/odishatv-khabar/media/post_attachments/uploadimage/library/16_9/16_9_0/IMAGE_1652096258.jpg)
Viral Video
ସରକାରୀ କ୍ୱାର୍ଟରରେ ଅଧିକାରୀଙ୍କ ରଙ୍ଗୀନ୍ କାରନାମା । ଅସଞ୍ଜତ ଅବସ୍ଥାରେ ଧରାପଡ଼ିଲେ ବାବୁ । ସରକାରୀ ଅଧିକାରୀଙ୍କ ପାଇଁ ଅନେକ ନୀତି ନିୟମ ଥିବାବେଳେ ଅନେକ ଏହାକୁ ଫୁ କରି ଉଡ଼ାଇ ଦେଉଛନ୍ତି । କିଛି ଅଧିକାରୀଙ୍କ ଏପରି ଉତ୍ପାତ ଯୋଗୁଁ ବଦନାମୀ ବଢ଼ି ବଢ଼ି ଚାଲିଛି । ଟିଟିଲାଗଡ଼ରେ ଏପରି ଏକ ଭିଡିଓକୁ ନେଇ ଏବେ ବଲାଙ୍ଗିର ଜିଲ୍ଲାରେ ହଇଚଇ ସୃଷ୍ଟି ହୋଇଛି । ଘଟଣାର ବାସ୍ତବତା ନେଇ ଯଦିଓ ସଂପୂର୍ଣ୍ଣ ତଥ୍ୟ ନାହିଁ, କିନ୍ତୁ ଘଟଣାଟି ଜଳଜଳ ଜଣାପଡ଼ିଯାଉଛି । ଭିଡିଓରେ ଥିବା ସରକାରୀ କର୍ମଚାରୀଙ୍କୁ କିଛି ସ୍ଥାନୀୟ ଲୋକ ରେଡ୍ ହ୍ୟାଣ୍ଡେଡ୍ ଧରିଥିଲେ ଓ ଭିଡିଓ କରିଥିଲେ ।
ଟିଟିଲାଗଡ ବ୍ଳକର ଓଡିଶା ଲାଇଭଲି ହୁଡ ମିସନର ଡି.ପି.ଏମ ରେଗନସ ଇକ୍କା । ଗତ ଗୁରୁବାର ଅପରାହ୍ନ ତିନିଟାରେ ବ୍ଳକରେ କାର୍ଯ୍ୟରତ ଜଣେ ମହିଳା କର୍ମଚାରୀଙ୍କୁ ନିଜ କ୍ୱାର୍ଟରକୁ ଡାକି ଅସଞ୍ଜତ ଅବସ୍ଥାରେ ଥିଲେ । ତେବେ ଏହା ପ୍ରଥମ ଥର ନୁହେଁ ବିଭିନ୍ନ ବାହାନା କରି ପୂର୍ବରୁ ମଧ୍ୟ ଯୁବତୀଙ୍କୁ ଏପରି ଡାକୁଥିଲେ ବୋଲି ଅଭିଯୋଗ ହେଉଛି । ତେବେ ବାବୁଙ୍କୁ ଧରିବାକୁ ସୁଯୋଗ ଅପେକ୍ଷାରେ ଥିଲେ ସ୍ଥାନୀୟ ଲୋକ ଓ କିଛି ଗଣମାଧ୍ୟମ ପ୍ରତିନିଧି ।
ସୁଯୋଗ ମିଳିବା ପରେ ସରକାରୀ ଅଧିକାରୀଙ୍କ ଘରେ ପଶିଥିଲେ । ଆଉସେତିକି ବେଳେ ସରକାରୀ କର୍ମଚାରୀ ଖାଲି ଦେହରେ ଥିବା ଦେଖିବାକୁ ମିଳିଥିଲେ। । ସେପଟେ ବାହାର ଲୋକଙ୍କୁ ଦେଖି ଘର ଭିତରେ କବାଟ ଦେଇ ଲୁଚି ଯାଇଥିଲେ ମହିଳା କର୍ମଚାରୀ। ଲୋକେ କବାଟ ପିଟିବାରୁ ଯୁବତୀ ଜଣକ ବାହାରି, ବାହାରକୁ ପଲାଇ ଯାଇଥିଲେ । କିନ୍ତୁ ସେ କୌଣସି ଅନୈତିକ କାମରେ ଲିପ୍ତ ନଥିଲେ ବୋଲି କହିଥିଲେ ।
ତେବେ ଏଇଠି ପ୍ରଶ୍ନ ଉଠୁଛି ଯଦି ସେ ସରକାରୀ କାମରେ ଆସିଥିଲେ, କବାଟ କିଳି କାହିଁକି ରହିଥିଲେ? ଅନ୍ୟପଟେ ବାବୁ ଜଣଙ୍କ ମହିଳା କର୍ମଚାରୀଙ୍କ ଉପସ୍ଥିତିରେ ଏଭଳି ବେଶରେ କାହିଁକି ଥିଲେ ? ସାଧାରଣ ସୌଜନ୍ୟତା ଦୃଷ୍ଟିରୁ ସାର୍ଟ ଟିଏ ପିନ୍ଧି ପାରି ଥାଆନ୍ତେ ? କାହିଁକି ଓ କଣ ପାଇଁ ଭିଡିଓ ଉତ୍ତୋଳନ କରୁଥିବା ବ୍ୟକ୍ତିଙ୍କୁ ବାର ବାର ଗୋଡ ଧରି ଭୁଲ ମାଗୁଥିଲେ ? ସୋସିଆଲ ମିଡିଆରେ ଘଟଣାଟି ଭାଇରାଲ୍ ହେବା ପର ଠାରୁ ଅଧିକାରୀ ଜଣକ ଫେରାର ଅଛନ୍ତି । ସେଥିପାଇଁ ଘଟଣା ସଂପର୍କରେ ତାଙ୍କର ପ୍ରତିକ୍ରିୟା ମିଳିନାହିଁ।
ବଲାଙ୍ଗିରରୁ ମନୋରଂଜନ ଯୋଷୀଙ୍କ ରିପୋର୍ଟ ଓଟିଭି
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)