Advertisment

୮୦ ବର୍ଷୀୟ ଜେଜେମା’ଙ୍କ ଦଉଡି ଡିଆଁ ଦେଖି ଆପଣ ଆଶ୍ଚର୍ଯ୍ୟ ହେବେ

ବୟସ ହେଲାଣି ୮୦, ହେଲେ ଖସିନି ପିଲାଦିନ। ଶଯ୍ୟାଶାୟୀ ହେବା ବୟସରେ ବି ମନରେ ରହିଚି ଯୋଶ୍। ତାଙ୍କ ଦଉଡି ଡିଆଁ ଯିଏ ଦେଖିବ ସିଏ ଆଶ୍ଚର୍ଯ୍ୟ ହେବ।

author-image
Pramod Behera
ଅଦ୍ୟତନ ହୋଇଛି
Very old lady skipping stunning

Very old lady skipping stunning

ସାଧାରଣତଃ, ଲୋକମାନେ ୬୦-୬୫ ବର୍ଷ ଅତିକ୍ରମ କରିବା ମାତ୍ରେ ଦୁର୍ବଳ ହୋଇପଡନ୍ତି। ଡିଆଁଡେଇଁ କରିବା ତ ଦୂରର କଥା କିଛି ବାଟ ଚାଲିଗଲେ ବି ଥକି ଯାଆନ୍ତି। ଏବେ ସୋସିଆଲ ମିଡିଆରେ ଏକ ଭିଡିଓ ଭାଇରାଲ ହେବାରେ ଲାଗିଛି, ଯେଉଁଥିରେ ଜଣେ ବୃଦ୍ଧ ମହିଳା ଦଉଡିଡିଆଁ ଖେଳୁଥିବା ନଜର ଆସିଛନ୍ତି। ଜେଜେମା ଦଉଡି ଡେଇଁବା ଦେଖି ଆପଣ ଆଶ୍ଚର୍ଯ୍ୟ ହୋଇଯିବେ, କାରଣ ତାଙ୍କ ବୟସ ୮୦ ବର୍ଷରୁ ଅଧିକ ବୋଲି ମନେହୁଏ।

Advertisment

ସୋସିଆଲ ମିଡିଆରେ ଭାଇରାଲ୍‌ ହେଉଥିବା ଏହି ଭିଡିଓରେ ଜେଜେମା’ଙ୍କ ଦଉଡି ଡେଇଁବା ଦେଖି ଲୋକମାନେ ବିଶ୍ୱାସ କରିପାରିବେ ନାହିଁ ଯେ ଏହି ବୟସରେ ମଧ୍ୟ ଏତେ ଫିଟ୍‌ନେସ୍ କେମିତି? ଆପଣ ମଧ୍ୟ ଏହି ସୁନ୍ଦର ଭିଡିଓ ଦେଖିବା ଜରୁରୀ।

ଭାଇରାଲ୍‌ ହେଉଥିବା ଭିଡିଓରେ, ଦେଖାଯାଏ ଯେ ଏହି ଜେଜେମା ତାଙ୍କ ଘର ଅଗଣାରେ ଠିଆ ହୋଇଛନ୍ତି। ତାଙ୍କ ହାତରେ ଏକ ଦଉଡି ଅଛି। ସେ ହସି ହସି ଏହାକୁ ନିଜ ହାତରେ ନେଇ ପିଲାଦିନର ଖେଳ ଆରମ୍ଭ କରନ୍ତି। ପ୍ରଥମେ ସେ ଡେଇଁବାକୁ ସକ୍ଷମ ନ ହେଉଥିଲେ ବି ସେ ହାର ମାନନ୍ତି ନାହିଁ। ପରେ ପୁଣି ଚେଷ୍ଟା କରି ଦଉଡି ଡେଇଁବା ଆରମ୍ଭ କରନ୍ତି।

Advertisment

ଭିଡିଓଟି ଇନ୍‌ଷ୍ଟାଗ୍ରାମ୍‌ରେ hepgul5 ନାମକ ଏକ ଆକାଉଣ୍ଟରେ ଶେୟାର କରାଯାଇଛି। ଭିଡିଓଟି କେଉଁଠୁ ଆସିଛି ତାହା ଜଣା ପଡିନାହିଁ, କିନ୍ତୁ ଜେଜେମା’ଙ୍କର ସୁନ୍ଦର ପୋଷାକ ଏବଂ ତାଙ୍କ ନିରିହପଣୀଆ ସମସ୍ତଙ୍କୁ ପସନ୍ଦ ଆସୁଛି। ଗୋଟିଏ ଦିନ ପୂର୍ବରୁ ଶେୟାର ହୋଇଥିବା ଏହି ଭିଡିଓକୁ ପାଖାପାଖି ୨୨ ହଜାର ଲୋକ ପସନ୍ଦ କରିଛନ୍ତି। ଏହ ସହିତ ୭୦୦ ରୁ ଅଧିକ ଲୋକ ଏହା ଉପରେ ନିଜର ମତାମତ ଦେଇଛନ୍ତି। ଅଧିକାଂଶ ଲୋକ ହାର୍ଟ ଇମୋଜି ସହିତ ପ୍ରତିକ୍ରିୟା ପ୍ରକାଶ କରିଛନ୍ତି ଏବଂ ଜେଜେମା’ଙ୍କ ଫିଟ୍‌ନେସ୍‌କୁ ପ୍ରଶଂସା କରିଛନ୍ତି।

Viral Video Old Woman Stunt
Advertisment
Advertisment