Advertisment

କଚାବାଦାମ ଗୀତିକାର ଭୁବନ ବାଦ୍ୟକାରଙ୍କୁ ଚାକିରି ଦେଲା ରେଲୱେ !! ସୋସିଆଲ ମିଡ଼ିଆରେ ଭାଇରାଲ ହେଉଛି ଭିଡ଼ିଓ..

ରେଲୱେରେ ଚାକିରି ପାଇଲେ କି ଭୁବନ ବାଦ୍ୟକାର? କଚା ବାଦାମର ଗାୟକଙ୍କୁ ନେଇ ଏବେ ସବୁଆଡ଼େ ବଢିଛି ଚର୍ଚ୍ଚା । ସୋସିଆଲ ମିଡ଼ିଆରେ ତାଙ୍କର ଏକ ଭିଡ଼ିଓ ଭାଇରାଲ ହେଉଛି ।

author-image
Otv Khabar Bureau
Bhuban Badyakar

Bhuban Badyakar

ଦିନେ ବାଦାମ ଧରି ରାସ୍ତାରେ ଗୀତ ଗାଉଥିଲେ। ଏବେ ତାଙ୍କର କଚା ବାଦାମ ଗୀତ ସୋସିଆଲ ମିଡ଼ିଆରେ ଏମିତି ଭାବରେ ଭାଇରାଲ ହେଲା ଯେ, ପିଲାଠୁ ବୁଡ଼ା ସମସ୍ତେ ମଜିଲେ ଏହି ଗୀତରେ। କେବଳ ଏତିକି ନୁହେଁ ବରଂ ଏ ଗୀତରେ ରିଲ୍‌ ମଧ୍ୟ କଲେ ଲକ୍ଷ ଲକ୍ଷ ଲୋକ। ଆଉ ରାତିରାତି କଚାବାଦାମର ଗାତିକାର ଭୁବନ ବାଦ୍ୟକର ସୋସିଆଲ ମିଡ଼ିଆର ସେନସେସନ ପାଲଟିଗଲେ। ତେବେ ପୁଣି ଥରେ ତାଙ୍କୁ ନେଇ ଏବେ ଜୋରସୋରରେ ଚର୍ଚ୍ଚା ଚାଲିଛି। କୁହାଯାଉଛି ଯେ, ଭୁବନ ଏବେ ରେଲୱେର ଚାକିରି ପାଇଛନ୍ତି।

Advertisment

ରେଲୱେ ଷ୍ଟେସନରେ ସତରେ କଣ ଚାକିରି ପାଇଛନ୍ତି ଭୁବନ? ସୋସିଆଲ ମିଡ଼ିଆରେ ଏନେଇ ଚର୍ଚ୍ଚା ବଢିବାରେ ଲାଗିଛି । ଗୁରୁତ୍ୱପୂକର୍ଣ୍ଣ କଥା ହେଲା ସେ ରେଳବାଇରେ ମ୍ୟାନେଜର ପୋଷ୍ଟରେ ଚାକିରି ପାଇଥିବା ନେଇ କୁହାଯାଉଛି। କେବଳ କୁହାଯାଉଛି ତାହା ନୁହେଁ ବରଂ ତାଙ୍କର ଏକ ଭିଡ଼ିଓ ମଧ୍ୟ ଭାଇରାଲ ହେବାରେ ଲାଗିଛି। ଏକ ଭିଡିଓରେ ଧଳା ରଙ୍ଗର ପୋଷାକରେ ଜଣେ ବ୍ୟକ୍ତି ଗୀତ ଗାଉଥିବାର ନଜର ଆସିଛନ୍ତି। ଆଉ ଏହି ବ୍ୟକ୍ତି ଜଣକ ଭୁବନଙ୍କ ପରି ଦେଖିବାକୁ ହେଲେ ମଧ୍ୟ ଭୁବନ ନୁହନ୍ତି। କିନ୍ତୁ ସୋସିଆଲ ମିଡ଼ିଆରେ ସେହି ବ୍ୟକ୍ତିଙ୍କୁ ଭୁବନ ବୋଲି କୁହାଯାଉଥିବା ଦେଖିବାକୁ ମିଳିଛି।

ଇନଷ୍ଟାଗ୍ରାମରେ ଅପଲୋଡ୍‌ ହୋଇଥିବା ଏହି ଭିଡ଼ିଓରେ କୁହାଯାଉଛି କଚାବାଦାମରେ ଗୀତିକାର ଭୁବନ ବାଦ୍ୟକାର ଏବେ ରେଲୱେରେ ଚାକିରି ପାଇଛନ୍ତି। ତେବେ ଭିଡ଼ିଓ ଅପଲୋଡ୍‌ ହେବା ପରେ ୬ ମିଲିୟନରୁ ଅଧିକ ଲୋକ ଏହାକୁ ଦେଖି ସାରିଲେଣି। ହେଲେ ଏବେ ସ୍ପଷ୍ଟ ହୋଇଛି ଯେ ଭାଇରାଲ ଭିଡ଼ିଓରେ ଦେଖାଯାଉଥିବା ମଣିଷ କଚାବାଦାମର ଗୀତିକାର ଭୁବନ ବାଦ୍ୟକାର ନୁହନ୍ତି।

Advertisment
Viral Video Bhuban Badyakar
Advertisment
Advertisment