Advertisment

ଟିକେଟ୍ ପାଇଁ ନବୀନ ନିବାସରେ ନେତାଙ୍କ ହାଉଜାଉ, ପଦ୍ମ କ୍ୟାମ୍ପରେ ମିଶିବାକୁ ବି ବିଦ୍ରୋହୀ ଗହଳି

ଆଜି ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ ଦାସ ଓ ନରେନ ପଲେଇ । ଶଙ୍ଖ ଶିବିର ଛାଡ଼ି ନେତାଙ୍କ ପଦ୍ମ ପୋଖରୀ ମୁହାଁ ଟ୍ରେଣ୍ଡ ଜାରି ।

author-image
Satyendu Shekher Mishra
ଅଦ୍ୟତନ ହୋଇଛି
undefined

Odisha BJP

ପଦ୍ମ ଧରିଲେ ପ୍ରେମାନନ୍ଦ, ରାଜୁ, ନରେନ୍ ଓ ନବୀନ ଦାସ। ପଦ୍ମ ଶିବିରରେ ବିଜେଡି ବିଦ୍ରୋହୀଙ୍କ ଅସମ୍ଭାଳ ଭିଡ଼। ୧୨ ଦିନରେ ବିଜେପିରେ ଯୋଗ ଦେଲେଣି ବିଜେଡିର ୪ ବିଧାୟକ। ଆଜି ରାଜ୍ୟ କାର୍ଯ୍ୟାଳୟରେ ସମର୍ଥକଙ୍କ ସହ ବିଜେପିରେ ଯୋଗ ଦେଇଥିଲେ ତେଲକୋଇ ବିଧାୟକ ପ୍ରେମାନନ୍ଦ ନାୟକ। ଦଳ ଉପରେ ଅସନ୍ତୁଷ୍ଟ ହୋଇ ପ୍ରେମାନନ୍ଦ ଗତ ଅକ୍ଟୋବରରେ ଦଳରୁ ଇସ୍ତଫା ଦେଇଥିଲେ।

Advertisment

ସେହିପରି ଧାମନଗରର ଚର୍ଚ୍ଚିତ ବିଦ୍ରୋହୀ ବିଜେଡି ନେତା ରାଜୁ ଦାସ ବି ଆଜି ପଦ୍ମ ଦଳରେ ସାମିଲ ହୋଇଛନ୍ତି। ୨୦୨୨ ଉପନିର୍ବାଚନ ବେଳେ ରାଜୁଙ୍କ ଟିକେଟ କଟିବାରୁ ବିଦ୍ରୋହୀ ସାଜିଥିଲେ ରାଜୁ ଦାସ। ସ୍ୱାଧୀନ ଭାବେ ଲଢିବାରୁ ବିଜେଡିକୁ ପରାଜୟ ସ୍ୱୀକାର କରିବାକୁ ପଡିଥିଲା। ଆଜି ପଦ୍ମ ଧରିବା ପରେ ରାଜ୍ୟ ସରକାରଙ୍କୁ ଟାର୍ଗେଟ କରିଛନ୍ତି ରାଜୁ। କହିଛନ୍ତି ବିଜେଡିରେ ଜନତନ୍ତ୍ର ନୁହେଁ ଜଣ ତନ୍ତ୍ର ଚାଲିଛି। ଏହା ସହ ବିଜେଡିରେ ଅନେକ ରାଜୁ ଦାସ ତାଙ୍କ ସହ ଯୋଗାଯୋଗରେ ଅଛନ୍ତି।

ଭଦ୍ରକର ପୂର୍ବତନ ବିଧାୟକ ନରେନ ପଲେଇ ମଧ୍ୟ ପଦ୍ମ ପୋଖରୀ ବୁଡ଼ ମାରିଛନ୍ତି। କଂଗ୍ରେସରୁ ୨୦୦୪ରେ ବିଧାୟକ ଥିଲେ ନରେନ। ୨୦୧୯ରେ ତାଙ୍କୁ ଦଳ ଟିକେଟ ନଦେବାରୁ ସେ ଅସନ୍ତୁଷ୍ଟ ଥିଲେ। ସେପଟେ ଢେଙ୍କାନାଳଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ପଦ୍ମ ଧରିଛନ୍ତି କଂଗ୍ରେସ୍ ଛାଡ଼ିଥିବା ପୂର୍ବତନ ମନ୍ତ୍ରୀ ନବୀନ ଚନ୍ଦ୍ର ନାରାୟଣ ଦାସ।

Advertisment

ଗତ ୧୨ ଦିନରେ ବିଜେପିରେ ଯୋଗ ଦେଲେଣି ଏବେକାର ୪ ବିଧାୟକ ଏବଂ ୬ ପୂର୍ବତନ MLA । ବିଜେଡିରୁ ବହିଷ୍କାର ହୋଇଥିବା ପ୍ରଦୀପ ପାଣିଗ୍ରହୀ, ପ୍ରଶାନ୍ତ ଜଗଦେବ। ଆଉ ବିଜେଡି ଛାଡିଥିବା ବିଧାୟକ ଅରବିନ୍ଦ ଢାଲି, ପ୍ରେମାନନ୍ଦ ନାୟକ। ଏଠି ପ୍ରଶ୍ନ କାହିଁକି ୨୪ ଭୋଟ୍ ପୂର୍ବରୁ ଏତେ ସଂଖ୍ୟାରେ ବିଜେଡି ନେତା ଦଳ ଛାଡୁଛନ୍ତି। କାହିଁକି ବିଜେଡି ଛାଡୁଥିବା ନେତାଙ୍କ ବିକଳ୍ପ ସାଜିଛି ବିଜେପି। କୁହାଯାଉଛି ୨୪ରେ ଟିକେଟ କଟିବା ଆଶଙ୍କାରେ ଦଳ ଛାଡୁଛନ୍ତି ବିଜେଡି ନେତା। ଏହା ସହ ଗୋଷ୍ଠୀ କନ୍ଦଳକୁ ମ୍ୟାନେଜ୍ କରିବାରେ ବିଫଳ ହୋଇଛି ଦଳ । କାମ କରୁନି ନବୀନ ଟ୍ରଷ୍ଟ। କମୁଛି ନବୀନଙ୍କ ପ୍ରତିଶ୍ରୁତି ଆଉ ଭରସା।

ଅନ୍ୟ ପଟେ ମୋଦି ମାହୋଲରୁ ଫାଇଦା ପାଇଁ ନେତା ବିଜେପିକୁ ବାଛୁଥିବା କୁହାଯାଉଛି। ସେପଟେ ଦଳକୁ ନୂଆ କରି ଆସିଥିବା ପ୍ରଶାନ୍ତ ଜଗଦେବ କହିଛନ୍ତି, ବିଜେଡି ସବୁବେଳେ ବିଜେପିକୁ ସମର୍ଥନ ଦେଇ ଆସୁଥିବାରୁ, ଜନମତ ବଦଳିଲାଣି। ଲୋକ ଆଉ ବିଜେଡିକୁ ଭୋଟ୍ ନଦେଇ ସିଧାସଳଖ ବିଜେପିକୁ ଭୋଟ୍ ଦେବାକୁ ମନସ୍ଥ କରିଲେଣି। 

ପୂର୍ବରୁ କେବେ ଏତେ ସଂଖ୍ୟାରେ ବଡ଼ ଚେହେରା ବିଜେପିରେ ସାମିଲ ହେବା ନଜିର ନଥିଲା। ବିଜେଡି ଟିକେଟ ଘୋଷଣା ପୂର୍ବରୁ ଯଦି ଏତେ, ତାହେଲେ ଟିକେଟ କଟିଲେ ଏ ସଂଖ୍ୟା ଆହୁରି ବଢିପାରେ ବୋଲି ଚର୍ଚ୍ଚା ହେଉଛି।

BJD BJP Congress Odisha Politics General Election 2024
Advertisment
Advertisment