ପ୍ରଧାନମନ୍ତ୍ରୀ ଓଡ଼ିଶା ଛାଡିବାର ପରଦିନ ହିଁ, ଆଜି ନବୀନ ନିବାସରେ ବିଜେଡିର ରୁଦ୍ଧଦ୍ବାର ବୈଠକ. ଆଉ ସେପଟେ ବିଜେପି ରାଜ୍ୟ ନେତୃତ୍ବଙ୍କୁ ଦିଲ୍ଲୀ ଡାକରା। ବଢିଲା ଚର୍ଚ୍ଚା। ଏକାଠି ହେଉଛନ୍ତି କି ବିଜେପି- ବିଜେଡି।
୧୯୯୮ରୁ ୨୦୦୯। ବିଜେପି- ବିଜେଡି ମେଣ୍ଟ କରି ଲଢ଼ିଛନ୍ତି ୩ଟି ଲୋକସଭା ଓ ୨ ଟି ବିଧାନସଭା ନିର୍ବାଚନ। ୪:୩ ଅନୁପାତରେ ଆସନ ବୁଝାମଣା କରି ଉଭୟ ଦଳ କେନ୍ଦ୍ର ଓ ରାଜ୍ୟରେ କ୍ଷମତାର ସ୍ବାଦ ବି ଚାଖିଛନ୍ତି। ତେବେ ୨୦୦୮ ମସିହାରେ ଦୁଇ ଦଳଙ୍କ ମଧ୍ୟରେ କାହିଁକି ସଂପର୍କ ତିକ୍ତ ହେଲା ଏବଂ ୧୫ ବର୍ଷର ବ୍ୟବଧାନ ପରେ ପୁଣି ଏକାଠି
ବିଜେପି- ବିଜେଡି ଭିତରେ ମେଣ୍ଟ ନୂଆ ନୁହେଁ କି ଅସମ୍ଭବ ବି ନୁହେଁ। ୧୯୯୮ରୁ ୨୦୦୯ ଦୁଇ ଦଳ ଏକାଠି ଥିଲେ, ମିଳିମିଶି କ୍ଷମତା ମହୁକୁ ବି ଚାଖୁଥିଲେ।
୧୫ ବର୍ଷ ପରେ ପୁଣି ଏକ୍ ହେବାକୁ ଯାଉଛନ୍ତି କି ବିଜେଡି-ବିଜେପି ? ଏନଡିଏକୁ ଫେରିବ କି ବିଜେଡି? ଦୁଇ ରାଜଧାନୀ ଭୁବନେଶ୍ୱର ଓ ଦିଲ୍ଲୀରେ ଦୁଇ ଦଳର ଗୁରୁତ୍ୱପୂର୍ଣ୍ଣ ବୈଠକକୁ ନେଇ ବଢିଲା ଚର୍ଚ୍ଚା।
ଏକାଠି ହେଉଛନ୍ତି କି ବିଜେପି- ବିଜେଡି। କଣ NDAକୁ ବାହୁଡିବେ କି ନବୀନ?
୧୫ ବର୍ଷ ତଳେ BJD ସହ ମେଣ୍ଟ ଭାଙ୍ଗିଥିଲା ବିଜୁ ଜନତା ଦଳ । ୨୦୦୯ ମସିହା ମାର୍ଚ୍ଚ ୯ ତାରିଖରେ ମେଣ୍ଟ ଭାଙ୍ଗିଯାଇଥିବାବେଳେ ପୂର୍ବରୁ ଉଭୟ ଦଳ ୨ଥର ମିଳିତ ସରକାର ଗଢ଼ିଥିଲେ । ୨୦୦୦ ଓ ୨୦୦୪ରେ ମିଳିତ ଭାବେ ସରକାର କରିଥିଲେ BJD-BJP ।
ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି।
ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି।
ଦିନିକିଆ ଓଡ଼ିଶା ଗସ୍ତରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। ମାସକ ପରେ ପୁଣି ଥରେ ଓଡ଼ିଶା ଆସିଛନ୍ତି ପ୍ରଧାନମନ୍ତ୍ରୀ। ଗତମାସ ୩ ତାରିଖରେ ସମ୍ବଲପୁର ଆସିଥିଲେ ମୋଦି। ରାଜ୍ୟବାସୀଙ୍କୁ ୨୦ ହଜାର କୋଟିର ବିକାଶମୂଳକ ପ୍ରକଳ୍ପ ଭେଟି ଦେଇଛନ୍ତି।
ଉନ୍ନୟନ ମୂଳକ ପ୍ରକଳ୍ପ ଲୋକାର୍ପଣ ଓ ଶିଳାନ୍ୟାସ କାର୍ଯ୍ୟକ୍ରମ ସମୟରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଉପସ୍ଥିତ ରହିବେ ବୋଲି ସୂଚନା ମିଳିଛି।
୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ ।
ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି ।
ସମ୍ବିତ କହିଛନ୍ତି, ନିର୍ବାଚନ ଆସିଲେ କିଛି ଲୋକେ ଏପରି ଅସନ୍ତୋଷ ପ୍ରକାଶ କରନ୍ତି। କିଛି ଅସୁବିଧା ନାହିଁ। ବିଜେଡିରେ ନିଜ ମନକଥା କହିବାର ସ୍ୱାଧୀନତା ଅଛି ।
ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।
ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ।
ନିର୍ବାଚନ ପୂର୍ବରୁ ବିଜେଡିକୁ ପୁଣି ଝଟକା। ଦଳ ଛାଡ଼ିଲେ ଆଉ ଜଣେ ନେତା। ମାଲକାନଗିରିର ପୂର୍ବତନ ବିଧାୟକ ମୁକୁନ୍ଦ ସୋଡ଼ି ଶଙ୍ଖକୁ ବାଏ ବାଏ କରିଛନ୍ତି।
ନୟାଗଡ ଜିଲ୍ଲା ଓ କଟକ ଲୋକସଭା କ୍ଷେତ୍ର ଅଧୀନରେ ଆସୁଥିବା ଖଣ୍ଡପଡା ନିର୍ବାଚନମଣ୍ଡଳୀକୁ ନେଇ ୨୦୨୪ରେ ଜୋରଦାର ଚର୍ଚ୍ଚା। ଏଥର ଖଣ୍ଡପଡ଼ାରେ ଖୋଲିବ କାହା ଭାଗ୍ୟ। ଆଗରୁ କଂଗ୍ରେସ ଆଉ ସ୍ୱାଧୀନ ପ୍ରାର୍ଥୀଙ୍କୁ ସର୍ବଦା ଗୁରୁତ୍ୱ ଦେଇଥିବା ଖଣ୍ଡପଡ଼ାରେ ଏବେବି ରହିଛି ବିଜେଡିର ଶାସନ।
ଗତ କିଛି ଦିନ ଧରି ରାଜୁ ବିଜେପିରେ ସାମିଲ ହେବା ନେଇ ଚର୍ଚ୍ଚା ହେଉଥିଲା। ତେବେ ଏଥିରେ ସେ ବିରାମ୍ ଲଗାଇ ବିଜେପିରେ ସାମିଲ ହେବା ନେଇ ସ୍ପଷ୍ଟ କରିଛନ୍ତି।
ଜୟଦେବ ବିଧାୟକ ଅରବିନ୍ଦ ଢାଲି ବିଜେଡିର ପ୍ରାଥମିକ ସଦସ୍ୟ ପଦରୁ ଇସ୍ତଫା ଦେଇଛନ୍ତି । ମୁଖ୍ୟମନ୍ତ୍ରୀଙ୍କ ନିକଟକୁ ନିଜ ଇସ୍ତଫାପତ୍ର ପଠାଇଛନ୍ତି ।
ଓଡ଼ିଶାରେ ମେଣ୍ଟ ହେବନି କହିଲେ ମନମୋହନ ସାମଲ । ଲୋକସଭାରେ ୨୧ ଓ ବିଧାନସଭାରେ ୧୪୭ ଆସନରେ ଲଢ଼ିବୁ ।
ଶହେରୁ ଦେଢ଼ଶହ ପ୍ରାର୍ଥୀ ଘୋଷଣା ହେବା ଚର୍ଚ୍ଚା । ଦକ୍ଷ ପ୍ରାର୍ଥୀ ବାଛିବାକୁ କି ଷ୍ଟ୍ରାଟେଜି କରିଛି ଦଳ ?
ଶକ୍ତି ପ୍ରଦର୍ଶନ ସହ ଶୀର୍ଷ ନେତୃତ୍ବଙ୍କୁ ଦେଉଛନ୍ତି ଚ୍ୟାଲେଞ୍ଜ୍ । କିଏ, କେମିତି ହେବେ ମ୍ୟାନେଜ୍, ଚାଲିଛି କସରତ୍ ।
ମୁଖ୍ୟମନ୍ତ୍ରୀଙ୍କ ନିଷ୍ପତ୍ତି ଶିରୋଧାର୍ଯ୍ୟ କହିଲେ ବିଧାୟକ ରାଜେନ୍ଦ୍ର । ସେପଟେ ଅମରେଶ ଜେନା କହିଛନ୍ତି ମୁଖ୍ୟମନ୍ତ୍ରୀ ଠିକ୍ ସମୟରେ ଠିକ ନିଷ୍ପତ୍ତି ନେବେ ।
ହାତ ଛାଡିବା ପରେ ରଜତ ଚୌଧୁରୀ ବିଜେପିରେ ମିଶିବା ନେଇ ଚର୍ଚ୍ଚା ଜୋର ଧରିଛି। ପୂର୍ବରୁ ନିକଟରେ ଅଂଶୁମାନ ମହାନ୍ତି, ନିହାର ମହାନନ୍ଦ ଏବଂ ବିପ୍ଲବ ଜେନା ବି କଂଗ୍ରେସ ଛାଡ଼ିଥିଲେ।
ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ ।