Advertisment

‘ମୋଦିଙ୍କ ପରିବାର’ ମନ୍ତବ୍ୟକୁ ନେଇ ତେଜିଲା ରାଜନୀତି, କହିଲେ...

୧୪୦ କୋଟି ଦେଶବାସୀଙ୍କୁ ପରିବାର କହିଲେ ମୋଦି । ‘ଦେଶର ୧୪୦ କୋଟି ଜନତା ମୋ ପରିବାର’ ।

author-image
Satyendu Shekher Mishra
undefined

Narendra Modi

ସାଧାରଣ ନିର୍ବାଚନ ତାରିଖ ଘୋଷଣା ପୂର୍ବରୁ ପ୍ରଧାନମନ୍ତ୍ରୀଙ୍କ ପରିବାର ଆକ୍ଷେପକୁ ନେଇ ତେଜିଲା ରାଜନୀତି। ପରିବାରବାଦ ବନାମ ପରିବାର। ଗତକାଲି ବିହାର ମହାରାଲିରେ ଆରଜେଡି ସୁପ୍ରିମୋ ଲାଲୁ ପ୍ରସାଦ ଯାଦବ ପ୍ରଧାନମନ୍ତ୍ରୀଙ୍କ ପରିବାର ନେଇ ଉଠାଇଥିବା ପ୍ରଶ୍ନର ଜବାବ ରଖିଛନ୍ତି ଖୋଦ୍ ମୋଦି। ଆଜି ତେଲେଙ୍ଗାନା ଆଦିଲାବାଦରେ ବିଶାଳ ଜନସଭାକୁ ସମ୍ବୋଧିତ କରି ବିରୋଧୀ ଇଣ୍ଡି ମେଣ୍ଟକୁ କାଉଣ୍ଟର କରିଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ମୋଦି କହିଛନ୍ତି, ଯେଉଁମାନେ ପରିବାରବାଦରେ ବିଶ୍ୱାସ କରନ୍ତି ସେମାନେ ଏଭଳି ଭାଷାର ପ୍ରୟୋଗ କରନ୍ତି। କିନ୍ତୁ ମୋ ପାଇଁ ମେରା ଭାରତ ମେରା ପରିବାର। ଦେଶର ୧୪୦ କୋଟି ଜନତା ମୋ ପରିବାର। 

ପ୍ରଧାନମନ୍ତ୍ରୀ ମୋଦିଙ୍କ ବକ୍ତବ୍ୟ ପରେ ସୋସିଆଲ୍ ମିଡିଆରେ ଆରମ୍ଭ ହୋଇଛି ମୋଦି କା ପରିବାର କ୍ୟାମ୍ପେନ୍। କେନ୍ଦ୍ର ଗୃହମନ୍ତ୍ରୀ ଅମିତ୍ ଶାହ, ବିଜେପି ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡା, ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ଅନ୍ୟ ନେତା ସୋସିଆଲ୍ ମିଡିଆ ସାଇଟ୍ X ରେ ନିଜ ନାଁ ସହ ମୋଦି କା ପରିବାର ଯୋଡିଛନ୍ତି। ନିଜକୁ ମୋଦିଙ୍କ ପରିବାର ବୋଲି ଦର୍ଶାଇଛନ୍ତି ବିଜେପି ନେତା।

Advertisment

୨୦୧୪,  ନିର୍ବାଚନ ମୁଣ୍ଡ ଉପରେ ଥିବା ବେଳେ କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ମଣିଶଙ୍କର ଆୟର ପ୍ରଧାନମନ୍ତ୍ରୀ ମୋଦିଙ୍କୁ ଚାଏ ବାଲା ବୋଲି ଆକ୍ଷେପ କରିଥିଲେ। ସେ ବର୍ଷ ସାଧାରଣ ନିର୍ବାଚନରେ ବିଜେପି ରେକର୍ଡ ୨୮୩ ଆସନରେ ଜିତି କେନ୍ଦ୍ରରେ ଗଢିଥିଲା ସରକାର। ୨୦୧୯ ନିର୍ବାଚନରେ ଆୟରଙ୍କ ଭୂଲକୁ ଦୋହରାଇଥିଲା କଂଗ୍ରେସ। ସାଧାରଣ ସଭାରେ ସାଂସଦ ରାହୁଲ ଗାନ୍ଧି, ମୋଦିଙ୍କୁ ଆକ୍ଷେପ କରି ଚୌକିଦାର ଚୋର୍ ହେ ବୋଲି କହିଥିଲେ।

ମୋଦିଙ୍କ ସମର୍ଥନରେ ସାରା ଦେଶର ବିଜେପି କର୍ମୀ ମେ ଭି ଚୌକିଦାରର ନାରା ଦେଇଥିଲେ। ନିର୍ବାଚନରେ ଥମ୍ପିଂ ମେଜରିଟି ସହ ୩୦୩ ସିଟ୍ ଜିତି ପୁଣି କ୍ଷମତାକୁ ଆସିଥିଲା ବିଜେପି। ଏଥର ନିର୍ବାଚନ ପୂର୍ବରୁ ମୋଦିଙ୍କ ପରିବାର ନେଇ ପ୍ରଶ୍ନ ଉଠାଇଛନ୍ତି ବିରୋଧୀ। ଏବେ ଅପେକ୍ଷା ନିର୍ବାଚନର ଫଳାଫଳକୁ। 

BJD General Election 2024 BJP Congress Odisha Politics
Advertisment
Advertisment