ଏଭଳି ଚେତାବନୀ ମଧ୍ୟରେ ରାଷ୍ଟ୍ରପତିଙ୍କୁ ବି ବାଦ୍ ଦେଲେନି ବିଜେଡି ବିଧାୟକ ସମ୍ବିତ ରାଉତରାୟ । ପାରାଦୀପ ଗସ୍ତ କାଳରେ ରାଷ୍ଟ୍ରପତି ବିଜୁ ବାବୁଙ୍କ ନାଁ ନେଇନଥିବା କହିଲେ ସମ୍ବିତ ।
ଯଦି ଓଡିଶାର କେହି ତାମିଲନାଡୁରେ ଏଭଳି ଭାବେ ଗୋଟିଏ ଉଚ୍ଚସ୍ଥାନରେ ରହିପାରିଥାନ୍ତେ, ତାହେଲେ ଆମେ ଖୁସି ହୋଇଥାନ୍ତୁ ବୋଲି କହିଛନ୍ତି କଂଗ୍ରେସ ନେତା ବିଜୟ ପଟ୍ଟନାୟକ।
ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା ।
ବିଜେପି ରାଷ୍ଟ୍ରୀୟ ଉପାଧ୍ୟକ୍ଷ ବୈଜୟନ୍ତ ପଣ୍ଡା କହିଛନ୍ତି ପରଦା ପଛରେ ରହି ଆଉ କାହା ନାଁରେ ଶାସନ କରିବା ଗୋଟିଏ କଥା ପରଦା ବାହାରକୁ ଆସି ରାଜନୀତି କରିବା ଅଲଗା କଥା ।
ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ସାନ୍ତାଳୀରେ ବିଧାୟକଙ୍କ ବିବୃତ୍ତିକୁ ନେଇ ଚର୍ଚ୍ଚା । ବାଚସ୍ପତିଙ୍କ ବାରଣ ସତ୍ତ୍ବେ ସ୍ଥାନୀୟ ଭାଷା ବ୍ୟବହାରକୁ ନେଇ ପ୍ରଶ୍ନ ।
ତର୍ଜମା ଲାଗି ଗଲା ଆଦିବାସୀ ଉପଦେଷ୍ଟା ପରିଷଦ ।
୨୬ଟି କାର୍ଯ୍ୟ ଦିବସ ବାକି ଥାଇ ସରିଗଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କଂଗ୍ରେସ ଏହାକୁ ଦୁର୍ଭାଗ୍ୟ ବୋଲି କହିଛି ।
ଓଡିଶାର ଅନ୍ନଦାତା ଜଣକ ପରେ ଜଣେ ଆଖିବୁଜୁଛନ୍ତି। ଏହା ଆମ ଦେଶ ତଥା ରାଜ୍ୟ ପାଇଁ ଚିନ୍ତା ଓ ଉଦବେଗର ବିଷୟ ନୁହେଁ କି? ରାଜ୍ୟ ସରକାର ଚାଷ ଓ ଚାଷୀମାନଙ୍କ ଉନ୍ନତି ପାଇଁ ସବୁ ପ୍ରକାର ବ୍ୟବସ୍ଥା କରିଥିବା ଦାବି କରୁଥିବାବେଳେ ଏଭଳି ସ୍ଥିତି ଘଟୁଛି କାହିଁକି?
ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି ।
ବିଭାଗୀୟ ମନ୍ତ୍ରୀ ତୁଷାରକାନ୍ତି ବେହେରା ବିଧାନସଭାରେ ଏଭଳି ଉତ୍ତର ରଖିଛନ୍ତି।
ବିରୋଧୀ ଦଳ ମୁଖ୍ୟ ସଚେତକଙ୍କ ଅଭିଯୋଗ ଆଦିବାସୀଙ୍କ ଜମି ହଡ଼ପ ପାଇଁ ଏହା ସରକାରଙ୍କ ବଡ଼ ଚକ୍ରାନ୍ତ। କ୍ୟାବିନେଟ୍ ନିଷ୍ପତ୍ତି ସ୍ଥଗିତ ନୁହେଁ ସଂପୂର୍ଣ୍ଣ ପ୍ରତ୍ୟାହାର କରାଯାଉ।
ଦିଆଯାଉଛି ପୁନଃ ନିଯୁକ୍ତି । ବିଭାଗର ପିଅନଠୁ ସିଏମଓର ପରାମର୍ଶଦାତା । ସରକାରୀ କଳରେ ଆଡ୍ଡା ଜମାଇଛନ୍ତି ମାଳ ମାଳ ରିଟାୟର୍ଡ ସରକାରୀ ବାବୁ ।
ଆଦିବାସୀ ଜମି ପ୍ରସଙ୍ଗକୁ ନେଇ ବିଧାନସଭା ଅଚଳ । ପ୍ରଶ୍ନକାଳ ଅଚଳ ପରେ ଶୂନ୍ୟକାଳ ବି ଅଚଳ ହେଲା । ଏନେଇ ପୁଣି ସ୍ପଷ୍ଟୀକରଣ ଦେଲେ ରାଜସ୍ୱ ମନ୍ତ୍ରୀ ସୁଦାମ ମାର୍ଣ୍ଡି ।
ଓଡ଼ିଶାବାସୀଙ୍କ ହକ୍ର ବିଦ୍ୟୁତ୍କୁ ତାମିଲନାଡୁକୁ ଦେଉଛନ୍ତି ରାଜ୍ୟ ସରକାର । ରାଜ୍ୟରେ ବିଦ୍ୟୁତ୍ ଆବଣ୍ଟନ ବ୍ୟବସ୍ଥା ପ୍ରସଙ୍ଗରେ ବର୍ଷିଲା ବିଜେପି ।
ଛିଡୁନି ପ୍ରଦୀପ ପାଣିଗ୍ରାହୀ ସମୀକରଣ । ଅକଳରେ ବିଜେଡି, ବିଜେପିରେ ଚାଲିଛି ଅଙ୍କକଷା । ଗୋପାଳପୁର ବିଧାୟକ ପ୍ରଦୀପ ପଣିଗ୍ରାହୀଙ୍କ ବିଜେପିରେ ଯୋଗଦେବା ଚର୍ଚ୍ଚାକୁ ନେଇ ବିଜେଡି ଆଗୁଆ ପ୍ରେସମିଟ୍ କରି ବିଜେପି ଉପରେ ବର୍ଷିଥିଲା। ନିଜକୁ ସ୍ୱଚ୍ଛ କହୁଥିବା ବିଜେପି, ପ୍ରଦୀପଙ୍କ ଭଳି ଦାଗି ନେତାଙ୍କୁ କାହିଁକି ନିଜ ଦଳରେ ସାମିଲ କରିବାକୁ ଆତୁର ବୋଲି ଅଭିଯୋଗ ବି କରିଥିଲା ।
ପ୍ରଦୀପ ପାଣିଗ୍ରାହୀ ପ୍ରସଙ୍ଗରେ କଣ୍ଟାବାଡ଼ରେ ଲୁଗା ପକାଇ ବିଜେଡି କରୁଛି କଳି !
ରାଜ୍ୟବାସୀ ସରକାରଙ୍କ ଏହି ‘ନିରନ୍ତର ବିକାଶ’ର ବିଜ୍ଞାପନ ଗତ କେଇମାସ ଧରି ନିଇତି ଦେଖୁଛନ୍ତି। ମୁଖ୍ୟମନ୍ତ୍ରୀଙ୍କ ଫଟୋ ସହିତ ସବୁ ପ୍ରକଳ୍ପ ଓ ଯୋଜନା ବିଷୟରେ ଲେଖାଥିବା ବଡ ବଡ ହୋର୍ଡିଂ, ପୋଷ୍ଟର, ବ୍ୟାନର ଆଦି ସହର-ବଜାର, ଗାଁ-ଗଳି ଆଦି ବିଭିନ୍ନ ସ୍ଥାନରେ ଶୋଭାପାଉଥିବା ପରିଲକ୍ଷିତ ହୁଏ। ଏହାର ପରିଭାଷା କ’ଣ…
OdishaTV is Odisha\'s no 1 News Channel. OTV being the first private satellite TV channel in Odisha carries the onus of charting a course that behoves
ଦରବୃଦ୍ଧି ମୁକାବିଲା ପାଇଁ ଉଭୟ କେନ୍ଦ୍ର ଓ ରାଜ୍ୟସ୍ତରରେ ଗଠନ ହୋଇଛି ପ୍ରାଇସ ଷ୍ଟାବିଲାଇଜେସନ ଫଣ୍ଡ। କୌଣସି ସାମଗ୍ରୀର ଦରଦାମ ହଠାତ ଅହେତୁକ ବଢିଗଲେ ଏଥିରୁ ଅର୍ଥ ଖର୍ଚ୍ଚ କରି ଖାଉଟୀଙ୍କୁ ଆଶ୍ୱସ୍ତି ଦେବା ବ୍ୟବସ୍ଥା ହୋଇଛି।
ମାଛ ତେଲରେ କେମିତି ହୁଏ ମାଛ ଭଜା, ଖୁବ ଜାଣିଛି ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଉଠିଛି। ତେବେ ବିଜେଡିର ଚାଲାଖି ଠଉରେଇ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛନ୍ତି ବିରୋଧୀ।
ନିର୍ବାଚନ ଯେତିକି ପାଖଉଛି ସରକାର ସେତିକି ସେତିକି ଯୋଜନା ଆରମ୍ଭ କରୁଛନ୍ତି। ସବୁବର୍ଗକୁ ସନ୍ତୁଷ୍ଟ କରିବାକୁ ପ୍ରୟାସ। ଏବେ ଫୋକସରେ ଯୁବ ଛାତ୍ର। ପ୍ରଥମେ ସ୍କୁଲ୍ ପିଲାଙ୍କ ସାଇକେଲ ବ୍ରାଣ୍ଡିଂ ଆଉ ଏବେ କଲେଜ ପିଲାଙ୍କ ପାଇଁ କ୍ରୀଡା ଉତ୍ସବ। ଏହାକୁ ନେଇ ବିରୋଧୀ ସରକାରଙ୍କୁ ଟାର୍ଗେଟ କରିବା ସହ ସରକାରୀ ଦଳ ନିଜ ଏଜେଣ୍ଡାରେ ସଫଳ ହେବେନି ବୋଲି ଦୃଢୋକ୍ତି ବାଢିଛନ୍ତି..
ଗଞ୍ଜାମ ରାଜନୀତିରେ ହଲଚଲ । ଚର୍ଚ୍ଚା ହେଉଛି,ଖୁବ ଶୀଘ୍ର ବିଜେପିରେ ମିଶିପାରନ୍ତି ବିଜେଡିରୁ ବହିଷ୍କୃତ, ବିଧାୟକ ପ୍ରଦୀପ ପାଣିଗ୍ରାହୀ। ତେବେ ରୋଚକ କଥା ହେଉଛି ପ୍ରଦୀପଙ୍କ ଦଳବଦଳ ନହେଉଣୁ ଛାନିଆ ବିଜେଡି। ପ୍ରଦୀପ ଜନ ବିରୋଧୀ ଓ ତାଙ୍କ ନାଁରେ ଆର୍ଥିକ ହେରଫେର ମାମଲା ଥିବା ବେଳେ ବିଜେପି କେମିତି ତାଙ୍କୁ ଆପଣାଉଛି ବୋଲି ସାମ୍ବାଦିକ ସମ୍ମିଳନୀ କରି ଜଏନିଂ ଆଗରୁ ବିଜେଡି ନେତାଏ ପଚାରିଲେଣି। ତେବେ ପ୍ରଦୀପ ଏନେଇ କୌଣସି ପ୍ରତିକ୍ରିୟା ଦେବାକୁ ମନା କରିଥିବା ବେଳେ, ବିଜେଡି ଭୟଭୀତ ବୋଲି କଟାକ୍ଷ କରିଛି ବିଜେପି..
କଲେଜରେ କ୍ରୀଡା ଭିତ୍ତିଭୂମି ନାହିଁ । ହେଲେ ସରକାର ଆୟୋଜନ କରିବେ କ୍ରୀଡା ଉତ୍ସବ । ଭାଗନେବେ ଯୁକ୍ତ ଦୁଇ ଓ ଯୁକ୍ତ ତିନି କଲେଜର ଛାତ୍ରଛାତ୍ରୀ ।
ବିଜେପି ଘୋଷଣା କରିନି । ପ୍ରଦୀପ ପାଣିଗ୍ରାହୀ ବି ମୁହଁ ଖୋଲି କହି ନାହାଁନ୍ତି । ଏପଟେ ବିଜେଡି ଶିବିରରେ କିନ୍ତୁ କଂପନ ।