/odishatv-khabar/media/post_attachments/uploadimage/library/16_9/16_9_0/IMAGE_1700842174.jpg)
Sameer Mohanty
ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଜେଡିର ନିଶାନା । ଓଡ଼ିଶା ପ୍ରତି ଦେଉଥିବା ମନ୍ତବ୍ୟରୁ କ୍ଷାନ୍ତ ରହିବାକୁ ଏବଂ ରାଜନୈତିକ ବୟାନବାଜି ନକରିବାକୁ ପରାମର୍ଶ ଦେଲା ବିଜେଡି । ସାମ୍ବାଦିକ ସମ୍ମିଳନୀରେ ବିଜେଡି ସାଂସଦ ସସ୍ମିତ ପାତ୍ର କହିଛନ୍ତି ଯେ, ଅତୀତରେ ବହୁଜଣ ରାଜ୍ୟପାଳ ହୋଇଛନ୍ତି । ହେଲେ ଓଡ଼ିଶା ପ୍ରତି ଏଭଳି କହିବା ଶୁଣିନୁ । ବିଶ୍ୱଭୂଷଣ ନିଜ ସାମ୍ବିଧାନିକ ପଦବୀର ମର୍ଯ୍ୟାଦା ରଖୁନାହାନ୍ତି ବୋଲି ଆରୋପ ଲଗାଇଛି ବିଜେଡି । ତେବେ ଏନେଇ ବିଶ୍ୱଭୂଷଣ ହରିଚନ୍ଦନଙ୍କ ପ୍ରତିକ୍ରିୟା ମିଳିପାରିନାହିଁ ।
ଅନ୍ୟପକ୍ଷରେ ଏହି ପ୍ରସଙ୍ଗରେ ବିଜେଡିକୁ ବିଜେପିର ସମାଲୋଚନା । ଛତିଶଗଡ଼ ରାଜ୍ୟପାଳ ବିଶ୍ୱଭୂଷଣ ହରିଚନ୍ଦନଙ୍କୁ ବିଜେଡିର ଏଭଳି ଅକ୍ଷେପକୁ ସମାଲୋଚନା କରିଛି ବିଜେପି । ବିଜେପିର ପୂର୍ବତନ ରାଜ୍ୟ ସଭାପତି ତଥା ବରିଷ୍ଠ ନେତା ସମୀର ମହାନ୍ତି ପଚାରିଛନ୍ତି ଯେ, ଜଗନ୍ନାଥ ଭକ୍ତଙ୍କ ସପକ୍ଷରେ କହିଲେ ବିଜେଡିକୁ ବାଧୁଛି କାହିଁକି ?
ଓଡ଼ିଆ ଅସ୍ମିତା, ଭାଷା ଓ ଲୋକଙ୍କ ପାଇଁ ସଦାସର୍ବଦା କହିଆସୁଥିବା ବ୍ୟକ୍ତି ହେଉଛନ୍ତି ବିଶ୍ୱଭୂଷଣ । ମହାପ୍ରଭୁ ଜଗନ୍ନାଥଙ୍କ ଭକ୍ତମାନେ ଭୋଗୁଥିବା ଅସୁବିଧା ଓ ପରିଚାଳନା ତ୍ରୁଟି ସଂପର୍କରେ ସେ ଜଣେ ଓଡ଼ିଆ ଭାବରେ କିଛି କହିଲେ, ଏହା ବିଜେଡି ମୁଖପାତ୍ରଙ୍କୁ ବାଧୁଛି କାହିଁକି? ଏହା ବିଜେଡି ମୁଖପାତ୍ରଙ୍କ ଜଗନ୍ନାଥ ବିରୋଧୀ ମାନସିକତା ଏବଂ ବିଜେଡି ବିଶ୍ୱଭୂଷଣଙ୍କୁ କ୍ଷମା ମାଗୁ ବୋଲି ପ୍ରକାଶ କରିଛନ୍ତି ସମୀର ।
ମୁଖ୍ୟମନ୍ତ୍ରୀ ସାମ୍ବିଧାନିକ ବିଧିବ୍ୟବସ୍ଥା ମାନନ୍ତି କି ବୋଲି ପଚାରିବା ସହିତ, ଦଳର ଜଣେ ନିର୍ଦ୍ଦିଷ୍ଟ ବ୍ୟକ୍ତିଙ୍କୁ ସନ୍ତୁଷ୍ଟ କରିବା ଲାଗି ବିଜେଡିର ଏଭଳି ହୀନ ପ୍ରତିକ୍ରିୟା ବୋଲି କହିଛନ୍ତି ସମୀର ମହାନ୍ତି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)