• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Prangyan Parimita

ହାତଗଣ୍ଠି ପଡିଲା । ଧୁମଧାମରେ ବିବାହ କଲା ନାତୁଣୀ । ବାପାମାଆ ଭାଇଭଉଣୀକୁ ଭେଟି ସାରିବା ପରେ ଜେଜେମାଆ ପାଖକୁ ଆସିଲା କନିଆ। ତେବେ ଘରୁ ବିଦାହେବା ସମୟରେ ନାତୁଣୀକୁ ଦେଖି ଭାବପ୍ରବଣ ହୋଇଯାଇଥିଲେ ଜେଜେମାଆ । ଗେଲବସରର ନାତୁଣୀକୁ ଧରି ଖୁବ କାନ୍ଦିଲେ ।

ସୋସିଆଲ୍‌ ମିଡିଆରେ ଝିଅ ବିଦା ବେଳର ଏହି ଭିଡିଓଟି ଏବେ ଭାଇରାଲ୍‌ ହେଇଛି। ଭିଡ଼ିଓରେ ଜେଜେମାଆ ଓ ନାତୁଣୀଙ୍କ ଅତୁଟ ଭଲ ପାଇବା ଦେଖି ସମସ୍ତେ ଭାବପ୍ରବଣ ‌ହୋଇ ପଡୁଛନ୍ତି । ଭିଡିଓରେ କନ୍ୟା ଜଣକ ନାଲି ରଂଗର ଲେହେଙ୍ଗା ସହ ଅଳଙ୍କାର ପିନ୍ଧି ସଜେଇ ହୋଇଛନ୍ତି । ବିଦାୟୀ ପୂର୍ବରୁ ସେ ତାଙ୍କ ଜେଜେମାଆଙ୍କୁ ଦେଖା କରିବା ପାଇଁ ଆସିଛନ୍ତି । ନାତୁଣୀକୁ ଦେଖି ବୃଦ୍ଧା ଜେଜେମାଆ କାନ୍ଦି କାନ୍ଦି ଭାବପ୍ରବଣ ହୋଇ ପଡୁଛନ୍ତି । ତେବେ ଏତିକି ବେଳେ କନ୍ୟା ଜଣକ ତାଙ୍କ ଜେଜେମାଆଙ୍କୁ କହୁଛନ୍ତି ‘ମୁଁ ଦୂରକୁ ପଳଉଛି କି ? ବାସ୍‌ ୧୦ କିଲୋମିଟର ଦୂରରେ ରହୁଛି । ଯେତେବେଳେ ଫୋନ୍‌ କରିବ ମୁଁ ଆସିଯିବି ।

ଝିଅ ବିଦାୟ ସମୟରେ କନ୍ୟା ଘର ଲୋକେ କେତେ ଭାବପ୍ରବଣ ହୋଇଥାନ୍ତି, ତାହା କହିବାର ଆବଶ୍ୟକତା ନାହିଁ। ଆଜିକାଲି ଯଦିଓ ସେ ଦୃଶ୍ୟ ଦେଖିବାକୁ ମିଳୁନାହିଁ। ମାତ୍ର ଆଗରୁ ଝିଅ ବାହା ହୋଇ ବିଦା ହେବା ବେଳେ ଉଭୟ କନ୍ୟା ଓ ତାଙ୍କ ପରିବାର ଲୋକେ କାନ୍ଦି କାନ୍ଦି ଅଚେତ ହୋଇ ପଡୁଥିଲେ। ଏବେ ତାହା ନ ହୋଇ ହସି ହସି ବାପଘରୁ ଶାଶୂଘରକୁ ଯାଉଛନ୍ତି ଝିଅ।

OTV is now on Whatsapp

Join and get latest news update delivered to you via whatsapp

Join Now