Advertisment

ଅଳସ ଭାଙ୍ଗି ଟ୍ରୋଲ୍‌ ହେଲେ କେଜ୍ରିୱାଲ, ବିଜେପି କହିଲା..

ଦିଲ୍ଲୀ ମୁଖ୍ୟମନ୍ତ୍ରୀ ଅରବିନ୍ଦ କେଜ୍ରିୱାଲ୍‌ଙ୍କ ଏକ ଭିଡିଓ ଏବେ ସୋସିଆଲ୍ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯେଉଁଥିରେ କେଜ୍ରିୱାଲ୍‌ ଦେଶରେ ବଢ଼ୁଥିବା କୋଭିଡ୍‌ ସଂକ୍ରମଣ ସମୀକ୍ଷା ବୈଠକରେ ମୋଦିଙ୍କ ବାର୍ତ୍ତାକୁ ଅଣଦେଖା କରିଥିବାର ଅଭିଯୋଗ କରିଛି ଦିଲ୍ଲୀ ବିଜେପି ।

author-image
Otv Khabar Bureau
ଅଦ୍ୟତନ ହୋଇଛି
Arvind Kejriwal

Arvind Kejriwal

ଦେଶର କିଛି ରାଜ୍ୟରେ କରୋନା ସଂକ୍ରମଣ ବଢ଼ୁଥିବା ବେଳେ କରୋନା ସ୍ଥିତି ସମୀକ୍ଷା ପାଇଁ ଗତକାଲି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ସବୁ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କ ସହ ଭର୍ଚୁଆଲ୍‌ ମୋଡ୍‌ରେ ଆଲୋଚନା କରିଥିଲେ । ତେବେ କରୋନା ସ୍ଥିତିକୁ ଆୟତ୍ତରେ ଆଣିବା ପାଇଁ ମୋଦି ସବୁ ରାଜ୍ୟକୁ ଆଲର୍ଟ ରହିବାକୁ ନିର୍ଦ୍ଦେଶ ମଧ୍ୟ ଦେଇଥିଲେ । ଏହି ଆଲୋଚନା ବେଳେ ଏଭଳି କିଛି ଦୃଶ୍ୟ ଦେଖିବାକୁ ମିଳିଥିଲା, ଯାହାକୁ ନେଇ ସୋସିଆଲ୍‌ ମିଡିଆରେ ଚର୍ଚ୍ଚା ଜୋର୍‌ ଧରିଛି ।

Advertisment

ମୋଦିଙ୍କ ଦ୍ୱାରା ଆୟୋଜିତ ଏହି ଭର୍ଚୁଆଲ୍‌ ମିଟିଂରେ କେଜ୍ରିୱାଲ୍‌ ଅଳସ ଭାଙ୍ଗୁଥିବାର ଦେଖିବାକୁ ମିଳିଛି । ଏହାର ଭିଡିଓ ମଧ୍ୟ ସୋସିଆଲ୍‌ ମିଡିଆରେ ଭାଇରାଲ ହେବାରେ ଲାଗିଛି । ଯାହାକୁ ନେଇ କେଜ୍ରିୱାଲ୍‌ଙ୍କୁ କଡ଼ା ସମାଲୋଚନା କରିଛନ୍ତି ଦେଶବାସୀ । ଏହି ଭିଡିଓରେ ଦେଖିବାକୁ ମିଳିଛି ଯେ, ମୋଦି ସମସ୍ତ ରାଜ୍ୟର ମୁଖ୍ୟମନ୍ତ୍ରୀଙ୍କୁ କୋଭିଡ ସ୍ଥିତି ନେଇ ଆଲୋଚନା କରୁଥିବା ବେଳେ ଅରବିନ୍ଦ କେଜ୍ରିୱାଲ୍‌ ଏହାକୁ ଏକ ପ୍ରକାର ଅଣଦେଖା କରି ହାତ ଟେକି ଅଳସ ଭାଙ୍ଗୁଥିଲେ । ଯାହାକି ଅତି ନିନ୍ଦନୀୟ ବୋଲି ଦିଲ୍ଲୀ ବିଜେପି ପକ୍ଷରୁ କୁହାଯାଇଛି । 

ତେବେ ଦେଶରେ କରୋନା ସ୍ଥିତି ବିଗୁଢିଥିବା ବେଳେ କେଜ୍ରିୱାଲ୍‌ଙ୍କ ଏଭଳି ଦାୟିତ୍ୱହୀନ ଆଚରଣକୁ ନେଇ ପ୍ରତିବାଦ କରିଛି ଦିଲ୍ଲୀ ବିଜେପି ୟୁନିଟ୍‌ ।ଦିଲ୍ଲୀ ବିଜେପିର ଅଫିସିଆଲ୍‌ ଟ୍ୱିଟର୍‌ ପେଜ୍‌ରେ ମଧ୍ୟ କେଜ୍ରିୱାଲ୍‌ଙ୍କର ଏହି ଭିଡିଓକୁ ଅପଲୋଡ୍‌ କରାଯାଇ କ୍ୟାପ୍ସନ୍‌ରେ ଲେଖାଯାଇଛି ଯେ, ‘ ଦିଲ୍ଲୀର ମୁଖ୍ୟମନ୍ତ୍ରୀ ସିଷ୍ଟାଚାର ହୀନ’ ।

Advertisment

କରୋନା ସ୍ଥିତି ସମୀକ୍ଷା ଅବସରରେ ଗତକାଲି ପ୍ରଧାନମନ୍ତ୍ରୀ ମୋଦି କହିଥିଲେ ଯେ, ତୃତୀୟ ଲହର ବେଳେ ଦୈନିକ ୩ ଲକ୍ଷ କେସ୍‌କୁ ଆମେ ସାମ୍ନା କରିଛୁ । ସେତେବେଳେ ସବୁ ରାଜ୍ୟ ସଫଳତାର ସହ ଏହାର ମୁକାବିଲା କରିଥିଲେ। କରୋନା ବିରୋଧରେ ଲଢ଼େଇ ଲଢ଼ି ଚାଲିବା ଓ ଏଥିପାଇଁ ରାସ୍ତା ବାହାର କରିବା ନିହାତି ଆବଶ୍ୟକ ବୋଲି ମୋଦି କହିଥିଲେ ।

ଭାରତ ଅତି ଦୃଢ଼ତାର ସହ କରୋନା ବିରୋଧରେ ଲଢ଼େଇ କରିଛି ଏବଂ ଆଗକୁ ମଧ୍ୟ କରିବ ବୋଲି ମୋଦି କହିଛନ୍ତି । କେନ୍ଦ୍ର-ରାଜ୍ୟ ଏନେଇ ମିଳିତ ଭାବେ ଲଢ଼ିଛନ୍ତି ଏବଂ ଆଗକୁ ମଧ୍ୟ ଲଢ଼ିବା ଉଚିତ୍‌। ସାଂପ୍ରତିକ ଯୁଦ୍ଧ ସ୍ଥିତିରେ କେନ୍ଦ୍ର-ରାଜ୍ୟ ସହଯୋଗ ବଢ଼ିବା ଦରକାର ବୋଲି ପ୍ରଧାନମନ୍ତ୍ରୀ କହିଥିଲେ।

ମୋଦି ଆହୁରି କହିଥିଲେ ଯେ, ଆମ ଟିକାକରଣ କାର୍ଯ୍ୟକ୍ରମ ମଧ୍ୟ ଆମକୁ ଅନେକ ସହଯୋଗ କରିଛି। ଏଯାଏ ୯୬% ଲୋକ କରୋନାର ଟିକାର ପ୍ରଥମ ଡୋଜ୍‌ ନେଇ ସାରିଥିବା ବେଳେ ୧୫ ବର୍ଷରୁ ଅଧିକ ବୟସ୍କଙ୍କ ମଧ୍ୟରୁ ୮୫% ହିତାଧିକାରୀ ଦୁଇଟି ଯାକ ଡୋଜ୍‌ ନେଇଛନ୍ତି।

ଆମକୁ ଏକାଠି ହୋଇ ବେଶ ସକ୍ରିୟ ଭାବେ କରୋନା ସହ ଲଢ଼େଇ କରିବାକୁ ପଡ଼ିବ। ଟେଷ୍ଟିଂ ଓ ଟ୍ରାକିଂକୁ ଗୁରୁତ୍ୱ ଦେବାକୁ ହେବ। ସମସ୍ତ ବହୁବିଧି ରୋଗୀଙ୍କ ଆରଟିପିସିଆର ଟେଷ୍ଟ ଓ ସମସ୍ତ ପଜିଟିଭ ନମୁନାକୁ ଜେନୋମ ସିକ୍ୱେନ୍ସିଂ କରିବାକୁ ପଡ଼ିବ। ଦେଶର ସମସ୍ତ ମେଡିକାଲ କଲେଜ ଓ ଜିଲ୍ଲା ହସ୍ପିଟାଲ ଭିତ୍ତିଭୂମିକୁ ସୁଦୃଢ଼ କରିବାକୁ ମଧ୍ୟ ମୋଦି ପରାମର୍ଶ ଦେଇଥିଲେ ।

Narendra Modi Viral Video Arvind Kejriwal
Advertisment
Advertisment