ଚକଲେଟ ହିରୋ ତଥା ପୂର୍ବତନ ବିଧାୟକ ଆକାଶ ବି ଛାଡ଼ିଲେ । ୨ ଦିନ ତଳେ ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର ଦଳ ଛାଡ଼ିଥିଲେ । ଷ୍ଟାଇଲିସ୍ ହିରୋ ଅରିନ୍ଦମ ରାୟ ବି ନିକଟରେ ବିଜେଡି ଛାଡ଼ିଥିଲେ ।
ବିଜେଡି ଛାଡ଼ି ବିଜେପିରେ ମିଶିଲେ ପ୍ରିୟଦର୍ଶୀ ମିଶ୍ର । ଶଙ୍ଖ ଛାଡ଼ି ବର୍ତ୍ତମାନ ପଦ୍ମ ଧରିଛନ୍ତି ପ୍ରିୟଦର୍ଶୀ ମିଶ୍ର । ରାଜ୍ୟ ବିଜେପି କାର୍ଯ୍ୟାଳୟରେ ସଭାପତି ମନମୋହନ ସାମଲଙ୍କ ଉପସ୍ଥିତିରେ ମିଶିଲେ ।
ଉଭୟ ନେତାଙ୍କର ଖୁବ୍ ଲୋକପ୍ରିୟତା ରହିଛି । ସେମାନଙ୍କର ନିଜସ୍ୱ ସଂଗଠନ ରହିଛି ।
ପୂର୍ବତନ ବିଧାୟକ ପ୍ରିୟଦର୍ଶୀ ମିଶ୍ରଙ୍କ ଇସ୍ତଫା । ବିଜେଡିରୁ ଇସ୍ତଫା ଦେଲେ ପ୍ରିୟଦର୍ଶୀ ମିଶ୍ର । ଦଳରେ ଲଗାତାର ଅବହେଳା କରାଯାଉଥିବା କଥା ଇସ୍ତଫାରେ ଲେଖିଲେ । ଭୁବନେଶ୍ୱର ଉତ୍ତରରୁ ୨୦୧୪ରେ ବିଧାୟକ ଥିଲେ ।
ଖୁବଶୀଘ୍ର ଆସିପାରେ ଓଡ଼ିଶାରୁ ବାକି ଥିବା ବିଜେପିର ୩ ଲୋକସଭା ସହ ବିଧାନସଭା ପ୍ରାର୍ଥୀ ତାଲିକା । ଗୁରୁବାର ବିଳମ୍ବିତ ରାତି ପର୍ଯ୍ୟନ୍ତ ଦିଲ୍ଲୀରେ ବସିଥିଲା କୋର୍ କମିଟି ବୈଠକ । ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେ.ପି.ନଡ୍ଡାଙ୍କ ଅଧ୍ୟକ୍ଷତାରେ ଦୀର୍ଘ ୫ ଘଣ୍ଟା ଧରି ଗୁରୁବାର ଆଲୋଚନା ହୋଇଥିଲା ।
ଟିକେଟକୁ ନେଇ ବଢୁଥିବା ଅନ୍ତର୍କନ୍ଦଳ ଭିତରେ ଶାସକ ଦଳ କିନ୍ତୁ ନିଜ ନେତାଙ୍କ ଅପେକ୍ଷା ଆମଦାନୀ ନେତାଙ୍କୁ ଦେଉଛି ବେଶି ଗୁରୁତ୍ୱ ।
କିଛି ଅଫିସର ଶାସକ ଦଳର କର୍ମୀ ସାଜି ବିରୋଧୀ ଦଳର ନେତାମାନଙ୍କୁ ଧମକ ଚମକ ଦେଉଥିବା ବିଜେପି ଏବଂ କଂଗ୍ରେସ ଅଭିଯୋଗ କରିଛି। ତେବେ ବିଜେଡି ଅଭିଯୋଗକୁ ଖଣ୍ଡନ କରିଛି।
ବିଜେଡିରୁ ଯୋଦ୍ଧା ହେଲେ ମହିଧର ରଣା । ବିଜେପିରୁ କହ୍ନେଇ ଚରଣ ନା ଓମ୍ ପ୍ରକାଶ ?
ବିଜେପିରୁ ଏକାଧିକ ଆଶାୟୀଙ୍କ ଭିତରୁ ସୁଯୋଗ କାହାକୁ ? କଂଗ୍ରେସରୁ ଶରତ ପଟ୍ଟନାୟକ ଚନ ?
ପୋଲିସ ପ୍ରଶାସନ ଉପରେ ପ୍ରଦୀପ ପାଣିଗ୍ରାହୀଙ୍କ ସାଂଘାତିକ ଅଭିଯୋଗ । ବିଜେଡିରେ ରହିବାକୁ ଧମକାଉଛନ୍ତି ତତ୍କାଳୀନ ଆଇଜି: ପ୍ରଦୀପ ପାଣିଗ୍ରାହୀ ।
ପୂର୍ବତନ ବିଧାୟକ ପ୍ରକାଶ ବେହେରା ବି ବିଜେରେ ମିଶିବା ଚର୍ଚ୍ଚା । ବିଜେଡିକୁ ଘାରିଛି ଆମଦାନୀ ନେତାଙ୍କୁ କେମିତି କରିବ ଥଇଥାନ ।
୨୦୧୯ ନିର୍ବାଚନ ପୂର୍ବରୁ ପ୍ରବଳ ଅସନ୍ତୋଷ ପ୍ରକାଶ କରି ବିଜେଡି ଛାଡ଼ି ବିଜେପିକୁ ଆସିଥିଲେ ସୁକାନ୍ତ।
ଆସିକା ଲୋକସଭା ଆସନରୁ ଚେରମାରିଆ ଗାଁର ତଥା ସ୍ୱୟଂ ସହାୟକ ଗୋଷ୍ଠୀର ପ୍ରମିଳା ବିଶୋୟୀଙ୍କୁ ପ୍ରାର୍ଥୀ କରି ଜାତୀୟ ରାଜନୀତିରେ ହଟଚମଟ ସୃଷ୍ଟି କରିଥିଲେ ।
ବିଜେଡିର ପ୍ରଥମ ତାଲିକାରେ ୭୨ ବିଧାନସଭା ପ୍ରାର୍ଥୀଙ୍କ ନାଁ ଘୋଷଣା ହୋଇଛି ।
ଗତ ୨୨ ତାରିଖରେ ଭର୍ତ୍ତୃହରି ବିଜେଡିରୁ ଇସ୍ତଫା ଦେବା ସହ ବିଜେଡି ଉପରେ ବର୍ଷିଥିଲେ।
ଯେଉଁଠି ପର୍ଯ୍ୟବେକ୍ଷକ ପ୍ରତାପ ଜେନା ଓ ବିଧାୟକ ଧ୍ରୁବ ସାହୁଙ୍କ ଉପସ୍ଥିତିରେ ବିଜେଡିରେ ମିଶିଥାନ୍ତେ ଅଂଶୁମାନ ମହାନ୍ତିଙ୍କ ଗୋଷ୍ଠୀ।
ବିଜେଡିର ପ୍ରାର୍ଥୀ ଘୋଷଣା ହେଉ ହେଉ ବିରୋଧ । କେଉଁଠି ପ୍ରତିବାଦ ତ କେଉଁଠି ସାମୂହିକ ଇସ୍ତଫା । ତେଜୁଛି ବିଭିନ୍ନ ପ୍ରାର୍ଥୀଙ୍କ ଟିକଟ୍ ପ୍ରତ୍ୟାହାର ଦାବି ।
ସିଦ୍ଧାନ୍ତଙ୍କ ଦମ୍ଭୋକ୍ତି ଏଥର ଡବଲ୍ ଇଞ୍ଜିନ ସରକାର, ବିଜେଡିର ଆକ୍ଷେପ-ଦୁହେଁ ବିଗ୍ ଜିରୋ ।
ଏପ୍ରିଲ ପ୍ରଥମ ସପ୍ତାହରେ ଆସିବ କଂଗ୍ରେସ ପ୍ରାର୍ଥୀ ତାଲିକା ବୋଲି ଜଣାପଡ଼ିଛି । ଆଜି ଏନେଇ ସୂଚନା ଦେଇଛନ୍ତି ରାଜ୍ୟ କଂଗ୍ରେସର ପ୍ରଚାର କମିଟି ଅଧ୍ୟକ୍ଷ ଭକ୍ତ ଚରଣ ଦାସ ।
ପ୍ରଥମ ଦଫାରେ ଟିକେଟ୍ ପାଇଥିବା ବିଜେଡି ନେତାଙ୍କୁ ଆଶ୍ୱସ୍ତି । କିନ୍ତୁ ତାଲିକାରେ ନାଁ ନଥିବା ନେତାଙ୍କର ନିଦ ହଜିଯାଇଛି । ଏଭଳି ସ୍ଥଳେ କିଏ ନବୀନ ନିବାସ ଆଗରେ ଶକ୍ତି ପ୍ରଦର୍ଶନ କରି ଟିକଟ୍ ଲବି କରୁଛି ତ ଆଉ କିଏ ଟିକଟ୍ ପାଇଁ ସୁପ୍ରିମୋଙ୍କ ସହ ୱାନ୍ ଟୁ ୱାନ୍ ଆଲୋଚନା କରିଛନ୍ତି ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା, ରାଜ୍ୟ ବିଜେପି ସଭାପତି ମନମୋହନ ସାମଲ, ରାଜ୍ୟ ନିର୍ବାଚନ ପ୍ରଭାରୀ ବିଜୟ ପାଲ୍ ସିଂ ତୋମାର ପ୍ରମୁଖ ଉପସ୍ଥିତ ଥିଲେ। ଏହାପରେ ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଥିଲେ ୩ ନେତା।
ରାଷ୍ଟ୍ରୀୟ ଅଧ୍ୟକ୍ଷ ଜେପି ନଡ୍ଡାଙ୍କୁ ଭେଟିଛନ୍ତି ୩ ନେତା।
ଆଜି ବିଜେପିରେ ଯୋଗ ଦେଲେ ସାଂସଦ ଭର୍ତ୍ତୃହରି ମହତାବ, ଅଭିନେତା ସିଦ୍ଧାନ୍ତ ମହାପାତ୍ର ଓ ପଦ୍ମଶ୍ରୀ ଦମୟନ୍ତୀ ବେସ୍ରା।
ଆଜି କିଛି ପ୍ରତିଷ୍ଠିତ ବ୍ୟକ୍ତିତ୍ୱ ଅପରାହ୍ଣ ୨ଟା ୩୦ରେ ବିଜେପିରେ ସାମିଲ ହେବା ନେଇ ବିଜେପି ସେଣ୍ଟ୍ରାଲ ମିଡିଆ ପକ୍ଷରୁ ସୂଚନା ଦିଆଯାଇଛି। ଚର୍ଚ୍ଚା ହେଉଛି ଆଜି ବିଜେପିରେ ଯୋଗଦେଇପାରନ୍ତି ଓଲିଉଡ୍ ଅଭିନେତା ତଥା ବ୍ରହ୍ମପୁରର ପୂର୍ବତନ ସାଂସଦ ସିଦ୍ଧାନ୍ତ ମହାପାତ୍ର।
କେଉଁଠି ପୁରୁଖା ନେତାଙ୍କ ପୁଅ-ଝିଅଙ୍କୁ ଟିକେଟ୍ । ତ ଆଉ କେଉଁଠି ହେଭିୱେଟଙ୍କ ବେଟର୍-ହାଫ୍ । ଡଜନେରୁ ଅଧିକ ଆସନରେ 'ଉତ୍ତରାଧିକାରୀ'ଙ୍କ ଅଭ୍ୟୁଦୟ । ଜଟଣୀର କଂଗ୍ରେସ ବିଧାୟକ ସୁର ରାଉତରାୟଙ୍କ ପୁଅ ମନ୍ମଥ ରାଉତରାୟ।