Advertisment

ଇଣ୍ଡିମେଣ୍ଟର ଧୂଲେଇ କଲେ, ଅବକୀ ବାର ୪୦୦ ପାର କହିଲେ; ରୋଡ ସୋ' ଦେଖି ଅଭିଭୂତ ହେଲେ ମୋଦି

ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି।

author-image
Manoranjan Behera
ଅଦ୍ୟତନ ହୋଇଛି
undefined

PM Modi

ଅବ୍ କି ବାର୍ ଚାର୍ ଶୋ ପାର୍। 24 ମହା ଲଢ଼େଇ ପୂର୍ବରୁ ଚଣ୍ଡିଖୋଲ ଗ୍ୟାରେଣ୍ଟି ସମାବେଶରୁ ପୁଣି ମୋଦି ଆସୁଥିବାର ସଂକେତ ଦେବା ସହ କଂଗ୍ରେସ ଓ ଇଣ୍ଡିମେଣ୍ଟକୁ ଜୋରଦାର ଧୂଲେଇ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି। କହିଛନ୍ତି, ସେମାନେ ପରିବାର ପାଇଁ ବଞ୍ଚନ୍ତି। ମୋଦି ଦେଶ ପାଇଁ ବଞ୍ଚେ। ଏଥିସହ ସମବେତ ଲୋକଙ୍କ ଉତ୍ସାହ ତାଙ୍କୁ ଅଭିଭୂତ କରିଥିବା କହି ଓଡ଼ିଶାରେ ପଦ୍ମ ଫୁଟାଇବାକୁ ଆହ୍ୱାନ ଦେଇଛନ୍ତି ପ୍ରଧାନମନ୍ତ୍ରୀ।

Advertisment

ଅଭୂତପୂର୍ବ ଜନ ସମାବେଶ..ଅଭିଭୂତ ମୋଦି। ସମୟ ପାଖାପାଖି ୩ଟା ୫୦। ଏକ ସୁସଜ୍ଜିତ ଖୋଲା ଜିପରେ ଚଣ୍ଡିଖୋଲର ବିଶାଳ ଗ୍ୟାରେଣ୍ଟି ସମାବେଶକୁ ଆସିଲେ ପ୍ରଧାନମନ୍ତ୍ରୀ ମୋଦି। ରେଡ୍ କାର୍ପେଟରେ ରାଲି କରି ମଂଚ ଅଭିମୁଖେ ଯାଉଥିଲେ ପ୍ରଧାନମନ୍ତ୍ରୀ, ତ ମୋଦି ମୋଦି ନାରାରେ କଂପୁଥିଲା, ଉଛୁଳୁଥିଲା ପୂରା ସଭାସ୍ଥଳ। ଆଉ ତାରି ଭିତରେ ପାଖା ପାଖି ୭ ମିନିଟ କାଳ ଲୋକଙ୍କ ଅଭିବାଦନ ଗ୍ରହଣ କରିବା ପରେ ମଂଚକୁ ଯାଇଥିଲେ। ଆଉ ଭାଷଣ ମଝିରେ ମଝିରେ ଲୋକଙ୍କ ଉତ୍ସାହ ଦେଖି ଅଟକି ଯାଇଥିଲେ ମୋଦି ଓ ଆପଣମାନଙ୍କ ଭଲ ପାଇବା ମୋ ପାଇଁ ଶକ୍ତି ବୋଲି କହିଥିଲେ। ତା ସହିତ ସମସ୍ତଙ୍କୁ ନିଜ ନିଜ ମୋବାଇଲର ଫ୍ଲାସ ଲାଇଟ୍ ଅନ୍ କରିବାକୁ କହିଥିଲେ।

ଏହି ଅବସରରେ ବିଜୁ ଜୟନ୍ତୀରେ ପ୍ରବାଦ ପୁରୁଷଙ୍କୁ ନମନ କରିବା ସହ ଓଡ଼ିଶା ବାସୀଙ୍କୁ ଦେଇଥିଲେ ମୋଦି ଗ୍ୟାରେଣ୍ଟି। କହିଥିଲେ ଏତେ ବିଶାଳ ସଂଖ୍ୟା ପୂରବ ଅର୍ଥାତ୍ ଦେଶର ପୂର୍ବଭାଗର ମୁଡ୍ କଣ ଜଣାଇ ଦେଉଛି। ଓଡ଼ିଶାର ସଂକଳ୍ପ ଯେ ଅବ୍ କି ବାର ଚାର ଶୋ ପାର୍ ତାକୁ ସ୍ପଷ୍ଟ କରୁଛି। ଏଥିସହ ବିଗତ ୧୦ ବର୍ଷ ହେଲା ବିଜେପି ସରକାର ରାଜ୍ୟରେ ବିଶାଳ ନିବେଶ କରିଥିବା ସୂଚନା ଦେଇ ଓଡ଼ିଶା ବିକଶିତ ଭାରତର ଗେଟ୍ ୱେ ହେବାର କାମନା କରି ରାଜ୍ୟ ପଲିଷ୍ଟରର ଏକ ବଡ଼ କେନ୍ଦ୍ର ହେବାକୁ ଯାଉଛି ବୋଲି କହିଥିଲେ ପ୍ରଧାନମନ୍ତ୍ରୀ। ସେହିପରି କେନ୍ଦ୍ର ସରକାରଙ୍କ ବିଭିନ୍ନ ଜନ ମଙ୍ଗଳକାରୀ ଯୋଜନାର ସଫଳତା ଗଣାଇ, ଦେଇଥିଲେ ମୋଦି ଗ୍ୟାରେଣ୍ଟି। ଓଡ଼ିଶାକୁ ସୂର୍ଯ୍ୟ ଦେବତାଙ୍କ ଭୂମି ଦର୍ଶାଇ କହିଥିଲେ ପିଏମ ସୂର୍ଯ୍ୟଘର ଯୋଜନାରେ ସମସ୍ତଙ୍କୁ ମାଗଣା ବିଜୁଳି ଦେବା ଏବେ ମୋଦିର ଗ୍ୟାରେଣ୍ଟି।

Advertisment

ଅଭିଭାଷଣରେ କଂଗ୍ରେସ ଓ ଇଣ୍ଡିମେଣ୍ଟକୁ ଜୋରଦାର ଧୂଲେଇ କରିଥିଲେ ପ୍ରଧାନମନ୍ତ୍ରୀ। କହିଥିଲେ ୨୦୧୪ ପୂର୍ବରୁ କଂଗ୍ରେସ କେବଳ ନିଜ ସିନ୍ଦୁକ ଭରି ନିଜ ଦଳ ଓ ପରିବାରର ସମୃଦ୍ଧି କରୁଥିଲା। ଇଣ୍ଡିମେଣ୍ଟକୁ କଡ଼ା ଟାର୍ଗେଟ୍ କରି କହିଥିଲେ ମୋଦିଙ୍କ କାମ ଇଣ୍ଡିମେଣ୍ଟର ଦୁର୍ନୀତିଖୋରଙ୍କୁ ପସନ୍ଦ ଆସୁନି। ତେଣୁ ଏବେ ସେମାନେ ମୋଦିଙ୍କ ଉପରେ ଆକ୍ରମଣ ବଢ଼ାଇ ଦେଇଛନ୍ତି। କହୁଛନ୍ତି ମୋଦିର ପରିବାର ନାହିଁ। ହେଲେ ସେମାନଙ୍କ ବିଚାରଧାରାରେ ନିଜ ପରିବାର ପ୍ରଥମ। ମୋଦିଙ୍କ ବିଚାରଧାରାରେ ଦେଶ ପ୍ରଥମ। ସେମାନେ ପରିବାର ପାଇଁ ବଞ୍ଚନ୍ତି, ମୋଦି ଦେଶ ପାଇଁ ବଞ୍ଚେ କହି ମୋଦିର ନାରା -ମେରା ଭାରତ ମେରା ପରିବାର ବୋଲି ଦୋହରାଇଥିଲେ ପ୍ରଧାନମନ୍ତ୍ରୀ। ଏପରିିକି କାଲିଠାରୁ କୋଟି କୋଟି ଲୋକ ମୁଁ ମୋଦି ପରିବାର କହୁଛନ୍ତି କହି, ଜନସାଧାରଣଙ୍କ ଉଦ୍ଦେଶ୍ୟରେ ଏଥର ଓଡ଼ିଶାରେ ଅଧିକରୁ ଅଧିକ ପଦ୍ମଫୁଲ ଫୁଟାଇବେ ବୋଲି ଆଶା ପୋଷଣ କରିଥିଲେ ମୋଦି।

ମୋଦିଙ୍କ ଏଇ ଗ୍ୟାରେଣ୍ଟି ସମାବଶରେ ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡାଙ୍କ ସହ ରାଜ୍ୟସଭାପତି ମନମୋହନ ସାମଲ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ଓ ବିଶ୍ୱେଶ୍ୱର ଟୁଡୁ ପ୍ରମୁଖ ରାଜ୍ୟର ବରିଷ୍ଠ ନେତୃବୃନ୍ଦ ଉପସ୍ଥିତ ଥିଲେ।

PM Modi Odisha Politics General Elections 2024
Advertisment
Advertisment