• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Tanmay Kumar Mahalik

ସତ୍ୟବାଦୀକୁ ନେଇ ସାମ୍ନାସାମ୍ନି ସଞ୍ଜୟ ଆଉ ଉମା । ୨୪ରେ ସତ୍ୟବାଦୀ ଟିକେଟ୍ ନେଇ ପ୍ରାର୍ଥୀ ହେଉଥିବା କହି କର୍ମୀଙ୍କୁ ସଞ୍ଜୟଙ୍କ ଦୃଢୋକ୍ତି । ଅନ୍ୟପଟେ ସତ୍ୟବାଦୀ କହିଲେ ଉମାଙ୍କୁ ବୁଝାଏ ବୋଲି କହି ନଛୋଡବନ୍ଧା ଉମା ସାମନ୍ତରାୟ । ଆଉ ବିବାଦ ସମାଧାନ ପାଇଁ ଶଙ୍ଖ ଭବନରେ ଗୁରୁତ୍ୱପୂର୍ଣ୍ଣ ବୈଠକ ନେଇଥିଲେ ସଂଙ୍ଗଠନ ସଂପାଦକ । ତଥାପି ବିବାଦ ଛିଡି ନାହିଁ । ଆସନ୍ତୁ ଜାଣିବା କେଉଁଠୁ ଆରମ୍ଭ ହୋଇଥିଲା ଏ ବିବାଦ ।

ତେଜିଲା BJDର ସତ୍ୟବାଦୀ କଳି । ସଞ୍ଜୟ ଦାସବର୍ମା ବନାମ ଉମା ସାମନ୍ତରାୟ । କିଏ ହେବେ ଦଳୀୟ ପ୍ରାର୍ଥୀ ? ସତ୍ୟବାଦୀରୁ ସେ ପ୍ରାର୍ଥୀ ହେଉଥିବା ନେଇ କର୍ମୀଙ୍କୁ ଖୋଦ୍ ସଞ୍ଜୟଙ୍କ ଦୃଢୋକ୍ତି । ଏପଟେ ସତ୍ୟବାଦୀ ଛାଡିବାକୁ ନାରାଜ ଉମା । ଘନ ଘନ ବୈଠକ ପରେ ବି ଛିଡିଲାନି ଅଙ୍କ । ଉଭୟଙ୍କ ମଧ୍ୟରେ ବିବାଦ ଆଉ ସତ୍ୟବାଦୀ କଳି ଛିଡାଇବାକୁ ଦିନ ୧୨ଟାରେ ଶଙ୍ଖ ଭବନରେ ବସିଥିଲା ଗୁରୁତ୍ୱପୂର୍ଣ୍ଣ ବୈଠକ । ସଂଗଠନ ସଂପାଦକ ପ୍ରଣବ ପ୍ରକାଶ ଦାସ, ଦୁଇ ନେତାଙ୍କୁ ବସାଇ ଆଲୋଚନା କରିଥିଲେ । ହେଲେ ବୈଠକ ସରିବା ପରେ କୈଣସି ପ୍ରତିକ୍ରିୟା ରଖିନଥିଲେ ଦୁଇ ନେତା । ଆଉ ଶଙ୍ଖ ଭବନରୁ ବାହାରି ସିଧା ନବୀନ ନିବାସ ଯାଇଥିଲେ ଦାସବର୍ମା । ହେଲେ ଏଯାଏଁ ଛିଡି ନାହିଁ ବିବାଦ ।

ଏଠି ପ୍ରଶ୍ନ, କିଏ କହୁଛି ସତ ? ସଞ୍ଜୟ ନା ଉମା। ସତରେ କ’ଣ ଦଳ ପକ୍ଷରୁ କୌଣସି ନିର୍ଦ୍ଦେଶ ଦିଆଯାଇନି । ଯଦି ଦଳ ପକ୍ଷରୁ ନିଷ୍ପତ୍ତି ହୋଇନି, ତାହେଲେ ସଞ୍ଜୟଙ୍କ ଭଳି ବରିଷ୍ଠ ନେତା ଦମ୍ ଦେଖାଉଛନ୍ତି କେମିତି । ନା ଉମାଙ୍କୁ ଅଣଦେଖା କରି ସତ୍ୟବାଦୀ ଅଙ୍କ କଷିବା ଆରମ୍ଭ କରିଛି BJD ? ବଡ଼ କଥା ହେଲା ଲଗାତାର କିଛି ଦିନ ଧରି ସତ୍ୟବାଦୀର ବିଭିନ୍ନ କାର୍ଯ୍ୟକ୍ରମରେ ସଞ୍ଜୟ ନଜରକୁ ଆସୁଛନ୍ତି । କୁହାଯାଉଛି ସତ୍ୟବାଦୀ ନିର୍ବାଚନ ମଣ୍ଡଳୀରେ ଏବେ ଦଳର ସ୍ଥିତି ଖରାପ ଅଛି ।

ପଞ୍ଚାୟତ ନିର୍ବାଚନରେ କଣାସ ବ୍ଲକକୁ ଛଡାଇ ନେଇଛି BJP । ଆଉ ପୂର୍ବରୁ କଣାସ, ବ୍ରହ୍ମଗିରିରେ ରହିଥିବା ବେଳେ ସେଠାରେ ସଞ୍ଜୟଙ୍କ ପୁରୁଣା ସଙ୍ଗଠନ ରହିଛି । ତେଣୁ ଯଦି ଦଳ ସଞ୍ଜୟଙ୍କୁ ସତ୍ୟବାଦୀରେ ଟିକେଟ ଦିଏ ତାହେଲେ କଣାସ କ୍ରାଇସିସ ମ୍ୟାନେଜ କରିବାରେ ସକ୍ଷମ ହୋଇପାରନ୍ତି ସଞ୍ଜୟ । ଆଉ ଉମାଙ୍କୁ ସନ୍ତୁଷ୍ଟ କରିବାକୁ ତାଙ୍କୁ ବ୍ରହ୍ମଗିରି ଦେବାକୁ ବୋଧ ହୁଏ ଦଳ ଯୋଜନା କରିଛି । BJD କଳି ଭିତରେ ପଶି BJP କହିଛି, ଦୁଇ ନେତାଙ୍କ ଭିତରେ କଳି ସ୍ପଷ୍ଟ କରୁଛି, ବିଜେଡି ସ୍ୱାର୍ଥ ରାଜନୀତି କରୁଛି । ଅନ୍ୟପଟେ BJD କହିଛି କୌଣସି କନ୍ଦଳ ନାହିଁ, ସୁପ୍ରିମୋ ଯାହା ନିଷ୍ପତ୍ତି ନେବେ ତାକୁ ସମସ୍ତେ ମାନିବେ ।

ବଡ କଥା ହେଲା ଯଦି ଦଳ ସତ୍ୟବାଦୀରୁ ସଞ୍ଜୟଙ୍କୁ ପ୍ରାର୍ଥୀ କରେ ତାହେଲେ ବିଦ୍ରୋହୀ ହେବେ ନି ତ ଉମା ? ୨୦୧୪ରେ ଉମା ସ୍ୱାଧୀନ ଭାବେ ଜିତିଥିଲେ । ପରେ BJDରେ ମିଶି ୨୦୧୯ରେ ପ୍ରଥମ ଥର ପାଇଁ ସତ୍ୟବାଦୀରେ BJDକୁ ଜିତାଇଥିଲେ । ତେଣୁ ଯଦି ଉମା ବିଦ୍ରୋହୀ ହୁଅନ୍ତି ତାହେଲେ ଦଳ ପାଇଁ ବଡ ଚାଲେଞ୍ଜ ସୃଷ୍ଟି କରିପାରନ୍ତି । ଏବେ ଦେଖିବାର କଥା ସତ୍ୟବାଦୀ କଳି କୁଆଡେ ଯାଉଛି ।

  • Reported by:
  • SOUMYA RANJAN SAHOO , NIRANJAN REDDY