Advertisment

ବେଦୀ ଉପରେ ହାତରୁ ଶଙ୍ଖା ଫୋପାଡ଼ିଲେ କନିଆଁ, ବର ବେହୋସ୍

ବର ବେହୋସ ହୋଇ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି।

author-image
Chandan Shishu
ଅଦ୍ୟତନ ହୋଇଛି
Bride Trashed on Marriage Mandap

Bride Trashed on Marriage Mandap

ବାଲେଶ୍ୱର ଜିଲ୍ଲା ବାଲିଆପାଳରେ ବିବାହ ବେଦୀରେ ବାହାଘରକୁ ପ୍ରତ୍ୟାଖାନ କଲେ ଯୁବତୀ। ବାହା ବେଦୀରେ ବର ବସିଥିବା ବେଳେ କନ୍ୟା ଉଠିପଡ଼ି ହାତରୁ ଶଙ୍ଖା ଖୋଲି ପଳାଉଥିଲେ। ତେବେ ଘର ଲୋକ ଆସି ବୁଝାସୁଝା କରିଥିଲେ ବି ଝିଅ ରାଜି ହୋଇନଥିଲା। ଏଣୁ କେହି ଜଣେ ଆସି କନିଆକୁ ଚାପୁଡା ମାରିବା ସହ ଜବରଦସ୍ତ ବେଦୀରେ ବସାଇ ଦେଇଥିଲେ।

Advertisment

ଏତିକି ବେଳେ ବେଦୀରେ ବସିଥିବା ବର ବେହୋସ ହୋଇ ପଡ଼ିଯିବାର ଭିଡିଓ ଏବେ ଭାଇରାଲ୍ ହେବାରେ ଲାଗିଛି। ମିଳିଥିବା ସୂଚନା ଅନୁସାରେ ଭୋଗରାଇ ବ୍ଲକ କମର୍ଦ୍ଦା ଅଞ୍ଚଳର ଜଣେ ଯୁବକ ବାଲିଆପାଳ ରେମୁ ଗାଁକୁ ବାହା ହେବାକୁ ଯାଇଥିଲେ।

Advertisment

ବାହାଘର ବେଦୀ ସଜଡ଼ା ସରିଥିଲେ ବି ଇଛା ବିରୋଧରେ ବାହାଘର ହେଉଥିବାରୁ ଯୁବତୀ ଜଣକ ଏପରି କରିଥିଲେ ବୋଲି କୁହାଯାଇଛି। ଝିଅକୁ ଜବରଦସ୍ତି ବିବାହ କରାଯାଉଥିବା ଓ ମାଡ଼ ମରାଯାଉଥିବା ବେଳେ ସ୍ଥାନୀୟ ପୋଲିସ କଣ ପଦକ୍ଷେପ ନେଉଛି ତାହା ଦେଖିବାକୁ ବାକି ରହିଲା।  

Viral Video Marriage Party Bride Groom
Advertisment
Advertisment