ଢେର୍ ଦିନ ଧରି ଶ୍ରୀମୟୀଙ୍କୁ ପ୍ରୋଜେକ୍ଟ କରି ହଠାତ୍ କାହିଁକି ପ୍ରାର୍ଥୀ ପରିବର୍ତ୍ତନ କଲା ବିଜେଡି ତାକୁ ନେଇ ବି ପ୍ରଶ୍ନ ଉଠିଛି। ଯାହାକୁ ନେଇ କଟାକ୍ଷ କରି ଅପରାଜିତା କହିଛନ୍ତି ଜୋ ଡର ଗୟା, ୱୋ ମର ଗୟା।
ଭୁବନେଶ୍ୱରରୁ ଅପରାଜିତାଙ୍କ ବିରୋଧରେ ସୁର ରାଉତରାୟଙ୍କ ପୁଅଙ୍କୁ ମଇଦାନକୁ ଓହ୍ଲାଇଲା ବିଜେଡି। ଆଜି ଦଳରେ ମିଶିବାର କିଛି ସମୟ ପରେ ବିଜେଡି ତାଙ୍କୁ ଟିକେଟ ଦେଇଛି। ତେବେ କଣ ହେବ ସମୀକରଣ, ତାକୁ ନେଇ ଚର୍ଚ୍ଚା।
ବିଜେଡି ଘୋଷଣା କଲା ୭୨ ବିଧାନସଭା ପ୍ରାର୍ଥୀ। ଯେଉଁଥିରେ ୧୬ ନୂଆ ମୁହଁ ଥିବା ବେଳେ ପ୍ରାୟ ୮୦ ପ୍ରତିଶତ ନେତା ରିପିଟ୍ ହୋଇଛନ୍ତି। ଆଉ ମାତ୍ର ୧୨ ମହିଳା ଚେହେରା, ଯାହା ପାଖାପାଖି ୧୬ ପ୍ରତିଶତ।
ଆଜି ବିଧାନସଭା ପାଇଁ ୭୨ ଜଣ ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି ବିଜେଡି। ଯେଉଁଥିରେ ଅଛନ୍ତି ୧୨ ମହିଳା ପ୍ରାର୍ଥୀଙ୍କ ସହ ୧୬ ନୂଆ ମୁହଁ। ଷଷ୍ଠ ଥର ପାଇଁ ନିଜ ନିର୍ବାଚନ ମଣ୍ଡଳୀ ହିଞ୍ଜିଳିରୁ ଲଢିବେ ବିଜେଡି ସୁପ୍ରିମୋ ନବୀନ ପଟନାୟକ।
ବିଜେପି ପରେ ବିଜେଡିର ଲୋକସଭା ପ୍ରାର୍ଥୀ ଘୋଷଣା। ପ୍ରଥମ ପର୍ଯ୍ୟାୟରେ ପଦ୍ମ ଦଳ ୧୮ ଯୋଦ୍ଧାଙ୍କୁ ମୈଦାନକୁ ଛାଡ଼ିଥିଲା। ଆଜି ଶଙ୍ଖଦଳ ପ୍ରଥମ ତାଲିକାରେ ଘୋଷଣା କରିଛି ୧୫ ଏମପି ପ୍ରାର୍ଥୀଙ୍କ ନାଁ ଘୋଷଣା କରିଛି।
ଲୋକସଭା ପାଇଁ ଆଜି ଘୋଷିତ ୧୫ଟି ଆସନରୁ ୪ଟିକୁ ଛାଡ଼ି ସବୁଠି ପ୍ରାର୍ଥୀ ବଦଳାଇଛି ବିଜେଡି। କେନ୍ଦ୍ରାପଡ଼ାରେ ବିଜେପି ପ୍ରାର୍ଥୀ ବୈଜୟନ୍ତ ପଣ୍ଡାଙ୍କୁ ଟକ୍କର ଦେବାକୁ ଅଂଶୁମାନ ମହାନ୍ତିଙ୍କୁ ଟିକେଟ୍ ଦେଇଥିଲା ବେଳେ ସମ୍ବଲପୁର ପାଇଁ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କ ବିରୋଧରେ ପ୍ରଣବ ପ୍ରକାଶ ଦାସଙ୍କୁ ମୈଦାନ୍କୁ ଛା଼ଡ଼ିଛି।
ପୂର୍ବରୁ ୯ ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା ହୋଇଥିଲା। ଏବେ ଆଉ ୬ ଲୋକସଭା ପ୍ରାର୍ଥୀ ଘୋଷଣା କରାଯାଇଛି।
ଲୋକସଭା ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି। ସମ୍ବଲପୁରରୁ ପ୍ରାର୍ଥୀ ହେଲେ ପ୍ରଣବ ପ୍ରକାଶ ଦାସ, କଳାହାଣ୍ଡି- ଲମ୍ବୋଦର ନିଆଲ, ସୁନ୍ଦରଗଡ଼- ଦିଲୀପ ତିର୍କୀ, ମୟୂରଭଂଜ- ସୁଦାମ ମାରାଣ୍ଡି।
ଭୁଶୁଡୁଛି ବିଜେଡିର ଗଞ୍ଜାମ ଗଡ଼ । ପ୍ରଦୀପ ପାଣିଗ୍ରାହୀ ସାଜିଛନ୍ତି ପୁରୋଧା ।
ମୁଣ୍ଡ ଉପରେ ସାଧାରଣ ନିର୍ବାଚନ। କେତେକ ନେତାଙ୍କ ପାଇଁ ଅବସର ହୋଲି। ତେଣୁ ରାଜନୀତିରେ ରଙ୍ଗ ଲାଗିବାର ଥିଲା। ଆଉ ଲାଗିଲା ବି।
'ବିଜେଡି ତିଆରି ବେଳେ ଦଳରେ ଏକକ ନେତୃତ୍ୱ ନଥିଲା' । 'ପିଏସି ଜରିଆରେ ସବୁ କିଛି ନିର୍ଣ୍ଣୟ ନିଆଯାଉଥିଲା' ।
ପ୍ରତିଦିନ ବିଜେଡି ଗୋଷ୍ଠୀ କନ୍ଦଳର ଚିତ୍ର ସାମନାକୁ ଆସୁଛି । ସବୁଠି ସିଟିଂ MLAଙ୍କ ବିରୋଧରେ ତୀବ୍ର ହେଉଛି ଅସନ୍ତୋଷ ।
୧୮ ସାଂସଦ ପ୍ରାର୍ଥୀଙ୍କ ତାଲିକାରେ ଅଛନ୍ତି ବଡ଼ ଚେହେରା । ମଇଦାନକୁ ଓହ୍ଲାଇବେ ବୈଜୟନ୍ତ, ଧର୍ମେନ୍ଦ୍ର, ସମ୍ବିତ ଓ ଅପରାଜିତା।
ଗତ ଥର ପ୍ରାର୍ଥୀ ହୋଇଥିବା ୫ ବିଜେପି ନେତାଙ୍କୁ ଏଥର ମିଳିନି ଟିକେଟ୍। ବର୍ତ୍ତମାନର ୪ ସାଂସଦ ଓ ଜଣେ କେନ୍ଦ୍ରମନ୍ତ୍ରୀ ପ୍ରାର୍ଥୀ ତାଲିକାରୁ ବାଦ୍ ପଡ଼ିଛନ୍ତି।
ବିଜେପିର ଶୀର୍ଷ ନେତାଙ୍କୁ ନେଇ ୩ ଘଣ୍ଟା ଧରି ବସିଥିବା ବୈଠକରେ ପ୍ରାର୍ଥୀ ତାଲିକା ଚୂଡ଼ାନ୍ତ ହୋଇଥିବା ସୂଚନା ମିଳିଛି ।
ସମସ୍ତ ୨୧ ଲୋକସଭା ଓ ୧୪୭ ବିଧାନସଭାରେ ଏକା ଲଢ଼ିବ ବିଜେପି। ‘ଏକ୍ସ’ ଜରିଆରେ ସ୍ପଷ୍ଟ କଲେ ମନମୋହନ ସାମଲ।
ଜବାନିରେ ବାର୍ଦ୍ଧକ୍ୟ ! କଣ ଆରମ୍ଭରୁ ଠେଲା ରୋଗ.. ଅରଖ ନୂଆ ବସର ଏମିତି ଅବସ୍ଥା !
ଦାମ ରାଉତଙ୍କ ଦେହାନ୍ତରେ ରାଜନୈତିକ ମହଲରେ ଶୋକର ଛାୟା ଖେଳିଯାଇଛି। ବିଭିନ୍ନ ରାଜନୈତିକ ଦଳର ବିଶିଷ୍ଟ ନେତାମାନେ ଶୋକ ପ୍ରକାଶ କରିଛନ୍ତି।
ଆପଣଙ୍କ ବିଧାୟକଙ୍କ ସଂପତ୍ତି କେତେ ? ବାର୍ଷିକ ଆୟ କେତେ ? ଋଣ ଭାର କେତେ ? ସାଧାରଣ ନିର୍ବାଚନ ପୂର୍ବରୁ ସଦ୍ୟତମ ADR ରିପୋର୍ଟରୁ ସାମ୍ନାକୁ ଆସିଛି ବିଧାୟକମାନଙ୍କ ଆର୍ଥିକ ସ୍ୱାସ୍ଥ୍ୟର ସ୍ଥିତି।
ବିଜେଡିର ଗଞ୍ଜାମ କସରତ। ନବୀନ ନିବାସରେ ହେଲା ସମୀକ୍ଷା, ସୁପ୍ରିମୋ ଦେଲେ ଟିକେଟ୍ ପାଇଁ ଗ୍ରୀନ ସିଗନାଲ୍। ସକାଳ ସାଢେ ଦଶଟାରୁ ଆରମ୍ଭ ହୋଇଥିଲା ବ୍ରହ୍ମପୁର ସଂସଦୀୟ କ୍ଷେତ୍ରର ବୈଠକ।
ସମୟ ଯେତେ ଗଡୁଛି, ସେତେ କମୁଛି ମେଣ୍ଟ ସମ୍ଭାବନା। ଛିଡୁନି ଅଙ୍କ, ମେଣ୍ଟ ଆଶା କ୍ଷୀଣ। ଏପଟେ ଉଭୟ ବିଜେଡି ଓ ବିଜେପି ଚଳାଇଛନ୍ତି ଏକାକୀ ନିର୍ବାଚନୀ କସରତ। ଅଧିକାଂଶ ସିଟରେ ପ୍ରାର୍ଥୀ ଫାଇନାଲ କରିସାରିଲାଣି ବିଜେପି।
ଚର୍ଚ୍ଚା ହେଉଛି ବ୍ରହ୍ମପୁର ସାଂସଦ ଭାବେ ଚନ୍ଦ୍ରଶେଖର ସାହୁଙ୍କୁ ଦଳ ରିପିଟ୍ କରିପାରେ। ବିପ୍ଲବଙ୍କୁ ଦିଗପହଣ୍ଡି, ବ୍ରହ୍ମପୁର ବିଧାୟକ ବିକ୍ରମ ପଣ୍ଡାଙ୍କୁ ଗୋପାଳପୁରରୁ ଟିକେଟ ମିଳିପାରେ।
ଏକା ଲଢିବୁ ନା ସାଥୀ ହେବୁ, ସ୍ଥିର କରିବେ ନଡ୍ଡା- ଅମିତ୍ ଶାହା । ବିଜେଡିର ସଂସଦୀୟ କ୍ଷେତ୍ର ୱାରି ସମୀକ୍ଷା ଜାରି ।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା ଏହାର ନିଷ୍ପତ୍ତି ନେବେ । କିନ୍ତୁ ଶାହ ଗୋଟିଏ କଥାକୁ ବାରମ୍ବାର ଦୋହରାଇଛନ୍ତି ଯେ, ବିଜେପି ଓଡ଼ିଶାରେ ଉଭୟ ବିଧାନସଭା ଓ ଲୋକସଭାରେ ଭଲ ପ୍ରଦର୍ଶନ କରିବ ।
ଓଡ଼ିଶାରେ କେମିତି ଲଢ଼ିବ ରାଜ୍ୟ ବିଜେପି, କଣ ଆପଣାଇବ ରଣନୀତି ? ଏହା ସହ କେଉଁଠି କିଏ ହେବେ ପ୍ରାର୍ଥୀ ? ଏସବୁକୁ ନେଇ ଦିଲ୍ଲୀରେ ବିଜେପିର ମାନସ ମନ୍ଥନ। ରାଜ୍ୟ ନେତୃତ୍ୱଙ୍କ ସହ ରାଷ୍ଟ୍ରୀୟ ଅଧ୍ୟକ୍ଷଙ୍କ ବୈଠକ। ଯଦିଓ ରାଜ୍ୟରେ ଉଭୟ ବିଜେପି- ବିଜେଡି ଏକାକୀ ନିର୍ବାଚନୀ ପ୍ରସ୍ତୁତିରେ ଅଛନ୍ତି ହେଲେ ମେଣ୍ଟ ଦ୍ବନ୍ଦ୍ବ ନେଇ ଏ ଯାଏଁ ସସପେନ୍ସ ହଟିନି।