ଏଥର କୁଆଡ଼େ ଯିବ ମାହାଙ୍ଗାବାସୀଙ୍କ ମୁଡ୍ ? କେଉଁ ନେତାଙ୍କୁ ଗାଦିରେ ବସାଇବେ ମାହାଙ୍ଗା ଜନତା ? କାହାକୁ ନିଜର କରିବେ, ଆଉ କିଏ ହେବ ପର ? କଟକ ଜିଲ୍ଲାର ଅନ୍ୟତମ ଗୁରୁତ୍ୱପୂର୍ଣ୍ଣ ତଥା ସମ୍ବେଦନଶୀଳ ବିଧାନସଭା ନିର୍ବାଚନମଣ୍ଡଳୀ ମାହାଙ୍ଗା ।
୨୦୦୦ ମସିହାରୁ ବିଜେଡି ଏଠି ଶାସନରେ । ପୂର୍ବତନ ମନ୍ତ୍ରୀ ପ୍ରତାପ ଜେନାଙ୍କର ଚାଲିଛି ତୃତୀୟ ଟର୍ମ । ଏଠି ଶରତ କର ଏବଂ ବିକ୍ରମ କେଶରୀ ବର୍ମାଙ୍କ ପରେ ବିଜେଡି ଶାସନକୁ ଅକ୍ଷୁଣ୍ଣ ରଖିଛନ୍ତି ପ୍ରତାପ ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
୨୦୦୯ରେ ଦେଖିବାକୁ ମିଳିଥିଲା ଏକ ରୋଚକ ଦୃଶ୍ୟ। ୨୦୦୯ରେ ଜ୍ୟୋତିନ୍ଦ୍ରନାଥ ମିତ୍ର ସ୍ୱାଧୀନ ପ୍ରାର୍ଥୀ ଭାବେ ଲଢିଥିଲେ। ତାଙ୍କୁ ଟକ୍କର ଦେଇଥିଲେ ତାଙ୍କର ଏକଦା ଦୃଢ ସମର୍ଥକ ଥିବା ରାଜେନ୍ଦ୍ର ସାହୁ।
ଦୁହିଁଙ୍କ ଲଢେଇ ଭିତରେ ଅନବରତ ଦଳବଦଳକୁ ଦୃଷ୍ଟିରେ ରଖି ୨୦୧୯ରେ ରାଜେନ୍ଦ୍ରଙ୍କୁ ବେଗୁନିଆ ପଠାଇଥିଲା ବିଜେଡି। ହେଲେ ଖୋର୍ଦ୍ଧାରେ ଉଭୟଙ୍କ ସଂଗଠନ ସକ୍ରିୟ ଥିବାରୁ ୨୦୨୪ ପାଇଁ ଉଭୟ କ୍ଷେତ୍ର ପ୍ରସ୍ତୁତିରେ ଲାଗିଥିବା କୁହାଯାଉଛି।
କଂଗ୍ରେସ ଦଖଲରୁ ଜଳେଶ୍ୱରକୁ ଛଡ଼ାଇ ଆଣିବା ପରେ ୨୦୧୯ରେ ବି ବିଜୟର ଧାରାକୁ ବଜାୟ ରଖିଥିଲେ ଅଶ୍ୱିନୀ।
ସନ୍ଥକବି ଭୀମଭୋଇଙ୍କ ଜ୍ଞାନପୀଠ କନ୍ଧରାର ବିକାଶ ଯୁଜୁମରାର ଦେବଝରଣ ଓ ନାକଟିଦେଉଳର ଭୀମମଣ୍ଡଳୀର ବିକାଶ ଲୋକେ ଦାବି କରି ଆସୁଛନ୍ତି।
ଦୁଇ ଦୁଇ ଥର ବିଧାୟକ ଓ ମନ୍ତ୍ରୀ ହୋଇ ନିର୍ବାଚନ ମଣ୍ଡଳୀରେ କାଟତି ବଢାଇଥିବା ରୋହିତ ୨୦୨୪ ପାଇଁ ବି ବେଶ୍ ଆଶାୟୀ। ଏଥର ତୃତୀୟ ପାଳିରେ ଟିକେଟ୍ ପାଇ ବିଧାୟକ ଭାବେ ହାଟ୍ରିକ ମାରିବାକୁ ତାଙ୍କ ଯୋଜନା।
୨୦୧୯ରେ ଜିତିଥିଲେ ବିଜେଡିର ବରିଷ୍ଠ ନେତା ବିଜୟ ରଞ୍ଜନ ସିଂ ବରିହା। ତାଙ୍କର ବିୟୋଗ ପରେ ଝିଅ ବର୍ଷା ସିଂ ବରିହା ୨୦୨୨ ଉପନିର୍ବାଚନରେ ବିଜେଡି ଟିକେଟରେ ବିଜୟୀ ହୋଇ ବିଧାନସଭାକୁ ନିର୍ବାଚିତ ହୋଇଛନ୍ତି।
ନୂଆ ମୁହଁ ସହ ଆଗୁଆ ଟିକେଟ ଘୋଷଣା କରି ଦଳ ଆଶାୟୀଙ୍କ ଭିତରୁ ଦ୍ୱନ୍ଦ୍ୱ ଦୂର କରିବା ସହିତ ସେମାନଙ୍କୁ ପର୍ଯ୍ୟାପ୍ତ ସମୟ ଦେବାକୁ ପ୍ରୟାସ କରୁଛି।
କେନ୍ଦ୍ର ସରକାରଙ୍କ ଜନ ମଙ୍ଗଳକାରୀ ଯୋଜନାରେ ସମସ୍ତ ଲାଭାର୍ଥଙ୍କ ପାଖରେ ପହଞ୍ଚି ମୋଦିଙ୍କ ବାର୍ତ୍ତା ପହଞ୍ଚାଇବାକୁ ଦିଆଯାଇଛି ନିର୍ଦ୍ଦେଶ। ପିଏମ୍ ଆବାସ, ସବୁ ଘରକୁ ପିଇବା ପାଣି, ପିଏମ୍ କିଷାନ, ଉଜ୍ଜଳା ଭଳି ଯୋଜନା ।
ବିଜେଡି କର୍ମୀଙ୍କ ବିନା ପରାମର୍ଶରେ ଭୁବନେଶ୍ୱରରେ ଅଂଶୁମାନଙ୍କୁ ଦଳରେ ସାମିଲ କରାଯିବାକୁ ନେଇ ସହଜରେ ହଜମ କରି ପାରୁନାହାନ୍ତି।
ରାଜ୍ୟ ତହବିଲରୁ ଖର୍ଚ୍ଚ ହେବ ୭୩୦ କୋଟି। ଡ୍ରେସ୍ ଆଉ ବ୍ଲେଜର ପିନ୍ଧିବେ SHG ସଦସ୍ୟା।ଡ୍ରେସ୍ ପାଇଁ ଦେବେ ହଜାରେ ଟଙ୍କା। ଆଉ ଦେଢ ଲକ୍ଷ କମ୍ୟୁନିଟି ଷ୍ଟାଫଙ୍କୁ ବ୍ଲେଜର ବାବଦକୁ ମିଳିବ ୨ ହଜାର ଟଙ୍କା।
ଲୋକସଭା ଓ ବିଧାନସଭା ଭୋଟ୍ ପାଇଁ ଆମେ ରେଡି। ଓଡ଼ିଶାରେ ନିର୍ବାଚନ ପ୍ରସ୍ତୁତି ସମୀକ୍ଷା ପରେ ଏହା ସ୍ପଷ୍ଟ କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର।
ଯୋଜନା ନାଁରେ ସରକାରଙ୍କ ଡାହା ମିଛ। ନିର୍ବାଚନ ପୂର୍ବରୁ ଭୋଟ୍ ରାଜନୀତି ପାଇଁ ‘ଆମ ଓଡ଼ିଶା ନବୀନ ଓଡ଼ିଶା’ ଅନ୍ତର୍ଗତ ଯୋଜନାରେ ଲୋକଙ୍କୁ କଞ୍ଚା ମିଛ କହି ଭୂଆଁ ବୁଲାଇଛନ୍ତି ରାଜ୍ୟ ସରକାର।
ମିଛ ତ ମିଛ..ପୁଣି ଡାହା ମିଛ..ନିର୍ବାଚନୀ ଯେତିକି ପାଖେଇ ଆସୁଛି, ସେତିକି ମିଛ ପ୍ରଚାରର ସୌଦାଗର ସାଜିଛନ୍ତି ରାଜ୍ୟ ସରକାର।
ମହିଳା ଭୋଟ୍କୁ ନେଇ ଭୟଭୀତ କି ବିଜେଡି? ଭାଙ୍ଗୁଛି କି ବିଜେଡିର SHG ଭୋଟ୍ ବ୍ୟାଙ୍କ? କାହିଁକି ମିଶନ ଶକ୍ତି ମହିଳାଙ୍କୁ ଦିଆଯାଉଛି ଗୋଟିଏ ପରେ ଗୋଟିଏ ଥୋପ ? SHG ସଦସ୍ୟାଙ୍କୁ ୟୁନିଫର୍ମ ପାଇଁ ଟଙ୍କା ଦେବାକୁ କ୍ୟାବିନେଟ ନିଷ୍ପତ୍ତି ପଛରେ ସରକାରଙ୍କ କଣ ଷ୍ଟ୍ରାଟେଜି ?
ଉଭୟ ଲୋକସଭା ଏବଂ ବିଧାନସଭା ନିର୍ବାଚନ ପାଇଁ ଆମେ ପ୍ରସ୍ତୁତ ଥିବା ମୁଖ୍ୟ ନିର୍ବାଚନ କମିଶନର ରାଜୀବ କୁମାର ସୂଚନା ଦେଇଛନ୍ତି।
୨୪ ପାଇଁ କେତେ ପ୍ରସ୍ତୁତ ? ସାଧାରଣ ନିର୍ବାଚନକୁ ଆଉ ୨ ମାସରୁ କମ୍ ସମୟ । ଭୋଟ୍ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ ? ବରିଷ୍ଠ ପ୍ରଶାସନିକ ଓ ପୋଲିସ ଅଧିକାରୀଙ୍କ ସମେତ ବିଭିନ୍ନ ରାଜନୈତିକ ଦଳର ପ୍ରତିନିଧିଙ୍କ ସହ ଆଲୋଚନା କରିଛନ୍ତି ଇସି ଟିମ୍ ।
ସାଧାରଣ ନିର୍ବାଚନକୁ ମଝିରେ ଦୁଇ ମାସରୁ କମ୍ ସମୟ। ତେବେ ଭୋଟ ଗ୍ରହଣ ପାଇଁ କେମିତି ଚାଲିଛି ସଜବାଜ, ବିଭିନ୍ନ ରାଜ୍ୟକୁ ଯାଇ ପ୍ରସ୍ତୁତିର ଅନୁଧ୍ୟାନ କରୁଛନ୍ତି ନିର୍ବାଚନ କମିଶନଙ୍କ ଟିମ୍। ଓଡ଼ିଶାରେ ଲୋକସଭା ସହ ବିଧାନସଭା ଲାଗି ବି ନିଆଯିବ ଭୋଟ। ଫଳରେ ଅଧିକ ମାନବସମ୍ବଳ ସାଙ୍ଗକୁ ବଡ଼ ଘରଣର ପ୍ରସ୍ତୁତି ବି ଆବଶ୍ୟକ।
ଆକ୍ରୋଶମୂଳକ ଭାବେ ଇଡି ଚଢ଼ାଉ କରାଯାଇଛି। ନିର୍ବାଚନ ପୂର୍ବରୁ ଏଭଳି ଚଢ଼ାଉ କରିବା ପଛର ଅର୍ଥ କ’ଣ ବୋଲି କହିଛନ୍ତି ପ୍ରଫୁଲ୍ଲ।
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ରାଜ୍ୟସଭା ନିର୍ବାଚନ ଲାଗି ନାମାଙ୍କନ ଦାଖଲ କଲେ ଅଶ୍ବିନୀ ବୈଷ୍ଣବ। ହେଲେ ଆସିଲାନି ବିଜେଡି। ଏପଟେ ବିଜେଡି ସମର୍ଥନ ପରେ ବି ଧନ୍ୟବାଦ ଦେଲେନି ରେଳ ମନ୍ତ୍ରୀ। ୨୦୧୯ର ଚିତ୍ର ୨୪ରେ ବଦଳିଗଲା
କୁହାଯାଏ ବିଜେଡି ପ୍ରଥମ କରି ଯେତେବେଳେ ଶାସନ କ୍ଷମତାକୁ ଆସିଲା ଏହା ଏକ ଧର୍ମନିରପେକ୍ଷ ଦଳ ଭାବରେ ନିଜର ପରିଚୟ ସୃଷ୍ଟି କରିଥିଲା। ଏବେ କିନ୍ତୁ ବିଜେଡି-ବିଜେପି ଗୋଟିଏ ରାସ୍ତାରେ, ଗୋଟିଏ ମୁଦ୍ରାର ଦୁଇପାର୍ଶ୍ଵ; ଉଭୟଙ୍କ ମଧ୍ୟରେ କୌଣସି ଅନ୍ତର ନାହିଁ ବୋଲି ବିଭିନ୍ନ ସମୟରେ ଅଭିଯୋଗ ଆଣିଛି କଂଗ୍ରେସ।