/odishatv-khabar/media/post_attachments/uploadimage/library/16_9/16_9_0/IMAGE_1684901496.jpg)
Incense sticks
ସ୍ୱୟଂ ସହାୟକ ଗୋଷ୍ଠୀକୁ ସ୍ୱାବଲମ୍ବୀ କରିଛି ଧୂପକାଠି ତିଆରି କଳା । ଏଥିରୁ ବୌଦ୍ଧ ମନମୁଣ୍ଡା ବାସୁଦେବପାଲି ଗାଁରେ ମାସିକ ୧୦ ହଜାର ଟଙ୍କା କମାଉଛନ୍ତି ପ୍ରତି ମହିଳା।ପ୍ରସ୍ତୁତିରୁ ବିକ୍ରିବଟା ଯାଏଁ ବ୍ୟବସ୍ଥିତ ଉପାୟରେ ଚାଲିଛି ବ୍ୟବସାୟ।
ବୌଦ୍ଧ ଜିଲ୍ଲା ମନମୁଣ୍ଡା ପଂଚାୟତ ବାସୁଦେବପାଲି ଗାଁର । ଏଠାରେ ଗାଁର ଏକ SHG ଗୃପର ସଦସ୍ୟାମାନେ ଏକାଠି ବସି ଧୂପକାଠି ତିଆରି କରୁଛନ୍ତି । କିଏ ଧୂପକାଠିରେ ଧୂପ ଲଗାଉଛନ୍ତି ତ, ଆଉ କିଏ ତାକୁ ମେସିନରେ ଲଗାଇ ପ୍ରସ୍ତୁତ କରୁଛନ୍ତି । ଗୋଷ୍ଠୀର ସମସ୍ତ ସଦସ୍ୟ ଏବେ ଧୂପକାଠି ପ୍ରସ୍ତୁତ କରିବାରେ ବ୍ୟସ୍ତ ।
ଅଧିକ ପଢ଼ନ୍ତୁ: ମହିଳାଙ୍କୁ ସ୍ୱାବଲମ୍ବୀ କରୁଛି ଘାସ, ଦେଶବିଦେଶରେ ବଢ଼ୁଛି ଚାହିଦା
୨୦୧୬ ରେ ଗ୍ରାମ କିଛି ମହିଳା ମିଶି ଗଢିଥିଲେ ଏକ ସ୍ୱୟଂ ସହାୟକ ଗୋଷ୍ଠୀ । ଆଉ ସ୍ୱାବଲମ୍ବୀ ହେବାର ଦୃଢଇଚ୍ଛା ଯୋଗୁଁ ଗାଁର ଏହି ମହିଳାମାନେ ଖୋଲିଥିଲେ ଧୂପକାଠି ତିଆରି ୟୁନିଟ । ଯାହାକି ସେମାନଙ୍କୁ ଦେଖାଇଛି ରୋଜଗାରର ବାଟ । ପ୍ରଥମେ ଧୂପକାଠି ପ୍ରସ୍ତୁତ ପାଇଁ ତାଲିମ ନେଲେ । ଆଉ ଏବେ ସଫଳତାର ସହ ତିଆରି କରୁଛନ୍ତି ଧୂପକାଠି । କେବଳ ସେତିକି ନୁହେଁ ଉପଯୁକ୍ତ ମାର୍କେଟିଂ ବ୍ୟବସ୍ଥା ମଧ୍ୟ କରିଛନ୍ତି । ଜଣପିଛା ମାସକୁ ୮ ରୁ ୧୦ ହଜାର ରୋଜଗାର କରୁଥିବା କହିଛନ୍ତି ।
ଗାଁର ଏହି ମହିଳାମାନେ ଏବେ ସ୍ୱାବଲମ୍ବୀ । ଏବେ ଏମାନେ ଅନ୍ୟ ଉପରେ ନିର୍ଭରଶୀଳ ନୁହଁନ୍ତି । ନିଜେ ପରିଶ୍ରମ କରି ରୋଜଗାର କରୁଛନ୍ତି ଓ ସମ୍ମାନର ସହ ବଞ୍ଚୁଛନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)