Advertisment

ଭଟଲିରେ କିଏ ଜିତିବ ଭୋଟରଙ୍କ ମନ; ବିଜେପିରୁ ଈରାଶିଷ ଆଚାର୍ଯ୍ୟ ନା ସୁଶାନ୍ତ ମିଶ୍ର ?

ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ।

author-image
Manoranjan Behera
Bhatli Election

Bhatli Election

ପ୍ରଥମେ କଂଗ୍ରେସ, ପରେ ବିଜେପିର ଗଡ ଥିବା ଭଟଲି ଏବେ ବିଜେଡିର ଦୁର୍ଗ। ୨୦୦୦ରୁ ୨୦୦୯ ଯାଏ ଏହି ଆସନକୁ ବିଜେପି ଅକ୍ତିଆର କରିଥିଲା। ହେଲେ ୨୦୦୯ ପରଠାରୁ ଲଗାତର ଭାବେ ସୁଶାନ୍ତ ସିଂ ଏହି ଆସନ ଉପରେ ନିଜର ପତିଆରା ବଜାୟ ରଖିଛନ୍ତି। ସେପଟେ ଦ୍ୱିତୀୟ ସ୍ଥାନରେ ଥିବା ବିଜେପି ଏଥର ଭଟଲୀକୁ କବଜା କରିବାକୁ ଚଳାଇଛି କସରତ। ଆଉ ଏପଟେ କଂଗ୍ରେସର ଏକପ୍ରକାର ଅଣନିଶ୍ୱାସୀ ଅବସ୍ଥା।

Advertisment

ଭଟଲି..ବରଗଡ ଜିଲ୍ଲାର ଏକ ଚର୍ଚ୍ଚିତ ନିର୍ବାଚନ ମଣ୍ଡଳୀ। ରାଜନୈତିକ ମାନଚିତ୍ରରେ ବିଜେଡିର ଫୋକସଡ ଏରିଆ। ବିଜେଡିର ଗଡ, ଯେଉଁଠାରୁ ତିନି ତିନି ଥର ବିଧାୟକ ରହିଛନ୍ତି ସୁଶାନ୍ତ ସିଂ। ଜିଲ୍ଲାର ଜଣେ ଟାଣୁଆ ସଂଗଠକ। ସାରା ଜିଲ୍ଲାରେ ରହିଛି ତାଙ୍କ ଦବଦବା, ପତିଆରା। ଗତ ନିର୍ବାଚନରେ ବିଜେପିର ଇରାଶିଷ ଆଚାର୍ଯ୍ୟଙ୍କୁ ୨୩ ହଜାରରୁ ଅଧିକ ଭୋଟରେ ମାତ୍ ଦେଇ ବିଧାନସଭା ଆସିଛନ୍ତି ସୁଶାନ୍ତ। ମନ୍ତ୍ରୀ ବି ରହିସାରିଛନ୍ତି। ଏଥର ମଧ୍ୟ 
ଟିକେଟ୍ ପାଇଁ ଦାବିଦାର ସୁଶାନ୍ତ।

ଦିନେ ଭଟଲୀ ଥିଲା ବିଜେପିର ଗଡ। ୨୦୦୦ରୁ ୨୦୦୯, ବିଜେପିର ଅକ୍ତିଆରରେ ଥିଲା ଏହି ଆସନ। ୨୦୧୯ରେ ଦଳ ଏଠି ହାରିଥିଲା ସତ ହେଲେ ପ୍ରାର୍ଥୀ ଇରାଶିଷ ଆଚାର୍ଯ୍ୟଙ୍କୁ ମିଳିଥିଲା ୭୪ ହଜାରରୁ ଅଧିକ ଭୋଟ୍। ୧୪ ନିର୍ବାଚନ ଅପେକ୍ଷା ୨ଗୁଣାରୁ ଅଧିକ ଭୋଟ୍ ପାଇଥିଲେ ଇରାଶିଷ। ତେଣୁ ଏଥର ମଧ୍ୟ ସେ ଟିକେଟ୍ ଆଶାୟୀ ଅଛନ୍ତି। ସେପଟେ ଦଳୀୟ କାର୍ଯ୍ୟକ୍ରମ ସହ ଲଗାତାର ଲୋକଙ୍କ ପାଖରେ ପହଁଚୁଥିବା ସୁଶାନ୍ତ ମିଶ୍ର ମଧ୍ୟ ଏଥର ବିଜେପି ଟିକେଟରେ ଭଟଲିରୁ ଲଢିବାକୁ ଆଶାୟୀ ଅଛନ୍ତି। ୨୦୧୪ ନିର୍ବାଚନରେ ସ୍ୱାଧୀନ ପ୍ରାର୍ଥୀ ଭାବେ ନିର୍ବାଚନ ଲଢି ୩୭ ହଜାର ୪୯୬ ଖଣ୍ଡ ଭୋଟ ପାଇ ଦ୍ୱିତୀୟ ସ୍ଥାନରେ ରହିଥିଲେ ସୁଶାନ୍ତ ମିଶ୍ର।

Advertisment

ଏପଟେ କିନ୍ତୁ ବ୍ୟାକଫୁଟରେ ହାତ ଦଳ। ଏଥର ଦଳ କାହାକୁ ଟିକେଟ୍ ଦେବ, କିଏ ପ୍ରାର୍ଥୀ ହେବ ସବୁ ସସପେନ୍ସରେ। ଗତ ନିର୍ବାଚନରେ ଦଳୀୟ ପ୍ରାର୍ଥୀ ସରୋଜ ମହାପାତ୍ରଙ୍କୁ ମିଳିଥିଲା ମାତ୍ର ୮୩୭୫ ଖଣ୍ଡ ଭୋଟ୍। ଯାହା ୨୦୧୪ ନିର୍ବାଚନଠାରୁ ମଧ୍ୟ କମ୍। ଏଥର ଅନେକ ନୂଆ ଚେହେରା ଟିକେଟ୍ ପାଇଁ ଆଶାୟୀ ଥିବା ବେଳେ ସତ୍ୟନାରାୟଣ ଦେବତା କହିଛନ୍ତି, ଟିକେଟ୍ ମିଳିଲେ ସେ ନିର୍ବାଚନ ଲଢିବେ।

BJD BJP Odisha Politics General Elections 2024
Advertisment
Advertisment