Advertisment

ଚଳନ୍ତା ଟ୍ରେନରୁ ଡେଇଁଲେ ଯୁବତୀ, ନିଶ୍ଚିତ ମୃତ୍ୟୁ ମୁଖରୁ ବଞ୍ଚାଇଦେଲେ ହୋମ୍‌ଗାର୍ଡ

ସୋସିଆଲ୍ ମିଡିଆରେ ଏକ ଭିଡିଓ ଏବେ ହଇଚଇ କରୁଛି। ଚଳନ୍ତା ଟ୍ରେନରୁ ଖସି ପଡୁଛନ୍ତି ଯୁବତୀ। ଏହା ପରେ ଏମିତି ଘଟଣା ଘଟୁଛି, ଯାହାକୁ ଦେଖିଲେ ଆପଣ ଆଖି ବନ୍ଦ କରି ଦେବେ।

author-image
Prangyan Parimita
ଅଦ୍ୟତନ ହୋଇଛି
HOME GUARD

HOME GUARD

ଟ୍ରେନରୁ ଡେଇଁଲେ ଯୁବତୀ। ଜଣେ ନୁହେଁ, ୩ ଜଣ ଯୁବତୀ ଆଗ ପଛ ହୋଇ ଡେଇଁଲେ । ପ୍ରଥମ ଯୁବତୀ ଜଣକ ମରିବା ଆଗରୁ ହଠାତ ଦେବଦୂତ ହୋଇ ଆସିଲେ ହୋମ୍‌ଗାର୍ଡ । ଯୁବତୀ ଜଣକ ଟ୍ରେନ ଭିତରେ ପଶିବା ପୂର୍ବରୁ ଭିଡି ନେଲେ ହୋମ୍‌ଗାର୍ଡ । ପ୍ଲାଟ୍‌ଫର୍ମରେ ଯୁବତୀଙ୍କୁ ମରଣ ମୁହଁରୁ ବଞ୍ଚାଇ ହିରୋ ପାଲଟି ଯାଇଛନ୍ତି ହୋମ୍‌ଗାର୍ଡ ।

Advertisment

ଏଭଳି ଏକ ସମ୍ୱେଦନଶୀଳ ଭିଡିଓଟିକୁ ପୋଷ୍ଟ୍‌ କରିଛନ୍ତି ଆଇପିଏସ୍‌ ଅଧିକାରୀ କେସର ଖାଲିଦ । ମହାରାଷ୍ଟ୍ର ଯୋଗେଶ୍ୱରୀ ଷ୍ଟେସନ୍‌ର ଏହି ଭିଡିଓରେ ଦେଖିବାକୁ ମିଳୁଛି, ତିନି ଜଣ ଝିଅ ମିଳିମିଳି ଟ୍ରେନରେ ଚଢିଥିଲେ। ଏହି ସମୟରେ ଟ୍ରେନଟି ପ୍ଲାଟ୍‌ଫର୍ମରୁ ଛାଡିଥିଲା । ଏହା ପରେ ଜଣେ ଯୁବତୀ ଚଳନ୍ତା ଟ୍ରେନ୍‌ରୁ ତଳକୁ ଡେଇଁ ପଡ଼ିଥିଲେ। ଗୋଡ ଖସିଯିବା ହେଉ କି ଭାରସାମ୍ୟ ରକ୍ଷା କରି ନ ପାରି ଯୁବତୀ ଜଣକ କଚାଡି ହୋଇ ତଳେ ପଡି ଯାଇଥିଲେ। ଟ୍ରେନ ଗତିଶୀଳ ଥିବାରୁ ଟ୍ରେନ ଭିତରକୁ ଯୁବତୀ ପଶିଯାଇଥାଆନ୍ତେ ।

ଏହି ସମୟରେ ଟେନରୁ ଡେଇଁ ପଡି ଯୁବତୀଙ୍କୁ ଭିଡି ନେଇଥିଲେ ହୋମ୍‌ଗାର୍ଡ । ଏହା ପରେ ପ୍ଲାଟ୍‌ଫର୍ମରେ ଉପସ୍ଥିତ ଥିବା ଲୋକମାନେ ଯୁବତୀଙ୍କୁ ଧରି ପକାଇ ଥିଲେ । ଫଳରେ ଯୁବତୀଙ୍କ ଜୀବନ ଅଳ୍ପରେ ବଞ୍ଚିଯାଇଛି । ଏହା ପରେ ଅନ୍ୟ ଦୁଇ ଜଣ ଯୁବତୀ ଚଳନ୍ତା ଟ୍ରେନ୍‌ରୁ ବାହାରକୁ ଡେଇଁ ପଡ଼ିଥିବା ଭିଡିଓରେ ଦେଖିବାକୁ ମିଳୁଛି।

Advertisment

ଏପ୍ରିଲ୍‌ ୧୬ ତାରିଖରେ ଯୋଗେଶ୍ୱରୀ ଷ୍ଟେସନ୍‌ର ସିସିଟିଭି ଫୁଟେଜ୍‌ରେ ଏହି ଭିଡିଓ କଏଦ ହୋଇଥିଲା । ଯୁବତୀଙ୍କ ଜୀବନ ବଂଚାଇଥିବା ହୋମ୍‌ ଗାର୍ଡ ଜଣକ ହେଉଛନ୍ତି ଉଲତାଫ ଶେଖ । ଟ୍ୱିଟର୍‌ରେ ଭିଡିଓଟି ପୋଷ୍ଟ୍‌ ହେବା ପରେ ଏହାର ଭିୟୁ ୨୦ ହଜାରରୁ ଅଧିକ ହୋଇ ସାରିଲେଣି।

ଆଇପିଏସ କେସର ଖାଲିଦଙ୍କ ସୂଚନା ଅନୁସାରେ, ଲୋକାଲ ଟ୍ରେନରେ ଯାତ୍ରା କରିବା ସମୟରେ ଯୋଗେଶ୍ୱରୀ ରେଲୱେ ଷ୍ଟେସନରେ ଯୁବତୀ ତଳକୁ ଓହ୍ଲାଇବାକୁ ଚେଷ୍ଟା କରୁଥିବା ବେଳେ ପ୍ଲାଟଫର୍ମରେ ପଡ଼ି ଯାଇଥିଲେ। ପରେ ଅନ୍ୟ ଦୁଇ ଜଣ ଯୁବତୀ ଚଳନ୍ତା ଟ୍ରେନରୁ ପ୍ଲାଟଫର୍ମକୁ ଡେଇଁ ପଡ଼ିବାର ଦୃଶ୍ୟ ଦେଖିବାକୁ ମିଳୁଛି ।

ଟ୍ରେନଯାତ୍ରୀଙ୍କ ପାଇଁ ଦୁର୍ଘଟଣା ଏକ ସାଧାରଣ ଘଟଣା ହୋଇଯାଇଛି। ବିଭିନ୍ନ ସମୟରେ ଟ୍ରେନରେ ଯିବା ପାଇଁ ଲୋକମାନେ ତରତର ହୋଇ ଯାଉଥିବା ବେଳେ ଦୁର୍ଘଟଣାର ସାମ୍ନା କରିଥାନ୍ତି।

Viral Video Special Story
Advertisment
Advertisment