• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମହିଳାମାନଙ୍କୁ ସେମାନଙ୍କର ଅଧିକାର ବିଷୟରେ ଅବଗତ କରାଇବା ଲକ୍ଷ୍ୟରେ ସାରା ବିଶ୍ୱରେ ପ୍ରତିବର୍ଷ ୮ ମାର୍ଚ୍ଚରେ ‘ମହିଳା ଦିବସ ପାଳନ’ କରାଯାଏ। ଏହି ଦିନ ରାଜନୀତିଠାରୁ ଆରମ୍ଭ କରି ବିଜ୍ଞାନ, କଳା, ସଂସ୍କୃତି ଏବଂ ଅନ୍ୟାନ୍ୟ କ୍ଷେତ୍ରରେ ଯୋଗଦାନ କରୁଥିବା ମହିଳାମାନଙ୍କୁ ସମ୍ମାନିତ କରାଯାଏ।

କାହିଁକି ଆରମ୍ଭ ହେଲା:

ଆମେରିକାରେ କାର୍ଯ୍ୟ କରୁଥିବା ମହିଳାମାନେ ସେମାନଙ୍କର ଅଧିକାର ପାଇଁ ମାର୍ଚ୍ଚ ୮ ରେ ଏକ ଆନ୍ଦୋଳନ ଆରମ୍ଭ କରିଥିଲେ। ଆମେରିକାର ସମାଜବାଦୀ ପାର୍ଟି ୧୯୦୮ ମସିହାରେ ନ୍ୟୁୟର୍କରେ କାର୍ଯ୍ୟ କରୁଥିବା ଶ୍ରମିକମାନଙ୍କୁ ସମ୍ମାନିତ କରିବା ପାଇଁ ଏହି ଦିନ ବାଛିଥିଲା। ଏଠାରେ ଋଷୀୟ ମହିଳାମାନେ ‘ମହିଳା ଦିବସ’ ପାଳନ କରିଥିଲେ। ସେହିପରି ମାର୍ଚ୍ଚ ୮ରେ ୟୁରୋପର ମହିଳାମାନେ ଶାନ୍ତି କାର୍ଯ୍ୟକର୍ତ୍ତାଙ୍କୁ ସମର୍ଥନ କରିବା ପାଇଁ ରାଲି କରିଥିଲେ। ଏହି କାରଣରୁ ପ୍ରତିବର୍ଷ ମାର୍ଚ୍ଚ ୦୮ରେ ସାରା ବିଶ୍ୱରେ ମହିଳା ଦିବସ ପାଳନ କରାଯାଏ।

ଅଧିକ ପଢ଼ନ୍ତୁ: ଦୁଇ ସ୍ୱୟଂସିଦ୍ଧାଙ୍କ କାହାଣୀ; ପରିଣତ ବୟସରେ ଅଟକିନି ପାଦ

ଚଳିତ ବର୍ଷର ଥିମ:

ପ୍ରତିବର୍ଷ ଏକ ନିର୍ଦ୍ଦିଷ୍ଟ ଥିମ୍‌କୁ ନେଇ ଏହି ଦିବସ ପାଳନ କରାଯାଏ। ଚଳିତ ବର୍ଷର ଥିମ୍ ହେଉଛି “ନାରୀ ଶକ୍ତି ସହିତ ବିକଶିତ ଭାରତ”।

ଭାରତରେ ମହିଳା ସଶକ୍ତିକରଣ:

ଭାରତରେ ମହିଳା ସଶକ୍ତିକରଣ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ନେଇଛି, ଯେଉଁଥିପାଇଁ ସରକାର ବିଭିନ୍ନ ନୀତି, ଯୋଜନା ଏବଂ ଆଇନ ମାଧ୍ୟମରେ ସକ୍ରିୟ ଉଦ୍ୟମ କରୁଛନ୍ତି। ଆଜି ଭାରତର ସାମାଜିକ-ଅର୍ଥନୈତିକ ଦୃଶ୍ୟପଟ୍ଟରେ ମହିଳାମାନେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରୁଛନ୍ତି। ମହିଳା ସଶକ୍ତିକରଣକୁ ପ୍ରୋତ୍ସାହିତ କରିବା ପାଇଁ ଭାରତ ସରକାର ଅନେକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେଇଛନ୍ତି।

ଆର୍ଥିକ ଅଂଶଗ୍ରହଣ: ମହିଳାମାନଙ୍କୁ ଆର୍ଥିକ ଦୃଷ୍ଟିରୁ ସଶକ୍ତ କରିବାକୁ ସରକାର ବିଭିନ୍ନ ଯୋଜନା ମାଧ୍ୟମରେ ଉଦ୍ୟୋଗୀତାକୁ ଉତ୍ସାହିତ କରୁଛନ୍ତି।

ସୁରକ୍ଷା: ମହିଳାଙ୍କ ସୁରକ୍ଷା ସୁନିଶ୍ଚିତ କରିବା ପାଇଁ ଅନେକ ନିୟମ ଏବଂ ଯୋଜନା କାର୍ଯ୍ୟକାରୀ କରାଯାଇଛି, ଯାହା ସେମାନଙ୍କୁ ହିଂସା ଏବଂ ଶୋଷଣରୁ ରକ୍ଷା କରିବାରେ ସାହାଯ୍ୟ କରିଥାଏ।

ଡିଜିଟାଲ୍ ସମାବେଶ: ଡିଜିଟାଲ୍ ଇଣ୍ଡିଆ କାର୍ଯ୍ୟକ୍ରମ ଅଧୀନରେ ମହିଳାମାନଙ୍କୁ ଡିଜିଟାଲ୍ ସାକ୍ଷର କରାଯାଉଛି ଏବଂ ଟେକ୍ନୋଲୋଜୀ ବ୍ୟବହାର କରିବାକୁ ଉତ୍ସାହିତ କରାଯାଉଛି।

ଶିକ୍ଷା: ଶିକ୍ଷା ମାଧ୍ୟମରେ ମହିଳାମାନଙ୍କୁ ସଶକ୍ତ କରିବା ପାଇଁ ଅନେକ କାର୍ଯ୍ୟକ୍ରମ ଚାଲିଛି, ଯାହା ସେମାନଙ୍କୁ ଉଚ୍ଚଶିକ୍ଷା ହାସଲ କରିବାରେ ଏବଂ ସେମାନଙ୍କର ସ୍ୱପ୍ନକୁ ସାକାର କରିବାରେ ସାହାଯ୍ୟ କରୁଛି।

କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନା:

ନାରୀ ସଶକ୍ତିକରଣ, ନାରୀ ଜାଗରଣ ଭଳି ଅନେକ ଯୋଜନା ସତ୍ତ୍ୱେ ଅନେକ ସମୟରେ ନାରୀମାନେ କେବଳ ଯୌନ ଉତ୍ପୀଡ଼ନ ନୁହେଁ ଅଫିସ୍ କିମ୍ବା କାର୍ଯ୍ୟକ୍ଷେତ୍ରରେ ମାନସିକ ନିର୍ଯାତନାର ମଧ୍ୟ ସାମ୍ନା କରୁଛନ୍ତି। ଏଥିପାଇଁ କର୍ମକ୍ଷେତ୍ରରେ ମହିଳାଙ୍କ ସହ ଯୌନ ନିର୍ଯାତନା (ପ୍ରତିରୋଧ, ନିଷେଧ ଏବଂ ନିବାରଣ) ଅଧିନିୟମ, ୨୦୧୩ ପ୍ରଣୟନ କରାଯାଇଛି। ଏହା ଅଧୀନରେ ଦଶରୁ ଅଧିକ କର୍ମଚାରୀଙ୍କୁ ନେଇ କାର୍ଯ୍ୟାଳୟରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ରହିବା ଆବଶ୍ୟକ, ଯାହା ଦ୍ୱାରା ମହିଳାମାନେ ନିର୍ଯାତନା ଅଭିଯୋଗ କରିପାରିବେ।

କ’ଣ ରହିଛି ନିୟମ:

କୌଣସି ସରକାରୀ କିମ୍ବା ବେସରକାରୀ ଅନୁଷ୍ଠାନରେ କାର୍ଯ୍ୟ କରୁଥିବା ସ୍ଥାୟୀ କିମ୍ବା ଅସ୍ଥାୟୀ ସମସ୍ତ ମହିଳା କର୍ମଚାରୀଙ୍କ ପାଇଁ ଏହି ନିୟମ ପ୍ରଯୁଜ୍ୟ। ଏହି ପ୍ରକାର ଆଚରଣ ମହିଳା କର୍ମଚାରୀଙ୍କ ଚାକିରିରୁ ଆରମ୍ଭ କରି ତାଙ୍କ ସ୍ୱାସ୍ଥ୍ୟ ପର୍ଯ୍ୟନ୍ତ ପ୍ରଭାବିତ କରିଥାଏ ଏବଂ ସୁରକ୍ଷା ସମ୍ବନ୍ଧୀୟ ସମସ୍ୟା ସୃଷ୍ଟି କରିଥାଏ। ତେବେ ଆସନ୍ତୁ ଏହି ନିୟମ ବିଷୟରେ ଜାଣିନେବା ଯାହାର ସମ୍ମୁଖିନ ହେବା ପରେ ଜଣେ ମହିଳା କର୍ମଚାରୀ ଅଭିଯୋଗ କରିପାରିବେ।

  • ଶାରୀରିକ ସମ୍ପର୍କ ରଖି ଲାଭ ଉଠାଇବା
  • ମହିଳାମାନଙ୍କୁ ଜବରଦସ୍ତ ହଇରାଣ କରିବା
  • ମହିଳାମାନଙ୍କ ସହିତ ଅଶ୍ଳୀଳ କଥାବାର୍ତ୍ତା କରିବା
  • ଅଶ୍ଳୀଳ ଫଟୋ ଦେଖାଇବା କିମ୍ବା ଦେଖେଇବାକୁ ଚେଷ୍ଟା କରିବା
  • ଅନ୍ୟ କୌଣସି ପ୍ରକାରର ଆଚରଣ ଯାହା ସିଧାସଳଖ କିମ୍ବା ସଙ୍କେତ ମାଧ୍ୟମରେ ମାନସିକ ଚାପ ସୃଷ୍ଟିକରେ କର୍ମକ୍ଷେତ୍ରରେ ଯୌନ ଏବଂ ମାନସିକ ନିର୍ଯାତନା ସହ ଜଡିତ ସମସ୍ତ ନିୟମକୁ ଡିସ୍‌ପ୍ଲେ କରିବା ସଂସ୍ଥା ପାଇଁ ବାଧ୍ୟତାମୂଳକ
  • ଅନୁଷ୍ଠାନରେ ଏକ ଆଭ୍ୟନ୍ତରୀଣ ଅଭିଯୋଗ କମିଟି ଗଠନ ହେବ ଯେଉଁଥିରେ ଜଣେ ମହିଳା ସଦସ୍ୟ ରହିବେ
  • କମିଟି ତୁରନ୍ତ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ମହିଳାଙ୍କୁ ଜଣାଇବେ
  • କାର୍ଯ୍ୟାନୁଷ୍ଠାନରେ ଅସନ୍ତୁଷ୍ଟ ମହିଳା ଆଗକୁ ମଧ୍ୟ ଅଭିଯୋଗ କରିପାରିବେ

ଅଧିକ ପଢ଼ନ୍ତୁ: ପ୍ରଧାନମନ୍ତ୍ରୀଙ୍କ ସୁରକ୍ଷାରେ କେବଳ ମହିଳା ପୋଲିସ୍, ଇତିହାସରେ ପ୍ରଥମ

OTV is now on Whatsapp

Join and get latest news update delivered to you via whatsapp

Join Now