/odishatv-khabar/media/post_attachments/uploadimage/library/16_9/16_9_0/IMAGE_1701085669.jpg)
Aparajita Sarangi
ବିଧାନସଭାର ଅଧିବେଶନକୁ ନିର୍ଦ୍ଧାରିତ ସମୟ ପୂର୍ବରୁ ସାରିବା ନେଇ ପ୍ରଶ୍ନ ଉଠାଇଛନ୍ତି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ । ଅଧିବେଶନ ପାଇଁ ୩୦ଦିନ ସମୟ ଧାର୍ଯ୍ୟ କରାଯାଇଥିଲେ ମଧ୍ୟ ମାତ୍ର ୪ଦିନ ଭିତରେ ଅଧିବେଶନକୁ ଆଗୁଆ ବନ୍ଦ କରିଦେଲେ ସରକାର । ଅହେତୁକ ଭୟ ଯୋଗୁଁ ବନ୍ଦ କରି ଦିଆଯାଇଥିବା ସେ ଅଭିଯୋଗ ଆଣିଛନ୍ତି । ଏଥିସହ ଅଣ ଓଡିଆ ଜମିମାଫିଆ ଓ କର୍ପୋରେଟ୍କୁ ସୁହାଇବା ପାଇଁ ଆଦିବାସୀଙ୍କ ଜମି ହସ୍ତାନ୍ତର ନିୟମକୁ କ୍ୟାବିନେଟରେ ପରିବର୍ତ୍ତନ କରାଯାଇଥିଲା ।
ଯଦି ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଏହାକୁ ଜୁଲାଇ ମାସରୁ ଅନୁମତି ଦେଇଥିଲା ତେବେ ଏହାକୁ ସର୍ବସାଧାରଣରେ କାହିଁକି ପ୍ରକାଶ କରାଯାଇ ନଥିଲା ? ଏଥିପାଇଁ ଲୋକଙ୍କ ମତାମତ ନିଆଯାଇ ଥିଲା କି ? ଏହାଦ୍ୱାରା କେଉଁମାନେ ଉପକୃତ ହୋଇଥାନ୍ତେ ? ଏପରି ନିଷ୍ପତ୍ତି ପଛରେ ଅଣ ଓଡିଆ ଜମି ମାଫିଆ ଓ କର୍ପୋରେଟଙ୍କ ହାତ ରହିଛି କି ବୋଲି ସେ ପ୍ରଶ୍ନ କରିଛନ୍ତିି ? ଅନୁସୂଚିତ ଜନଜାତି ପରାମର୍ଶଦାତା କମିଟି ଦ୍ୱାରା ଦିଆଯାଇଥିବା ପ୍ରସ୍ତାବର ଅଡିଓ, ଭିଡିଓ ରେକର୍ଡିଂ ସାର୍ବଜନୀନ କରିବାକୁ ଦାବି କରିଛନ୍ତି ।
କ୍ୟାବିନେଟର ଏଭଳି ସଂଶୋଧନ ନିଷ୍ପତ୍ତିକୁ ଅନୁମୋଦନ ପାଇଁ ରାଷ୍ଟ୍ରପତିଙ୍କ ମୋହର ଦରକାର । ତେବେ ରାଷ୍ଟ୍ରପତିଙ୍କ ବିନା ଅନୁମତିରେ ଏହି ନିଷ୍ପତ୍ତିକୁ କାହିଁକି ସାର୍ବଜନୀନ କରାଗଲା ବୋଲି ଭୁବନେଶ୍ୱର ସାଂସଦ ଅପରାଜିତା ଷଡଙ୍ଗୀ ପ୍ରଶ୍ନ କରିଛନ୍ତି । ଏନେଇ ରାଜ୍ୟ ସରକାରଙ୍କ ପ୍ରତିକ୍ରିୟା ମିଳିପାରିନି ।
Decision of @bjd_odisha to close the State Assembly Session in 4 days instead of the originally scheduled 30 days is both intriguing and reflects deep-rooted fear.
— Aparajita Sarangi, Member of Parliament (@AprajitaSarangi) November 27, 2023
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)