• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Pramod Behera

ମୋବାଇଲରେ ଚାଟିଂ କରିବା ସମୟରେ ଆମେ ସମସ୍ତେ ଆମ ଭାବନାକୁ ବୁଝାଇବା ପାଇଁ ଇମୋଜି ବ୍ୟବହାର କରୁଛୁ। ହସିବା, କାନ୍ଦିବା, ଘୃଣା କରିବା, ଖୁସି ଭଳି ଅନେକ ଇମୋଜି ଅଛି, ଯାହାକୁ ଆମେ ଦୈନନ୍ଦିନ ବ୍ୟବହାର କରୁ। ଅବଶ୍ୟ, ଏହି ପ୍ରଶ୍ନ ଅନେକଙ୍କ ମନରେ ଆସୁଥିବ ଯେ ଏହି ଇମୋଜିଗୁଡିକ କେଉଁଠୁ ଆସିଲା।

ତେବେ ଟ୍ୱିଟରରେ ଆସିଥିବା ଏକ ଭିଡିଓରେ ଏହାର ଉତ୍ତର ମିଳିଛି। ଭିଡିଓ ଦେଖି ସୋସିଆଲ ମିଡିଆ ବ୍ୟବହାରକାରୀମାନେ ନିଶ୍ଚିତ ହୋଇଛନ୍ତି ଯେ ଇମୋଜି ପ୍ରକୃତରେ ବଲିଉଡ୍‌ର ଏହି ଭେଟେରାନ ଅଭିନେତ୍ରୀଙ୍କ ଦ୍ୱାରା ଉଦ୍ଭାବିତ ହୋଇଛି।

ହିନ୍ଦୀ ଚଳଚ୍ଚିତ୍ରରେ ନିଜର ଉନ୍ନତ ଅଭିବ୍ୟକ୍ତି ସହିତ ହାସ୍ୟ ଅଭିନୟର ଚମତ୍କାର ତଡକା ଦେଇଥିବା ଅଭିନେତ୍ରୀ ମନୋରାମା ଅନେକ ଚରିତ୍ରରେ ଅଭିନୟ କରିଥିଲେ। ସେ ତାଙ୍କ ମୁହଁରେ ଅଜବ ଗଜବ ଅଭିବ୍ୟକ୍ତି ଦେବା ନେଇ ପ୍ରସିଦ୍ଧ ଥିଲେ। ତାଙ୍କ ଆଖିରେ ଚଉଡା କାଜଲ ଲଗାଇ ମନୋରମା ଏମିତି ମୁହଁ କରନ୍ତି ଯେ ସମସ୍ତେ ତାଙ୍କ ଚରିତ୍ରରେ ପାଗଳ ହୋଇଯାଆନ୍ତି। ମନୋରମାଙ୍କ ସେହିସବୁ ଦମଦାର ଅଭିବ୍ୟକ୍ତି ଭାଇରାଲ ହେଉଥିବା ଭିଡିଓରେ ଦର୍ଶାଯାଇଛ। ଏହି ଭିଡିଓରେ କ୍ୟାପ୍‌ସନ୍ ଦିଆଯାଇଛି ଯେ 'ଇମୋଜି ଏଠାରୁ ଆସିଛି'।

ସୋସିଆଲ ମିଡିଆ ବ୍ୟବହାରକାରୀମାନେ ମଧ୍ୟ ଗ୍ରହଣ କରୁଛନ୍ତି ଯେ ମନୋରମାଙ୍କର ଚମତ୍କାର ଅଭିବ୍ୟକ୍ତିରୁ ଇମୋଜି ହିଁ ତିଆରି ହୋଇଥିବ। ଜଣେ ବ୍ୟକ୍ତି ମନ୍ତବ୍ୟ ଦେଇ ଲେଖିଛନ୍ତି, 'ସେ ଜଣେ ଜୀବନ୍ତ ଇମୋଜି' ଥିଲେ। ସେହିପରି ଆଉ ଜଣେ ବ୍ୟକ୍ତି ଉତ୍ତର ଦେଇ ଲେଖିଛନ୍ତି, 'ପ୍ରକୃତରେ ଇମୋଜି ଏଠାରୁ ହିଁ ଆସିଛି'।

ପ୍ରକାଶଥାଉ ଯେ ମନୋରମା 'ସୀତା ଔର୍‌ ଗୀତା', 'ଗେମ୍ବଲର୍', 'ବନାରସୀ ବାବୁ' ଭଳି ଚଳଚ୍ଚିତ୍ରରେ ଚମତ୍କାର ଚରିତ୍ରରେ ଅଭିନୟ କରିଥିଲେ, ଯାହା ଲୋକଙ୍କ ମନରେ ଛାପ ହୋଇ ରହିଯାଇଛି।