• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ବିଶ୍ୱରେ ମାନବ ବସତି ବୃଦ୍ଧି ସହିତ ଆବାସିକ ଅଞ୍ଚଳର କ୍ଷେତ୍ର ବୃଦ୍ଧି ପାଇବାରେ ଲାଗିଛି। ଏହି କାରଣରୁ ଜଙ୍ଗଲ ସମ୍ପଦ କ୍ରମାଗତ ଭାବେ ହ୍ରାସ ପାଉଛି। ଏହା ଦ୍ୱାରା ଜଙ୍ଗଲରେ ବାସ କରୁଥିବା ବନ୍ୟଜନ୍ତୁମାନେ ବହୁତ ପ୍ରଭାବିତ ହୋଇଛନ୍ତି। ଆମ ଦେଶରେ ଅନେକ ରାଜ୍ୟ ଅଛି ଯେଉଁଠାରେ ରେଳ ଲାଇନକୁ ଜଙ୍ଗଲ ଦେଇ ଯିବାକୁ ପଡେ। ଫଳରେ ରେଳ ଲାଇନ୍ ଅତିକ୍ରମ କରୁଥିବା ସମୟରେ ଟ୍ରେନ୍ ଧକ୍କା ହେତୁ ଅନେକ ଜୀବ ପ୍ରାଣ ହରାନ୍ତି।

ବର୍ତ୍ତମାନ ଏହିଭଳି ଏକ ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତିବାରେ ଲାଗିଛି। ଭିଡିଓରେ ଏକ ହାତୀ ଟ୍ରେନ୍ ସମ୍ମୁଖରେ ରେଲ୍‌ୱେ ଟ୍ରାକ୍‌ ଅତିକ୍ରମ କରୁଥିବା ଦେଖିବାକୁ ମିଳେ। ଏହା ଦେଖି ଟ୍ରେନ୍ ଚଳାଉଥିବା ଲୋକୋ ପାଇଲଟ୍ ଜରୁରୀକାଳୀନ ବ୍ରେକ୍ ଲଗାଇ ଟ୍ରେନ୍‌କୁ ଅଟକାଇଛନ୍ତି ଓ ହାତୀଟି ସହଜରେ ରେଳ ଲାଇନ୍ ଅତିକ୍ରମ କରିଛି।

ଭାଇରାଲ୍‌ ହେଉଥିବା ଏହି କ୍ଲିପ୍‌କୁ ଉତ୍ତର ବଙ୍ଗର ଡିଭିଜନାଲ ରେଲ୍‌ୱେ ମ୍ୟାନେଜର ଶେୟାର କରିଛନ୍ତି। ସେ ଏହାର କ୍ୟାପସନ୍‌ରେ ସେ ସୂଚନା ଦେଇଛନ୍ତି ଯେ ଗତ କାଲି ୧୭.୩୫ ସମୟରେ ୧୫୭୬୭ ଏସଜିୟୁଜେ-ଏପିଡିଜେ ଇଣ୍ଟରସିଟି ଏକ୍ସପ୍ରେସ୍‌ର ଲୋକୋ ପାଇଲଟ୍ ଆର୍ ଆର୍ କୁମାର ଓ ଆସିଷ୍ଟାଣ୍ଟ୍ ଲୋକୋ ପାଇଲଟ୍ ଏସ୍ କୁଣ୍ଡୁ ଗୁଲ୍‌ମା-ସିଭୋକ ମଧ୍ୟରେ କେଏମ୍ ୨୩/୧ରେ ଟ୍ରାକ୍‌ ଅତିକ୍ରମ କରୁଥିବା ବେଳେ ଏକ ଜଙ୍ଗଲୀ ହାତୀକୁ ଦେଖିଥିଲେ। ଫଳରେ ଟ୍ରେନ୍‌ର ଗତି ନିୟନ୍ତ୍ରଣ କରିବା ପାଇଁ ବ୍ରେକ୍ ମାରିଲେ, ଯାହା ବନ୍ୟଜନ୍ତୁକୁ ବଞ୍ଚାଇଦେଇଥିଲା।

ବର୍ତ୍ତମାନ ଏହି ଭିଡିଓ ସୋସିଆଲ ମିଡିଆରେ ସମସ୍ତଙ୍କ ହୃଦୟ ଜିତୁଛି। ଏହା ସହିତ ଶହ ଶହ ଲୋକ ଏହି ଭିଡିଓ ଦେଖୁଛନ୍ତି ଏବଂ ଭିଡିଓରେ ହାତୀକୁ ବଞ୍ଚାଇବା ପାଇଁ ଜରୁରୀକାଳୀନ ବ୍ରେକ୍ ଲଗାଇଥିବା ଲୋକୋ ପାଇଲଟ୍‌ଙ୍କୁ ପ୍ରଶଂସା କରୁଛନ୍ତି। ଅନେକ ଲୋକ ମଧ୍ୟ ଏହି ଭିଡିଓକୁ କ୍ରମାଗତ ଭାବରେ ଶେୟାର କରୁଛନ୍ତି। ଏହାକୁ ମଧ୍ୟ ଉତ୍ତର-ପୂର୍ବ ସୀମାନ୍ତ ରେଳବାଇର ଟ୍ୱିଟର୍‌ ପ୍ରୋଫାଇଲରେ ରିଟ୍ୱିଟ୍‌ କରାଯାଇଛି।