Advertisment

ସହିପାରିଲେନି ଶ୍ୱଶୂର ଘରର ନିର୍ଯାତନା; ଟାୱାର ଉପରକୁ ଚଢ଼ିଲେ, ପ୍ରାଣ ହାରିଲେ

ଏକ ଭିଡ଼ିଓ ଜାରି କରିବା ପରେ ପରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ୍ । ଜାମ୍‌ସେଦପୁର ବିଷ୍ଣପୁର ସ୍ଥିତ ଏକ ଟାୱାର ତଳକୁ ଖସି ପଡ଼ିବା ପରେ ଜୀବନ ହରାଇଛନ୍ତି ରାହୁଲ ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Rourkela Buisness Man

Rourkela Buisness Man

ପତ୍ନୀ ନୁହେଁ, ଏଥର ସ୍ୱାମୀଙ୍କୁ ନିର୍ଯାତନା ଅଭିଯୋଗ ହୋଇଛି । ସେହି ନିର୍ଯାତନା ସହିନପାରି ଜାମସେଦପୁରରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲାର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ । ମୃତକଙ୍କ ପରିବାର ଲୋକଙ୍କ ଅଭିଯୋଗ ଅନୁଯାୟୀ, ଟଙ୍କା ପାଇଁ ଶ୍ୱଶୁର ଘର ଲୋକେ ପୁଅଠୁ ଝିଅକୁ ଅଲଗା କରିବାକୁ ଚାହୁଁଥିଲେ । ୫ କୋଟି ଦିଅ ନଚେତ ଝିଅକୁ ଛାଡ଼ପତ୍ର ଦେବାକୁ ଚାପ ବି ପକାଉଥିଲେ । ଏପରିକି ମିଥ୍ୟାରେ ପାଲଟା ଯୌତୁକ ନିର୍ଯାତନା ଅଭିଯୋଗ ଆଣିଛନ୍ତି । ଶେଷରେ ଏକ ଅଜଣା ବିଲ୍ଡିଂକୁ ନେଇ ପୁଅକୁ ଠେଲି ଦେଇଥିବା ଅଭିଯୋଗ କରିଛନ୍ତି ମୃତକଙ୍କ ପରିବାର । ଏହି ଘଟଣାରେ ଝାଡ଼ଖଣ୍ଡ ପୋଲିସର ଭୂମିକା ଉପରେ ପ୍ରଶ୍ନ ଉଠିଥିବାବେଳେ ପୁଣି ଥରେ ଯୌତୁକ ନିର୍ଯାତନା ଆଇନକୁ ନେଇ ଆରମ୍ଭ ହୋଇଛି ଚର୍ଚ୍ଚା ।

Advertisment

ମୃତ୍ୟୁ ପୂର୍ବରୁ ଛାଡିଗଲେ ଶେଷ ବାର୍ତ୍ତା । ରାହୁଲ ଅଡିଓରେ କହିଛନ୍ତି ଯେ, ‘ଆଗକୁ ଯାହା ଘଟିବାକୁ ଯାଉଛି, ସେଥିପାଇଁ ଶାଶୁ, ଶ୍ୱଶୁର ଏବଂ ଶାଳକଙ୍କ ହିଁ ଦାୟୀ’ । କାରଣ ଏହି ୩ ଜଣ ହିଁ କୁଆଡ଼େ ତାଙ୍କର ସୁନାର ସଂସାରକୁ ଉଜାଡ଼ି ଦେଇଛନ୍ତି । ଆଉ ପତ୍ନୀ ଓ ପିଲାଙ୍କୁ ପାଖରୁ ଛଡ଼ାଇ ନେବାକୁ ଷଡ଼ଯନ୍ତ୍ର କରିଥିଲେ ।

ଏଭଳି ଭିଡ଼ିଓ ଜାରି କରିବା ପରେ ପରେ ରହସ୍ୟଜନକ ଭାବେ ପ୍ରାଣ ହରାଇଛନ୍ତି ରାଉରକେଲା ସିଭିଲ୍ ଟାଉନ୍‌ସିପ୍‌ର ଯୁବ ବ୍ୟବସାୟୀ ରାହୁଲ ଅଗ୍ରୱାଲ୍ । ଜାମ୍‌ସେଦପୁର ବିଷ୍ଣପୁର ସ୍ଥିତ ଏକ ଟାୱାର ତଳକୁ ଖସି ପଡ଼ିବା ପରେ ଜୀବନ ହରାଇଛନ୍ତି ରାହୁଲ । ମୃତ୍ୟୁ ପୂର୍ବରୁ ଏହି ଭିଡ଼ିଓ ଜରିଆରେ ଭାବବିହ୍ୱଳ ବାର୍ତ୍ତା ଦେଇ କହିଛନ୍ତି ଯେ, ତାଙ୍କର ଅସ୍ଥିକୁ କେହି ବି ବିସର୍ଜନ କରିବେ ନାହିଁ । କେବଳ ପୁଅଝିଅ ଦୁଇ ଜଣ ବଡ଼ ହେଲା ପରେ ସେମାନେ ବିସର୍ଜନ କରିବେ ।

Advertisment

ପରିବାର ଲୋକଙ୍କ ଅଭିଯୋଗ ଯେ, ୨୦୧୨ରେ ଜାମସେଦପୁରର ରାହୁଲ ବର୍ଷା ଚୁଡ଼ିୱାଲାଙ୍କୁ ବିବାହ କରିଥିଲେ । ତାଙ୍କର ଗୋଟିଏ ପୁଅ ଓ ଝିଅ ବି ଅଛନ୍ତି । କିନ୍ତୁ ବିବାହ ପରଠୁ ରାହୁଲଙ୍କ ସହ ବର୍ଷାଙ୍କ ପରିବାର ମଧ୍ୟରେ ବିବାଦ ଲାଗିରହିଥିଲା । ଏପରିକି ୫ କୋଟି ଟଙ୍କା ଦିଅ, ନଚେତ୍ ଝିଅକୁ ତୁରନ୍ତ ଛାଡ଼ପତ୍ର ଦିଅ ବୋଲି ଦାବି କରିଥିଲେ ବର୍ଷାଙ୍କ ବାପା ପ୍ରଦୀପ ଚୁଡ଼ିୱାଲ, ମା କୁସୁମ ଓ ଭାଇ ପିୟୁଷ।

ଏପରିକି ପତ୍ନୀ ବର୍ଷା ଓ ୨ ପିଲାଙ୍କୁ ଶ୍ୱଶୁର ଘର ଲୋକେ ନେଇଯାଇଥିଲେ । ରାହୁଲ ଏକାଧିକ ଥର ଦୁଇ ପିଲାଙ୍କୁ ଭେଟିବା ପାଇଁ ଯାଇଥିଲେ ବି ଭେଟାଇଦେଉନଥିଲେ ଶ୍ୱଶୁର ଘର ଲୋକ । ତାହାରି ଭିତରେ ରାହୁଲଙ୍କୁ ଡକାଇଥିଲେ ଶ୍ୱଶୁର ଘର ଲୋକେ । ଆଉ ରାହୁଲ ଦିଲ୍ଲୀରୁ ଜାମସେଦପୁର ଆସି ଏକ ହୋଟେଲ୍‌ରେ ରହୁଥିବାବେଳେ ଗତ ୫ ତାରିଖରେ ଏକ କୋଠା ତଳକୁ ଖସି ପ୍ରାଣ ହରାଇଥିଲେ । ପରିବାର ଲୋକଙ୍କ ଅଭିଯୋଗ, ଏହା ଆତ୍ମହତ୍ୟା ନୁହେଁ ବରଂ ରାହୁଲଙ୍କୁ ତାଶ୍ୱଶୁର ଘର ଲୋକେ ସୁଚିନ୍ତିତ ଯୋଜନା କରି ହତ୍ୟା କରିଛନ୍ତି । ସେପଟେ ଜାମସେଦପୁର ପୋଲିସ ଏହି ଘଟଣାର ତଦନ୍ତ କରୁଛି ।

ରାହୁଲଙ୍କ ପରିବାରର ଅଭିଯୋଗ ଯଦି ସତହୁଏ, ତାହେଲେ ୫ କୋଟି ଟଙ୍କା ନଚେତ୍ ଝିଅକୁ ଛାଡ଼ପତ୍ର ଦେବାକୁ ଚାପ ପକାଇବା ପଛର କାରଣ କଣ ? ରାହୁଲଙ୍କ ସହ ଦାମ୍ପତ୍ୟ ଜୀବନକୁ ନେଇ ଯଦି ଖୁସି ନଥିଲେ ବର୍ଷା, ତେବେ କୋର୍ଟରେ କାହିଁକି ଛାଡ଼ପତ୍ର ପାଇଁ ଆବେଦନ କରିନଥିଲେ ? ଏଭଳି ନାନା ପ୍ରଶ୍ନ ଭିତରେ ଯୌତୁକ ନିର୍ଯାତନା ଆଇନକୁ ନେଇ ମୃତ୍ୟୁ ପୂର୍ବରୁ ଭିଡ଼ିଓ ବାର୍ତ୍ତା ଜାରି କରି କ୍ଷୋଭ ପ୍ରକାଶ କରିଥିଲେ ରାହୁଲ ।ତେବେ ଜାମସେଦପୁର ସ୍ଥିତ ଘରେ ବର୍ଷା, ତାଙ୍କ ବାପା, ମାଓ ଭାଇ ଅନୁପସ୍ଥିତ ଥିବାରୁ ସେମାନଙ୍କ କୌଣସି ପ୍ରତିକ୍ରିୟା ମିଳିପାରିନାହିଁ ।

ରିପୋର୍ଟର- ରବି ଝା ଏବଂ ପବନ ତିୱାରୀ

Viral Video Special Story Rourkela Buisness Man
Advertisment
Advertisment