Advertisment

ପଦ୍ମ ଧରିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି

ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି।

author-image
Manoranjan Behera
MLA Arabinda Dhali

MLA Arabinda Dhali

ଜୋର ଧରିଲାଣି ଦଳବଦଳ ରାଜନୀତି। ବିଜେପିରେ ମିଶିଲେ ଜୟଦେବ ବିଧାୟକ ଅରବିନ୍ଦ ଢାଲି। ରାଜ୍ୟ କାର୍ଯ୍ୟାଳୟରେ ବିଜେପିରେ ମିଶିଲେ ଅରବିନ୍ଦ ଢାଲି। ବିଜେପି ରାଜ୍ୟ ନିର୍ବାଚନ ପ୍ରଭାରୀ ଓ ସହପ୍ରଭାରୀଙ୍କ ଉପସ୍ଥିତିରେ ଦଳରେ ସାମିଲ୍ ହେଲେ। ଗତକାଲି ବିଜେଡିରୁ ଇସ୍ତଫା ଦେଇଥିଲେ ଅରବିନ୍ଦ ଢାଲି। ଏହାଛଡ଼ା ପୂର୍ବତନ ବିଜେଡି ବିଧାୟକ ମୁକୁନ୍ଦ ସୋଢ଼ି ମଧ୍ୟ ବିଜେପିରେ ସାମିଲ ହେଲେ। ଦିଗପହଣ୍ଡିର ପୂର୍ବତନ ବ୍ଲକ ଅଧ୍ୟକ୍ଷ ବିପିନ୍ ପ୍ରଧାନ ବି ବିଜେପିରେ ସାମିଲ୍ ହୋଇଛନ୍ତି।

Advertisment

ସେପଟେ ଆସନ୍ତାକାଲି ବିଜେପିରେ ସାମିଲ ହେବେ ଧାମନଗରର ପୂର୍ବତନ ବିଧାୟକ ରାଜେନ୍ଦ୍ର ଓରଫ୍ ରାଜୁ ଦାସ। ଗତ ଧାମନଗର ଉପନିର୍ବାଚନରେ ତାଙ୍କୁ ବିଜେଡି ଟିକଟ ନ ଦେବାରୁ ବିଦ୍ରୋହ କରି ସ୍ୱାଧୀନ ଭାବେ ଠିଆ ହୋଇଥିଲେ। ବିଜେଡି ତାଙ୍କୁ ସସପେଣ୍ଡ କରିବା ସତ୍ତ୍ୱେ ନିର୍ବାଚନ ଲଢି ରାଜୁ ଦାସ ବିଜେଡି ଭୋଟ୍ ବିଭାଜନ କରିଦେବାରୁ ବିଜେପି ଧାମନଗର ଗଡ଼ ବଜାୟ ରଖିପାରିଥିଲା। ସହଜରେ ବିଧାୟକ ଭାବେ ଜିତିଥିଲେ ସୂର୍ଯ୍ୟବଂଶୀ ସୂରଜ।

ମୁକୁନ୍ଦ ସୋଡ଼ିଙ୍କୁ ଛାଡ଼ି ୧୦ ଦିନ ଭିତରେ ୫ ବଡ଼ ଚେହେରା ବିଜେଡି ଶିବିର ଛାଡ଼ି ବିଜେପିରେ ସାମିଲ ହେଲେଣି। ସେମାନେ ହେଲେ ଗୋପାଳପୁର ବିଧାୟକ ପ୍ରଦୀପ ପାଣିଗ୍ରାହୀ, ଚିଲିକା ବିଧାୟକ ପ୍ରଶାନ୍ତ ଜଗଦ୍ଦେବ, ବରୀର ପୂର୍ବତନ ବିଧାୟକ ଦେବାଶିଷ ନାୟକ, ଗଁଦିଆର ପୂର୍ବତନ ବିଧାୟକ ନବୀନ ନନ୍ଦ ଓ ସାରସକଣାର ପୂର୍ବତନ ବିଧାୟକ ଭାଦୋବ ହାଁସଦା। ବିଜେଡି ଛାଡ଼ିଥିବା ତେଲକୋଇ ବିଧାୟକ ପ୍ରେମାନନ୍ଦ ନାଏକ ବି ବିଜେପିରେ ମିଶିବା ଚର୍ଚ୍ଚା ହେଉଛି।

Advertisment
BJP Odisha Politics General Election 2024
Advertisment
Advertisment