲେ। ଆଇମା’ର କୌଶଳ ଓ ନାତୁଣୀର ଶିକ୍ଷା ପ୍ରତ୍ୟେକ ମହିଳାଙ୍କୁ ଆଗକୁ ବଢିବାକୁ ଏବଂ ପରିସ୍ଥିତି ସାମ୍ନାରେ ହାର ନ ମାନିବାକୁ ପ୍ରେରଣା ଦିଏ।
୨୦୨୧ ମସିହାରେ ହେଡ୍ କନଷ୍ଟେବଳ ଗୁରୁପ୍ରୀତ କୌରଙ୍କୁ ଆଣ୍ଟି ହ୍ୟୁମାନ ଟ୍ରାକିଙ୍ଗ୍ ୟୁନିଟ୍ରେ ପୋଷ୍ଟିଂ ଦିଆଯାଇଥିଲା। ତିନିମାସ ମଧ୍ୟରେ ସେ ୫୬ ନିଖୋଜ ପିଲାଙ୍କୁ ସେମାନଙ୍କ ପରିବାର ସହିତ ଏକାଠି କରିଛନ୍ତି। ଏହି ପିଲାମାନଙ୍କ ମଧ୍ୟରୁ ତିନି ଜଣଙ୍କର ବୟସ ୧ ରୁ ୮ ବର୍ଷ ମଧ୍ୟରେ ବି ଅଛି।
ଉଭୟ ଚାକିରି ଓ ଘର କାମ ଏକାଠି ପରିଚାଳନା କରିବା କଷ୍ଟକର ହେଉଥିଲେ ବି ମହିଳାମାନେ ଏହାକୁ ଭଲ ଭାବରେ ପରିଚାଳନା କରନ୍ତି। ଏହିପରି ଜଣେ ମହିଳା ହେଲେ ମଧ୍ୟପ୍ରଦେଶର ଡିଏସ୍ପି ମୋନିକା ସିଂ। ସେ ଉଭୟ ଖାକି ଓ ମା’ର ଧର୍ମକୁ ବହୁତ ଭଲ ଭାବରେ ପାଳନ କରୁଛନ୍ତି।
ଆମ ସମାଜରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ କଷ୍ଟକର ପରିସ୍ଥିତିରେ ବି ଉଦ୍ୟମ ଏବଂ ପରିଶ୍ରମ ବଳରେ ସଫଳତା ହାସଲ କରିଛନ୍ତି। ନିଜର ଉଦ୍ୟମ ଏବଂ ବିଭିନ୍ନ ସଂଗଠନର ସହଯୋଗ ବଳରେ କେମିତି ଅନ୍ୟମାନଙ୍କ ପାଇଁ ଉଦାହରଣ ବନିପାରିଲେ ମୋନାଲିସା ଆସନ୍ତୁ ଜାଣିବା।
ବର୍ତ୍ତମାନ ଦେଶରେ ଅନେକ ମହିଳା ବିଚାରପତି ଅଛନ୍ତି ଯେଉଁମାନେ ହାଇକୋର୍ଟରେ କାର୍ଯ୍ୟ କରୁଛନ୍ତି। କିନ୍ତୁ ଯେଉଁ ମହିଳା ପ୍ରଥମ ଥର ପାଇଁ ଦେଶର କୌଣସି ହାଇକୋର୍ଟର ବିଚାରପତି ଭାବରେ ସ୍ଥାନ ପାଇ ଏହି କ୍ଷେତ୍ରରେ ମହିଳାମାନଙ୍କ ପାଇଁ ଏ ଦିଗରେ ବାଟ ଫିଟେଇଦେଇଛନ୍ତି ଆସନ୍ତୁ ତାଙ୍କ ବିଷୟରେ ଜାଣିବା।
ଆଜିର ନାରୀମାନେ ପଛରେ ନାହାନ୍ତି। ସେମାନେ ମଧ୍ୟ ପୁରୁଷଙ୍କ ଭଳି ବଡ ବଡ କାମ କରିବାରେ ସକ୍ଷମ ହୋଇଛନ୍ତି। ଆଜିର ନାରୀ ଆଉ ଅନ୍ୟ ଉପରେ ନିର୍ଭରଶୀଳ ନୁହେଁ। ସେ ନିଜ ଉଦ୍ୟମରେ ସ୍ୱାବଲମ୍ବୀ ହୋଇପାରିଛି। ତେବେ ଆସନ୍ତୁ ସେମିତି ୨ ନାରୀଙ୍କ ବିଷୟରେ ଜାଣିନେବା।
କଠିନ ପରିସ୍ଥିତିରେ ଯିଏ ସଠିକ ନିଷ୍ପତି ନେଇ ଜୀବନର ମୋଡ ବଦଳାଇ ଦେଇପାରେ ଏବଂ ସମାଜର ଚିନ୍ତାଧାରାରେ ପରିବର୍ତ୍ତନ ଆଣିଥାଏ, ସେ ହିଁ ଅନ୍ୟମାନଙ୍କ ପାଇଁ ବନିଥାଏ ପ୍ରେରଣାର ଉତ୍ସ। ସେମିତି ଜଣେ ମହିଳା ହେଲେ ମୟୁରଭଂଜ ଜିଲ୍ଲା ପାଇକସାହି ଅନ୍ତର୍ଗତ ଗୁରେଇଁ ଗାଁର ଝିଅ ଶକୁନ୍ତଳା ମହାନ୍ତି। ଆସନ୍ତୁ ତାଙ୍କ ବିଷୟରେ ଜାଣିନେବା।
ମହିଳାମାନେ ସର୍ବଦା ଶାରୀରିକ ସାମର୍ଥ୍ୟରେ ପୁରୁଷଙ୍କଠାରୁ କମ୍ ବୋଲି ବିବେଚନା କରାଯାଏ। ଏହି ଧାରଣ ଏବେ ଭୁଲ୍ ପ୍ରମାଣିତ ହୋଇଛି। ଆଜି କ୍ରିକେଟ୍ ଠାରୁ ଆରମ୍ଭ କରି ବ୍ୟାଡ୍ମିଣ୍ଟନ୍, ବକ୍ସିଂ ଓ ଲଙ୍ଗ୍ ଜମ୍ପ୍ ପର୍ଯ୍ୟନ୍ତ ମହିଳାମାନେ ଆନ୍ତର୍ଜାତୀୟ ସ୍ତରରେ ଭାରତର ପ୍ରତିନିଧିତ୍ୱ କରୁଛନ୍ତି।
ଶିକ୍ଷିତ ହୋଇଥିଲେ ମଧ୍ୟ ତାଙ୍କ ଅବସ୍ଥା ଭଲ ନ ଥିବାରୁ ସୁଇପର ଭାବରେ କାମ କରିବାକୁ ବାଧ୍ୟ ହୋଇଥିଲେ। କିନ୍ତୁ ତାଙ୍କର ଦକ୍ଷତା ଓ ପରିଶ୍ରମ ଲୁଚି ରହିଲା ନାହିଁ। ତାଙ୍କର ଜୋସ୍ ତାଙ୍କୁ ସଫଳତା ଦେଇଥିଲା। ସେ ହେଉଛନ୍ତି ହାଇଦ୍ରାବାଦର ପୋଷ୍ଟ୍ ଗ୍ରାଜୁଏଟ୍ ସୁଇପର ଅମ୍ବି ରଜନୀ।
ଯେଉଁମାନେ IAS ପରୀକ୍ଷାରେ ଉତ୍ତୀର୍ଣ୍ଣ ହୁଅନ୍ତି ସେମାନେ କଠିନ୍ ପରିଶ୍ରମ କରନ୍ତି। ଅନେକଙ୍କୁ ବର୍ଷ ବର୍ଷ ପରିଶ୍ରମ କରିବାକୁ ପଡେ। କିନ୍ତୁ ୨୨ ବର୍ଷର ଏହି ଝିଅ ମାତ୍ର ଗୋଟିଏ ବର୍ଷରେ ପାଇଗଲେ IAS। ସିଏ କିଏ ଆସନ୍ତୁ ଜାଣିବା।
ଭାରତର ମହିଳାମାନେ ବହୁତ ପରିଶ୍ରମୀ ଏବଂ ପ୍ରତିଜ୍ଞାକାରୀ। ସେମାନେ ଦେଶ ପରିଚାଳନା କରୁଛନ୍ତି, ରାଷ୍ଟ୍ର ନିର୍ମାଣରେ ସାହାଯ୍ୟ କରୁଛନ୍ତି। ଏହି ନାରୀମାନଙ୍କ ଭିତରେ ଜଣେ ହେଲେ ଦମୟନ୍ତୀ ମାଞ୍ଝୀ। ଆସନ୍ତୁ ଜାଣିବା ବସ୍ତିରୁ ଡେପୁଟି ମେୟର ହେବାର ତାଙ୍କ ସଂଘର୍ଷର କାହାଣୀ।
କ୍ୟାନ୍ସର୍କୁ ଅଧିକ ସ୍ପ୍ରେଡ୍ ହେବାକୁ ନ ଦେବା ପାଇଁ ବ୍ରେଷ୍ଟ୍ କ୍ୟାନ୍ସର ଭୋଗୁଥିବା ବହୁ ମହିଳାଙ୍କର ମାଷ୍ଟେକ୍ଟୋମି ଆବଶ୍ୟକ ପଡ଼ିଥାଏ। ପ୍ରଥମତଃ ରୋଗ ଓ ଅସ୍ତ୍ରୋପଚାରଜନୀତ ଶାରୀରିକ ଯନ୍ତ୍ରଣା, ତା' ଉପରେ ପୁଣି ସୌନ୍ଦର୍ଯ୍ୟର ପରିମାପକ ଭାବେ ପରିଗଣିତ ନିଜର ଏକ ଗୁରୁତ୍ୱପୂର୍ଣ୍ଣ ଅଙ୍ଗ ହରାଇବାର ଦୁଃଖ ମହିଳାମାନଙ୍କୁ ମାନସିକ ଅବସାଦର ଶିକାର କରାଇଥାଏ।
ଆଜିକାଲି ଅନେକ ମହିଳା ବ୍ୟବସାୟ ଜଗତରେ ଚମତ୍କାର କାମ କରୁଛନ୍ତି। ଏହି ମହିଳାମାନେ କେବଳ କମ୍ପାନୀକୁ ନିୟନ୍ତ୍ରଣ କରୁନାହାଁନ୍ତି, ବରଂ ସେମାନେ ହଜାର ହଜାର କର୍ମଚାରୀଙ୍କୁ ମଧ୍ୟ ଆଗକୁ ନେଉଛନ୍ତି। ଏହି ମହିଳା ଉଦ୍ୟୋଗୀମାନଙ୍କ ମଧ୍ୟରେ ଜଣେ ହେଉଛନ୍ତି ଅଙ୍କିତା ଗାବା।
ଇତିହାସରେ ଏମିତି ଅନେକ ମହିଳା ଅଛନ୍ତି ଯେଉଁମାନେ ଆଜିର ନାରୀମାନଙ୍କ ପାଇଁ ସବୁ କ୍ଷେତ୍ରରେ ରାସ୍ତା ଖୋଲି ଦେଇଛନ୍ତି। ହେଲେ ଆପଣଙ୍କୁ ହୁଏତ ଜଣା ନଥିବ ଆଇଏଏସ୍ ପାଇଥିବା ପ୍ରଥମ ଭାରତୀୟ ମହିଳା କିଏ, ଯିଏ ୟୁପିଏସସି ପରୀକ୍ଷାରେ ପାସ୍ ହୋଇଥିଲେ। ତେବେ ଆସନ୍ତୁ ତାଙ୍କ ବିଷୟରେ କିଛି ଜାଣିନେବା।
ତାଙ୍କ କଥାରେ ଦମ୍ଭ ଅଛି, ତାଙ୍କ କଥାରେ ଆତ୍ମବିଶ୍ୱାସ ଅଛି । ଶାରୀରିକ ଭାବେ ଅସମ୍ପୂର୍ଣ୍ଣ ଥିଲେ ବି ସବୁ ଅସମ୍ଭବକୁ ସମ୍ଭବ କରିବାର ଇଚ୍ଛା ଯେହେତୁ ଭରପୂର ଅଛି, ତେଣୁ ସେ ଏବେ ସ୍ୱୟଂସମ୍ପୂର୍ଣ୍ଣା । ଏଭଳି ଦୃଢ଼ ଇଚ୍ଛାଶକ୍ତି ପାଇଁ ତ ମହିଳାଙ୍କ ଦାନାପାଣିର ଠିକଣା ସାଜିଛନ୍ତି ଯାଜପୁର କୁମାରୀ ଗାଁର ଦିବ୍ୟାଙ୍ଗ ବାସନ୍ତୀ ରଣା।
ମହିଳାଙ୍କ ନିକଟରେ ସମସ୍ତ ଅହ୍ୱାନର ସାମ୍ନା କରିବାକୁ ଶକ୍ତି ମଧ୍ୟ ରହିଛି । ଘୋଡା ଶକ୍ତିର ପ୍ରତୀକ ହୋଇଥିବାରୁ ସେ ଏଭଳି ଆସିବାକୁ ପସନ୍ଦ କରିଥିବା କହିଛନ୍ତି ।
ମହିଳା ଦିବସ ଅବସରରେ ବିଏସଏଫର ସୀମା ଭବାନୀ ଶୌର୍ୟ୍ୟର ନିଆରା ଅଭିଯାନ । ଦିଲ୍ଲୀରୁ କନ୍ୟାକୁମାରୀ ଯାଏ ବାଇକରେ ସଚେତନତା ସୃଷ୍ଟି କରିବ ସୀମା ଭବାନୀର ୩୬ ଜଣିଆ ଟିମ୍ ।