/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700826739.jpg)
Chandbali Police
ରାଜ୍ୟ ସରକାରଙ୍କ ଦୁର୍ନୀତି ଓ ଭ୍ରଷ୍ଟାଚାର ବିରୋଧରେ ଚାନ୍ଦବାଲିରେ ବିଜେପିର ବ୍ଲକ ଘେରାଓ ଆନ୍ଦୋଳନ । ଆଜି ବିଜେପି ରାଜ୍ୟ ସଭାପତି ମନମୋହନ ସାମଲଙ୍କ ନେତୃତ୍ୱରେ ଦଳର ଶତାଧିକ କର୍ମୀ ଓ ନେତା ଚାନ୍ଦବାଲି କାଳୀମନ୍ଦିର ପ୍ରାଙ୍ଗଣରୁ ଏକ ବିଶାଳ ଶୋଭାଯାତ୍ରାରେ ବ୍ଲକ ଅଫିସ ପର୍ଯ୍ୟନ୍ତ ଯାଇଥିଲେ ।
ବ୍ଲକ କାର୍ଯ୍ୟାଳୟ ଆଗରେ ସେମାନେ ଦୁର୍ନୀତି ବିରୋଧରେ ଧାରଣା ଦେବା ସହ ବିକ୍ଷୋଭ ପ୍ରଦର୍ଶନ କରିଥିଲେ । ପରେ ବିଜେପି କର୍ମୀମାନେ ବ୍ଲକ କାର୍ଯ୍ୟାଳୟରେ ପଶିବା ବେଳେ ପୋଲିସ ସହ ଧସ୍ତାଧସ୍ତି ହୋଇଛନ୍ତି । ଏହି ସମୟରେ ବ୍ଲକ କାର୍ଯ୍ୟାଳୟରେ ଭଙ୍ଗାରୁଜା ହୋଇଥିବା ଅଭିଯୋଗ ହୋଇଛି ।
ତେବେ ଚାନ୍ଦବାଲି ଏସଡିପିଓ ତାଙ୍କ ଉପରେ ଟେକା ମାଡ ହୋଇଥିବା ଅଭିଯୋଗ କରିଛନ୍ତି । ଟେକାମାଡରେ କିଛି ପୋଲିସ ଅଧିକାରୀ ଓ କର୍ମଚାରୀ ଆହତ ହୋଇଥିବା ସେ କହିଛନ୍ତି ।
ସେପଟେ ମନମୋହନ ସାମଲ କହିଛନ୍ତି, ପୋଲିସ ଜାଣିଶୁଣି ଯାହା ସୁରକ୍ଷା ବ୍ୟବସ୍ଥା କରିବା କଥା କରିନାହାନ୍ତି । ବିଜେପିକୁ ନିନ୍ଦିତ କରିବା ଲାଗି ଜାଣିଶୁଣି ସରକାରୀ ଦଳ ପକ୍ଷରୁ ଏଭଳି କରାଯାଇଥିବା ମନମୋହନ ଅଭିଯୋଗ କରିଛନ୍ତି । ତେବେ ଏହାକୁ ନେଇ ଶାସକ ଦଳର ପ୍ରତିକ୍ରିୟା ମିଳିପାରିନାହିଁ ।...
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)