Advertisment

ବିଜେଡି ଟିକଟ ପାଇଁ ବିକଳ ନେତା.. ଧମକ ଦେଲେଣି, ପ୍ରାର୍ଥୀ ନକଲେ ଦଳକୁ ବାଏ ବାଏ କରିବୁ !

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

BJD

ରାଜଧାନୀ ବିଦ୍ରୋହ, ବିଜେଡି ପାଇଁ ବଡ଼ ପାଇଁ ଚିନ୍ତା। କର୍ପୋରେଟର ଅମରେଶ ଓ ବିରଞ୍ଚିଙ୍କ ପରେ ଏବେ ବରିଷ୍ଠ ନେତା ମିହିର ମହାନ୍ତିଙ୍କ ବିଦ୍ରୋହ। ଆଜି ଏହି ତିନି ଅଭିଜ୍ଞ ନେତା ସମର୍ଥକଙ୍କ ସହ ନବୀନ ନିବାସ ଯାଇ ନିଜ ବାୟୋଡାଟା ଦେଇଛନ୍ତି। ସେପଟେ ଶ୍ରୀମୟୀଙ୍କୁ କାଉଣ୍ଟର କରି ମିହିର ମହାନ୍ତି କହିଛନ୍ତି ସେ ହିଁ ଭୁବନେଶ୍ୱରର ପ୍ରମୁଖ ସାଂସଦ ପ୍ରାର୍ଥୀ।

Advertisment

ନିର୍ବାଚନ ଯେତିକି ପାଖଉଛି, ବିଜେଡି ଟିକେଟ୍ କଳି ସେତିକି ବଢୁଛି। ଶୀର୍ଷ ନେତୃତ୍ୱଙ୍କୁ ଚାଲେଞ୍ଜ ଦେଉଛନ୍ତି ଆଶାୟୀ। ରାଜଧାନୀରେ ତ ଟିକେଟ କଳି ତୀବ୍ର ରୂପ ଧାରଣ କଲାଣି। ବିଜୁ ଜୟନ୍ତୀରେ ଭୁବନେଶ୍ୱର ଏକାମ୍ର ବିଧାୟକ ଆଶାୟୀ କର୍ପୋରେଟର ବିରଞ୍ଚି ମହାସୁପକାର ଓ ମଧ୍ୟ ଭୁବନେଶ୍ୱର ଆଶାୟୀ କର୍ପୋରେଟର ଅମରେଶ ଜେନାଙ୍କ ଶକ୍ତି ପ୍ରଦର୍ଶନ। ତାପୁଣି ନବୀନ ନିବାସରେ। ଉଭୟ ଆଜି ନିଜ ନିଜ ସମର୍ଥକଙ୍କ ସହ ଯାଇ ନବୀନ ନିବାସରେ ବାୟୋ ଡାଟା ଦେଇଛନ୍ତି। ବିରଞ୍ଚି ଏକାମ୍ର ବିଧାୟକ ପ୍ରାର୍ଥୀ ଓ ଅମରେଶ ମଧ୍ୟ ବିଧାୟକ ପ୍ରାର୍ଥୀ ହେବାକୁ ଆଶାୟୀ ଅଛନ୍ତି। ଯାହାକି ଏକାମ୍ର ବିଧାୟକ ଅଶୋକ ପଣ୍ଡା ଓ ମଧ୍ୟ ବିଧାୟକ ଅନନ୍ତ ନାରାୟଣ ଜେନାଙ୍କ ପାଇଁ ଚାଲେଞ୍ଜ। ଯୁବ ଓ ନୂଆ ଚେହେରାଙ୍କୁ ଦଳ ଏଥର ଟିକେଟ ଦବ ବୋଲି ଆଶା ରଖିଛନ୍ତି ଅମରେଶ ଓ ବିରଞ୍ଚି।

ସେପଟେ ଭୁବନେଶ୍ୱରରୁ ସମ୍ଭାବ୍ୟ ସାଂସଦ ପ୍ରାର୍ଥୀ ଶ୍ରୀମୟୀଙ୍କୁ ଟାର୍ଗେଟ କରି ନବୀନ ନିବାସରେ ଆବେଦନ କରିଛନ୍ତି ବରିଷ୍ଠ ବିଜେଡି ନେତା ତଥା ଭୁବନେଶ୍ୱରର ପ୍ରଥମ ମେୟର ମିହିର ମହାନ୍ତି। ଶ୍ରୀମୟୀଙ୍କୁ କାଉଣ୍ଟର କରି ମିହିର କହିଛନ୍ତି ଯେ ସେ ଲଢିଲେ ଅପରାଜିତାଙ୍କୁ ଭଲ ଫାଇଟ୍ ଦେବେ।

Advertisment

ରାଜଧାନୀରେ ବିଜେଡି କଳିର ବିକଳ ଚିତ୍ର ବୟାନ୍ କରୁଚି ସାରା ରାଜ୍ୟରେ ସ୍ଥିତି କଣ ବିଜେଡିର। ତେବେ ପ୍ରଶ୍ନ ବିଜେଡି ବିଦ୍ରୋହୀ ବଳ ପାଉଛନ୍ତି କେଉଁଠୁ? ବିଦ୍ରୋହୀ ଟିକେଟ ନ ପାଇଲେ ଦଳ ପାଇଁ କ୍ଷତିକାରକ ହେବେନି ତ? କଣ ଶୀର୍ଷ ନେତୃତ୍ୱ ନିୟନ୍ତ୍ରଣ ହରାଇଲେଣି କି ଆଶାୟୀଙ୍କ ଉପରୁ? ସେପଟେ ଦଳର ଯୁକ୍ତି ଠିକ୍ ସମୟରେ ଠିକ୍ ନିଷ୍ପତି ନେବେ ସୁପ୍ରିମୋ।

୨୦୦୯ରେ ଭୁବନେଶ୍ୱର ଏକାମ୍ର, ମଧ୍ୟ ଓ ଉତ୍ତର ନିର୍ବାଚନ ମଣ୍ଡଳୀର ଜନ୍ମ। କେବଳ ଏକାମ୍ରରେ ଅଶୋକ ପଣ୍ଡା ଙ୍କୁ ବାଦ ଦେଲେ ଦଳ ଅନ୍ୟ ଦୁଇଟିରେ ପ୍ରାର୍ଥୀ ପରିବର୍ତ୍ତନ କରିଛି ଦଳ। ଏଥର କୁହୁଳୁ ଥିବା ଅସନ୍ତୋଷ କୁ ଦଳ କିପରି ମ୍ୟାନେଜ କରୁଛି ତା ଉପରେ ନଜର।

BJD Odisha Politics General Elections 2024
Advertisment
Advertisment