Advertisment

ଗୋବିନ୍ଦା ଷ୍ଟାଇଲ୍‌ରେ ପିଲାମାନଙ୍କୁ ସଚେତନ କଲେ ଶିକ୍ଷକ

ତାପମାତ୍ରା ବୃଦ୍ଧି ଯୋଗୁଁ ସାରା ଦେଶ ଚିନ୍ତାରେ। ସ୍କୁଲ୍ ଯାଉଥିବା ପିଲାମାନଙ୍କ ପାଇଁ ଏହା ଭାରି ପଡିଛି। ଏହାରି ଭିତରେ ଜଣେ ଶିକ୍ଷକ ନିଆରା ଢଙ୍ଗରେ ଗୋବିନ୍ଦାଙ୍କ ଷ୍ଟାଇଲ୍‌ରେ ପିଲାମାନଙ୍କୁ ସଚେତନ କରୁଥିବା ଦେଖାଯାଏ।

author-image
Pramod Behera
ଅଦ୍ୟତନ ହୋଇଛି
Teacher told the students how to avoid heat wave in Govinda style

Teacher told the students how to avoid heat wave in Govinda style

ଦିଲ୍ଲୀ, ରାଜସ୍ଥାନ, ଉତ୍ତରପ୍ରଦେଶ, ଓଡିଶା ସମେତ ଦେଶର ଅନେକ ରାଜ୍ୟରେ ତାପମାତ୍ରା ୪୦ ଉପରେ ରହୁଛି। କେତେକ ସ୍ଥାନରେ ପାରଦ ଏତେ ଉପରେ ରହୁଛି ଯେ ବଞ୍ଚିବା କଷ୍ଟକର ହୋଇପଡୁଛି। ସେପଟେ ଭାରତୀୟ ପାଣିପାଗ ବିଭାଗ ପକ୍ଷରୁ ଚେତାବନୀ ଦିଆଯାଇଛି।

Advertisment

ପାଣିପାଗ ବିଜ୍ଞାନୀଙ୍କ ଅନୁଯାୟୀ ଆସନ୍ତା ୪ ରୁ ୫ ଦିନ ମଧ୍ୟରେ ତାପମାତ୍ରା ଆହୁରି ଅଧିକ ହେବ। ଏହା ସ୍ପଷ୍ଟ ଯେ ଆଗାମୀ ଦିନରେ ମଧ୍ୟ ଉତ୍ତାପରୁ ମୁକ୍ତି ପାଇବା ନେଇ କୌଣସି ଆଶା ନାହିଁ। ଛାତ୍ରଛାତ୍ରୀମାନଙ୍କ ପାଇଁ ଏହା ମଧ୍ୟ ଅତ୍ୟନ୍ତ କଷ୍ଟକର ହୋଇପଡିଛି।

ଏଭଳି ପରିସ୍ଥିତିରେ ବିହାରର ଜଣେ ସ୍କୁଲ ଶିକ୍ଷକଙ୍କ ଏକ ମଜାଳିଆ ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏଥିରେ ସେ ପିଲାମାନଙ୍କୁ ଶ୍ରେଣୀରେ ଉତ୍ତାପରୁ କିପରି ରକ୍ଷା ପାଇବେ ସେ ବିଷୟରେ ନିଆରେ ଢଙ୍ଗରେ ବୁଝାଉଥିବା ଦେଖାଯାଉଛି। ଭାଇରାଲ ହେଉଥିବା ଏହି ଭିଡିଓରେ ଶିକ୍ଷକ ବଲିଉଡ୍‌ ଷ୍ଟାର୍‌ ଗୋବିନ୍ଦାଙ୍କ ଲୋକପ୍ରିୟ ଚଳଚ୍ଚିତ୍ର ‘କୁଲି ନମ୍ବର-1’ ର ଏକ ଜଣାଶୁଣା ଗୀତ ‘ଆ ଜାନା, ଆ ଜାନା’ ଗୀତର ଷ୍ଟାଇଲ୍‌ରେ ବୁଝାଉଥିବା ଦେଖାଯାଏ।

Advertisment

ଭିଡିଓରେ ଦେଖାଯାଏ ଯେ ଶିକ୍ଷକ ତାଙ୍କ ବେକରେ ଦୁଇଟି ପାଣି ବୋତଲ ଟାଙ୍ଗିଛନ୍ତି ଓ ସ୍ୱରରେ ଗୀତ ଗାଇ ପିଲାମାନଙ୍କୁ କିପରି ଗ୍ରୀଷ୍ମ ସଚେତନତା କରୁଛନ୍ତି। ପିଲାମାନେ ମଧ୍ୟ ଗୀତ ଶୁଣି ବହୁତ ଖୁସି ହେଉଛନ୍ତି ଏବଂ ପ୍ରଶଂସା ମଧ୍ୟ କରୁଛନ୍ତି। କେବଳ ଏତିକି ନୁହେଁ, ଶିକ୍ଷକ ଜଣକ ବୋତଲ ଓ ଛତା ଦ୍ୱାରା ଚମତ୍କାର ଅଭିନୟ ମଧ୍ୟ କରୁଛନ୍ତି, ଯାହା ସମସ୍ତଙ୍କ ହୃଦୟ କିଣୁଛି।

ଭାଇରାଲ୍‌ ହେଉଥିବା ଏହି ଭିଡିଓ ଟ୍ୱିଟରରେ @ teachersofbihar ନାମକ ଏକ ପେଜ୍‌ରୁ ଶେୟାର କରାଯାଇଛି। ଏହି ଭିଡିଓକୁ ଲୋକମାନେ ବହୁତ ପସନ୍ଦ କରୁଛନ୍ତି। ଶିକ୍ଷକଙ୍କ ନାମ ବୈଦ୍ୟନାଥ ରାଜକ ବୋଲି କୁହାଯାଉଛି। ସେ ସମସ୍ତିପୁରର ହାସନପୁରରେ ଥିବା ମାଲଦା ବାଳିକା ବିଦ୍ୟାଳୟରେ ଶିକ୍ଷାଦାନ କରନ୍ତି।

ଏହି ଭିଡିଓ ପୋଷ୍ଟ୍ ହେବା ସହ ଏହାର କ୍ୟାପ୍‌ସନ୍‌ରେ ଲେଖାଅଛି ଯେ ଆମେ ବର୍ତ୍ତମାନ ଯେଉଁ ଅସୁବିଧାର ସମ୍ମୁଖୀନ ହେଉଛୁ, ତାହା ହେଉଛି ଲୁ। ଏଥିରୁ ପିଲାମାନଙ୍କୁ ରକ୍ଷା କରିବା ଅତ୍ୟନ୍ତ ଗୁରୁତ୍ୱପୂର୍ଣ୍ଣ। ଆମ ସରକାର ମଧ୍ୟ ଏଥିପାଇଁ ଚେଷ୍ଟା କରୁଛନ୍ତି। ଶିକ୍ଷକ ବୈଦ୍ୟନାଥ ରାଜକଙ୍କ ଦ୍ୱାରା ଆମ ପିଲାମାନଙ୍କୁ ଲୁ’ରୁ ରକ୍ଷା କରିବା ପାଇଁ ଏକ ଅଭିନବ ପ୍ରୟୋଗ।

Viral Video Heat Wave
Advertisment
Advertisment