• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English

Tag: Viral Video

Dog head stuck in plastic jar
ଡବା ମୁହଁରେ ପଶିଯାଇଛି କୁକୁର ମୁହଁ

ବୁଲା କୁକୁରଟି ବହୁତ୍ କଷ୍ଟ ପାଉଛି। ଦୀର୍ଘ ଏକ ସପ୍ତାହ ହେବ ଗାଁରେ ଏହି କୁକୁରଟି ବୁଲୁଛି। ମୁହଁଟି ପଶିଯାଇଛି ବୋତଲ ଭିତରେ। ଗାଁ ଲୋକେ ଖୋଲିବାକୁ ବାରମ୍ବାର ଚେଷ୍ଟା କଳାପରେ ବି କିଛି ସୁଫଳ ହେଉନି। ଏ ଦୃଶ୍ୟ ହେଉଛି ବାଲେଶ୍ୱର ଜିଲ୍ଲା ନୀଳଗିରି ବ୍ଲକ ବଡ଼ବିଲ ଗ୍ରାମର

pakistan police officer sell his child
ପାଖରେ ପଇସା ନାହିଁ, ଛୁଆକୁ ୫୦ ହଜାର ଟଙ୍କାରେ ବିକ୍ରି କରିବା ପାଇଁ ବାପା ରାଜି !

ପାକିସ୍ତାନର ଏକ ଆଶ୍ଚର୍ଯ୍ୟଜନକ ଭିଡିଓ ବେଶ ଭାଇରାଲ ହେବାରେ ଲାଗିଛି । ପାକିସ୍ତାନର ଜଣେ ପୋଲିସକର୍ମୀଙ୍କ ଦ୍ୱାରା ନିଜ ପିଲାକୁ ୫୦ ହଜାର ଟଙ୍କାରେ ବିକ୍ରି ନେଇ ନିଲାମ ଡକାଯାଉଥିବାର ଭିଡିଓ ସୋସିଆଲ ମିଡିଆରେ ବେଶ ଭାଇରାଲ ହେବାରେ ଲାଗିଛି।

Dog Feeds Goat Kids
ଛେଳି ଛୁଆ ପାଇଁ ମା ସାଜିଲା କୁକୁର

ବାତ୍ସଲ୍ୟ ମମତାର ଏକ ନିଆରା ଦୃଶ୍ୟ। କୁକୁର ଠାରୁ ଦୁଇଟି ଛେଳି ଛୁଆ କ୍ଷୀର ପିଉଥିବା ଦେଖିବାକୁ ମିଳିଛି | ଯାହାର ଭିଡିଓ ଏବେ ସୋସିଆଲ ମିଡିଆରେ ଖୁବ ଭାଇରାଲ ହେବାରେ ଲାଗିଛି | କନ୍ଧମାଳ ଜିଲ୍ଲା ତୁମୁଡିବନ୍ଧ ବ୍ଲକ ମୁଣ୍ଡିଗଡ ଠାରେ ଏ ଦୃଶ୍ୟ ଦେଖିବାକୁ ମିଳିଛି |

Cat with 4 ears
କେବେ ଦେଖିଛନ୍ତି କି ୪ କାନିଆ ବିଲେଇ, ଦେଖନ୍ତୁ…

ପ୍ରକୃତିର ସୃଷ୍ଟି ନିଆରା। ଆମେ ବିଭିନ୍ନ ସମୟରେ ଅଜବ ଅଜବ ଜୀବ ଦେଖୁଥିବା ବେଳେ ବର୍ତ୍ତମାନ ସେମିତି ଏକ ଜୀବ ଭାଇରାଲ୍ ହେଉଛି। ଭାଇରାଲ୍ ହେଉଥିବା ଭିଡିଓଟି ହେଉଛି ଏକ ୪ କାନିଆ ବିଲେଇର।

Sports
ମ୍ୟାଚ ଜିତିବାପରେ ଜୋତାରେ ମଦ ପୂରାଇ ପିଇଗଲେ କଙ୍ଗାରୁ ଦଳ, ଭିଡ଼ିଓ ଭାଇରାଲ୍‌

ନ୍ୟୁଜିଲାଣ୍ଡ ବିପକ୍ଷରେ ମ୍ୟାଚ୍‌ ଜିତିବା ପରେ ଉତ୍ସାହିତ ହେଲେ କଙ୍ଗାରୁ ଦଳ, ଜୋତା ଭିତରେ ମଦ ପିଇ ପିଇଗଲେ ଖେଳାଳୀ

crime video
ସ୍ତ୍ରୀର ଚରିତ୍ରକୁ ସନ୍ଦେହ ! ଘରକୁ ଆସିଥିବା ଯୁବକକୁ ଗୋଡ଼ାଇ ଗୋଡ଼ାଇ ହାଣୁଥିବାର ଭିଡିଓ ଭାଇରାଲ୍

ଗତକାଲି ସକାଳ ୮ଟା ସମୟରେ ଏହି ଘଟଣା ଘଟିଛି । ଭିଡ଼ିଓଟି ଏବେ ଭାଇରାଲ ହେବାରେ ଲାଗିଛି ।

Cuttack Viral Video
ଲାଇକ୍‌, ଶେୟାର୍‌ ପାଇଁ ‘ଅମାନିଆ ବାଘ’ ଓ ‘ପବ୍ଲିକ୍‌ ଷଣ୍ଢ’ ମଧ୍ୟରେ ୱାର୍‌

ଆଜିକାଲି ସୋସିଆଲ୍‌ ମିଡିଆରେ ଲାଇକ୍‌, ଶେୟାର୍‌ ସହ ଲୋକପ୍ରିୟତା ହାସଲ କରିବା ପାଇ କିଛି ଯୁବକଯୁବତୀ ଏଭଳି କାର୍ଯ୍ୟ କରୁଛନ୍ତି, ଯାହା ସେମାନଙ୍କ ପାଇଁ ପରେ ମହଙ୍ଗା ସାବ୍ୟସ୍ତ ହେଉଛି। ସୋସିଆଲ୍ ମିଡିଆରେ ମାରଣାସ୍ତ୍ର ଧରି ଭିଡିଓ ପୋଷ୍ଟିଂ କରି ଫସିଛନ୍ତି କଟକର କିଛି ଯୁବକ ଯୁବତୀ।

3 Detained from viral video
ଭିଡିଓ କରୁଥିଲେ, ଏବେ ଥାନାରେ ଅଟକ

ଭୁବନେଶ୍ୱରର KBN ଗ୍ରୁପ୍ ଭଳି କଟକରେ ବି ଗୋଟିଏ ଗୋଷ୍ଠୀର ମାରଣାସ୍ତ୍ର ସହ ଭିଡିଓ ଭାଇରାଲ ପରେ ଏହି ଗୋଷ୍ଠୀର ୩ ଜଣଙ୍କୁ ଅଟକ ରଖିଛି ପୋଲିସ..

The girl was playing with the phone and monkey snatched it
ମୋବାଇଲ ପାଇଁ ମାଙ୍କଡ ଓ କୁନି ଝିଅର ଝଗଡା

ସୋସିଆଲ୍‌ରେ ମିଡିଆରେ ପଶୁଜନ୍ତୁଙ୍କୁ ନେଇ ଅନେକ ଭିଡିଓ ଭାଇରାଲ ହେବା ଆମେ ଦେଖିଛେ। ଏହିସବୁ ଭିଡିଓ ଆମକୁ ହସାଏ ଓ ମଜ୍ଜାଦିଏ। ଏବେ ସେହିଭଳି ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି। ଭିଡିଓରେ ମୋବାଇଲ୍‌କୁ ନେଇ ଏକ ମାଙ୍କଡ କିପରି ଏକ କୁନି ଝିଅ ସହ ଝଗଡା କରୁଛି ତାହା ଦେଖିବାକୁ ମିଳିଛି।

Alike KBN Gang
ଭୁବନେଶ୍ୱର ପରେ ଏବେ କଟକର ଭାଇରାଲ ଭିଡ଼ିଓକୁ ନେଇ ପୋଲିସର ବଢୁଛି ମୁଣ୍ଡବିନ୍ଧା

ଭୁବନେଶ୍ୱର ପରେ ଏବେ କଟକର ଏକ ଭିଡ଼ିଓ ସୋସିଆଲ ମିଡ଼ିଆରେ ଭାଇରାଲ ହେବାରେ ଲାଗିଛି, ଯାହାକୁ ନେଇ କମିଶନରେଟ୍‌ ପୋଲିସର ବଢୁଛି ଟେନସନ୍‌

KBN Group Bubu Jena
KBN ଗ୍ରୁପ୍‌ ପାଇଁ କାଳ କମିଶନରେଟ୍‌ ପୋଲିସ, ସମୂଳେ ଧ୍ୱଂସ ପାଇଁ ଆରମ୍ଭ କଲା ଅପରେସନ୍‌ ଦମନ୍‌

ପୋଲିସ୍ ପୁଅର ଡନ୍ ନିଶା । ଚେଙ୍ଗ, ସଂଜୟ  ପରେ ଏବେ ପୋଲିସ୍ ଟାର୍ଗେଟ୍‌ରେ KBN ଗ୍ରୁପ୍‌ର ମାଷ୍ଟର ମାଇଣ୍ଡ ବୁବୁ ଜେନା । ଲୋକଙ୍କୁ ଭୟଭୀତ କଲା ଭଳି ଭିଡିଓ ତିଆରି କରି ରାଜଧାନୀରେ ଆତଙ୍କ ସୃଷ୍ଟି କରିଥିବା ବୁବୁ ଜେନା ଘରେ ଆଜି ପଡ଼ିଛି ପୋଲିସ ରେଡ୍ ।

girl tortured by villagers
ପ୍ରେମୀଯୁଗଳଙ୍କୁ ଅଟକ ରଖିଲେ, ଜବରଦସ୍ତ ବାହା କଲେ

ନବରଙ୍ଗପୁର ରାଇଘର ବ୍ଲକ ସୋନପୁରରେ ଏଭଳି ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି.. ପ୍ରେମୀଯୁଗଳଙ୍କୁ ବନ୍ଦ କୋଠରୀରେ ଅଟକ ରଖିବା ପରେ ଜୋର୍ ଜବରଦସ୍ତ ବିବାହ କରାଇଛନ୍ତି ଗାଁ ଲୋକେ.. ଯାହାର ଭିଡିଓ ଏବେ ଭାଇରାଲ୍ ହେଉଛି..

snake bite
ସାପ ଧରିଥିଲେ, ଚୋଟ ଖାଇଥାଆନ୍ତେ...

ଏବେ କଣ ଯେ ହୋଇଥାଆନ୍ତା? ଚାହୁଁ ଚାହୁଁ ଚାଲିଯାଇଯାଆନ୍ତା କଲେଜ ଛାତ୍ରୀଙ୍କ ଜୀବନ, ମହଙ୍ଗା ପଡ଼ିଥାଆନ୍ତା ସାପ ଖେଳ....ଦେଖନ୍ତୁ ଏହି ଭାଇରାଲ ଭିଡ଼ିଓ

girl allegedly tortured by villagers
ଯୁବକଙ୍କ ସହ ଏକୁଟିଆ କଥା ହେଉଥିଲେ ବୋଲି ନିର୍ଯାତନା ଦେଲେ, ଜବରଦସ୍ତ ବାହାଘର କରାଇଦେଲେ

ଯୁବକ ସହ ଏକୁଟିଆ କଥା ହେଉଥିଲେ ବୋଲି ଯୁବତୀଙ୍କୁ ଅକଥନୀୟ ନିର୍ଯାତନା। ଗାଳିଗୁଲଜ କରି ଜୋର ଜବରଦସ୍ତ ବାହାଘର କରାଇବାକୁ ଉଦ୍ୟମ କରିବା ସହ ଭିଡିଓ ଭାଇରାଲ କରିଥିଲେ କିଛି ଯୁବକ।

KBN Group Viral Video
ଫିଲ୍ମ ଷ୍ଟାଇଲ୍‌ରେ ଗାଡ଼ି ଉପରେ ମସ୍ତି କରୁଛନ୍ତି KBN ଗ୍ୟାଙ୍ଗ୍ ସଦସ୍ୟ, ସାମ୍ନାକୁ ଆସିଲା ଆଉ ଏକ ଭିଡିଓ

KBN ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ଭିଡ଼ିଓ ସାମ୍ନାକୁ ଆସିବାରେ ଲାଗିଛି। ସ୍ମାର୍ଟସିଟି ଭୁବନେଶ୍ୱରରେ ସକ୍ରିୟ ଥିବା ତଥାକଥିତ ଅପରାଧି ଗ୍ୟାଙ୍ଗ୍ KBN ଗ୍ରୁପ୍‌ର ଆଉ ଏକ ଭିଡିଓ ଏବେ ସାମ୍ନାକୁ ଆସିଛି। 

Special Story | Viral Video | Man Dips His Bare Hand In Piping Hot Oil To Fry Chicken
କଡ଼େଇରେ ଫୁଟୁଛି ତେଲ, ଚଟୁ ବିନା ହାତରେ ଚିକେନ୍‌ ଫ୍ରାଏ କରୁଛନ୍ତି ଶୈଳେଶ

ଟକମକ ହୋଇ ଫୁଟୁଛି ତେଲ। ଡଙ୍କି କି ଚଟୁ ନୁହେଁ, ବରଂ ନିଜ ହାତରେ ଗରମ କଡ଼େଇରେ ହାତ ପୁରେଇ ରୋଷେଇ କରୁଛନ୍ତି ଚିକେନ୍‌ ଫ୍ରାଏ। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଏ ଭିଡ଼ିଓ। ଆପଣ ବି ଦେଖନ୍ତୁ ସେ ଭିଡ଼ିଓ...

Little girl recites Amrita Pritam’s iconic poem
କୁନି ଝିଅର ନିଆରା କଣ୍ଠରେ ଅମୃତା ପ୍ରୀତମଙ୍କ କବିତା

ସୋସିଆଲ୍ ମିଡିଆରେ ହୃଦୟ ଜିତୁଛନ୍ତି କୁନି ଝିଅ। ସେ ଅମୃତା ପ୍ରୀତମଙ୍କ ପ୍ରତିଷ୍ଠିତ କବିତା ‘ମେଁ ତେନୁ ଫିର୍‌ ମିଲାଙ୍ଗି’କୁ ପରିବେଷଣ କରି ଇଣ୍ଟର୍‌ନେଟ୍ ଭାଇରାଲ ଗାର୍ଲ ହୋଇଯାଇଛନ୍ତି।

KBN Group
କମିଶନରେଟ୍ ପୋଲିସ ଟାର୍ଗେଟ୍‌ରେ KBN ଗ୍ରୁପ୍‌, ଆଜି ଭାଙ୍ଗିଲା ସଞ୍ଜୟ ଘର..

କେବିଏନ୍ ଗ୍ରୁପ୍‌ର ଗୋଟିଏ ପରେ ଗୋଟିଏ ସଦସ୍ୟଙ୍କ ଘରେ ପଶି ଖାନ୍‌ତଲାସି କରୁଛି କମିଶନରେଟ୍ ପୋଲିସ । ଘର ଛାତ ଭାଙ୍ଗୁଛି, ଚଟାଣ ବି ତାଡ଼ୁଛି ପୋଲିସ ।

Ranu Mondal videos once again viral in social media
ପୁଣି ଚର୍ଚ୍ଚାରେ ରାନୁ ମଣ୍ଡଳ; ତାଙ୍କ ନାମରେ ଭାଇରାଲ ହେଉଛି ଭିଡିଓ

ଆଜିକାଲି ସୋସିଆଲ୍ ମିଡିଆରେ ଯିଏ ଥରେ ଚର୍ଚ୍ଚିତ ହୋଇଗଲା ସିଏ ହେଇଗଲା ଏକ ଟ୍ରେଣ୍ଡ୍। ସେଭଳି ମଧ୍ୟ ହୋଇଛି ରାନୁ ମଣ୍ଡଳଙ୍କ କ୍ଷେତ୍ରରେ। ଭାଇରାଲ ହେବା ନେଇ ତାଙ୍କ ନାମ ହିଁ ଯଥେଷ୍ଟ ହୋଇଯାଇଛି। ତାଙ୍କ ନାମକୁ ବ୍ୟବହାର କରି ଚାଲୁଛି ଭିଡିଓ। ନିଜକୁ ଚର୍ଚ୍ଚାର ପରିସରକୁ ଆଣିବା ନେଇ ଲୋକେ ରାନୁ ମଣ୍ଡଳଙ୍କ ନାମକୁ ବ୍ୟବହାର କରୁଥିବା ଦେଖାଯାଉଛି।

KBN Group
KBN ଗ୍ରୁପ୍‌ର ଆଉ ଦୁଇ ଗିରଫ, ଚେଙ୍ଗ ଘର ଆଜବେଷ୍ଟସ ଭାଙ୍ଗି ପଶିଲା ପୋଲିସ

ଚେଙ୍ଗଙ୍କ ଘର ଆଜବେଷ୍ଟସ ଭାଙ୍ଗି ପୋଲିସ ପଶିଥିଲା । ଏହାସହ ଘରର ଚଟାଣ ଖୋଳି ଛାନ୍‌ଭିନ୍‌ କରିଥିଲା । ରାଜଧାନୀରେ ଆତଙ୍କରାଜ ସୃଷ୍ଟି କରିଥିବା କୋଇ ଭାଇ ନେହିଁ (କେବିଏନ୍‌) ଗ୍ରୁପ୍‌ର ଜଣେ ସଦସ୍ୟ ହେଉଛନ୍ତି ଚେଙ୍ଗ ।

Heart wrenching video went viral on social media
ଘୋଡା ଓ ମହିଳାଙ୍କ ପ୍ରେମ କାହାଣୀ

ଅନେକ ଭାବନ୍ତି ପଶୁପକ୍ଷୀଙ୍କ ଠାରେ ଭାବପ୍ରବଣତା ନାହିଁ। ସେମାନେ ଜାଣନ୍ତି ନାହିଁ ସୁଖ, ଦୁଃଖ ସ୍ନେହ, ପ୍ରେମ ଆଦି। କିନ୍ତୁ ଲୋକଙ୍କ ଏହି ଭାବନାକୁ ଭୁଲ୍ ପ୍ରମାଣିତ କରିଛି ଏକ ଘୋଡା। ସୋସିଆଲ୍ ମିଡିଆରେ ଘୋଡାର ଏକ ଭିଡିଓ ଭାଇରାଲ ହେଉଛି, ଯେଉଁଥିରେ ସେ ଜଣେ ମହିଳାଙ୍କୁ ଗଭୀରଭାବେ ଭଲ ପାଉଥିବା ଦେଖାଯାଉଛି।

Aunty did such a dance, seeing which the girls were left laughing
ଆଣ୍ଟିଙ୍କର ଏହି ଡ୍ୟାନ୍ସ ଆପଣ ଆଖିକୁ ବି ଟେରା କରିଦେବ

ସୋସିଆଲ୍ ମିଡିଆରେ ତ ଅନେକ ଭିଡିଓ ଭାଇରାଲ୍ ହେଉଛି। ଏହି ଭିଡିଓଗୁଡିକ ଏତେ ମଜ୍ଜାଳିଆ ଯେ ଯାହାକୁ ବାରମ୍ବାର ଦେଖିବାକୁ ଇଛା ହୁଏ। ଏବେ ଜଣେ ଆଣ୍ଟିଙ୍କର ଏମିତି ଏକ ଭିଡିଓ ଭାଇରାଲ୍ ହେଉଛି ଯାହାକୁ ଦେଖି ହସି ହସି ଆପଣଙ୍କ ପେଟ ଦରଜ ହେଇଯିବ।

Same girl acted as sister in law and mother in law
କିମିଆ କଲା କୁନି ଝିଅର ଶାଶୂ-ବୋହୂ ଅଭିନୟ

ଶାଶୂ-ବୋହୂ କଳିକୁ ନେଇ ଅନେକ ଯାତ୍ରା, ନାଟକ, ଫିଲ୍ମ ଆଦି ରହିଛି। କିନ୍ତୁ ଏବେ ସୋସିଆଲ୍ ମିଡିଆରେ ଏ ସଂପର୍କିତ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହା ସମସ୍ତଙ୍କ ହୃଦୟ ଚୋରି କରିନେବ। ଗୋଟିଏ କୁନି ଝିଅ ଉଭୟ ଶାଶୂ ଓ ବୋହୂର ଅଭିନୟ କରି ଲୋକଙ୍କ ହୃଦୟରେ ରାଜ୍ କରିଛି। ଆପଣ ବି ଏହି ଭିଡିଓ ଦେଖିଲେ ତା ପ୍ରେମରେ ପଡିଯିବେ।

Baby give lovely smile after eating icecream
ହୃଦୟ ଜିତୁଛି କୁନି ପୁଅର ଭିଡିଓ

ଦୁନିଆରେ ଛୋଟ ପିଲାଙ୍କ ହସ ସମସ୍ତଙ୍କୁ ଭଲ ଲାଗେ। ସେମାନଙ୍କ ସରଳ ହସ ସବୁ ଦୁଃଖ ପୋଛିଦିଏ। ବର୍ତ୍ତମାନ ସୋସିଆଲ୍ ମିଡିଆରେ ଏମିତି ଏକ ଭିଡିଓ ଭାଇରାଲ ହେଉଛି ଯାହାକୁ ଦେଖିଲେ ହୃଦୟ ଆପେ ଆପେ ପ୍ରଫୁଲ୍ଲିତ ହୋଇଯିବ।

Minister Dibya Shankar Mishra intercepted by BJP Yuva Morcha member
ସହର ମଝିରେ ମନ୍ତ୍ରୀ ଦିବ୍ୟଶଙ୍କରଙ୍କୁ ଇସ୍ତଫା ମାଗିଲେ ଯୁବମୋର୍ଚ୍ଚା କର୍ମୀ

ମନ୍ତ୍ରୀ ଭବାନୀପାଟଣାରୁ ନିଜ ନିର୍ବାଚନ ମଣ୍ଡଳି ଜୁନାଗଡ଼ ଅଭିମୁଖେ ପୋଲିସ ଏସ୍କର୍ଟରେ ଯାଉଥିଲେ। ଏହି ସମୟରେ ପହଞ୍ଚି ଯାଇଥିଲେ ଦୀପଜ୍ୟୋତି। ମମିତା ହତ୍ୟାକାଣ୍ଡର ୨୩ ଦିନ ପରେ କାହିଁକି ବାହାରିଲେ ବୋଲି ପ୍ରଶ୍ନ କରିବା ସହ ଇସ୍ତଫା ଦାବି କରିଥିଲେ। ଯାହାର ଏକ ଭିଡ଼ିଓ ଏବେ ଭାଇରାଲ୍ ହୋଇଛି।