Advertisment

ମାଛ ତେଲରେ ମାଛ ଭଜା ! ଯୋଜନା ସରକାରୀ, ହେଲେ ଚିହ୍ନ ଶାସକ ଦଳର

ମାଛ ତେଲରେ କେମିତି ହୁଏ ମାଛ ଭଜା, ଖୁବ ଜାଣିଛି ଶାସକ ଦଳ। ନିର୍ବାଚନ ପାଖେଇ ଆସୁଥିବା ବେଳେ ସରକାରୀ ଯୋଜନା ମାଧ୍ୟମରେ ବିଜେଡି ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଉଠିଛି। ତେବେ ବିଜେଡିର ଚାଲାଖି ଠଉରେଇ କାଉଣ୍ଟର ଲାଗି ଅଣ୍ଟା ଭିଡ଼ିଛନ୍ତି ବିରୋଧୀ।

author-image
Manoranjan Behera
ଅଦ୍ୟତନ ହୋଇଛି
BJD

BJD

ଯୋଜନା ସରକାରୀ, ହେଲେ ଚିହ୍ନ ଶାସକ ଦଳର । ଆମ ଓଡ଼ିଶା ନବୀନ ଓଡ଼ିଶା ବିଜ୍ଞାପନରେ ଶଙ୍ଖ ଚିହ୍ନକୁ ନେଇ ଖଡଗହସ୍ତ ବିରୋଧୀ । ସରକାରୀ ପଇସାରେ ବିଜେଡି ଦଳୀୟ ନିର୍ବାଚନ ପ୍ରଚାର କରୁଥିବା ଅଭିଯୋଗ ଆଣି ନିର୍ବାଚନ କମିଶନଙ୍କ ଦ୍ୱାରସ୍ଥ ହୋଇଛି ବିଜେପି । ପ୍ରତି ପଞ୍ଚାୟତ କୁ ୫୦ ଲକ୍ଷ ଟଙ୍କା ଦେବା ବାହାନାରେ ରାଜ୍ୟ ସରକାର ଶଙ୍ଖ ଚିହ୍ନକୁ ବ୍ୟବହାର କରିଛନ୍ତି । ଅର୍ଥାତ୍ ବିଜେଡି ସରକାରୀ ଅର୍ଥରେ ବିଜ୍ଞାପନ ଦେଇ ଭୋଟ ପ୍ରଚାର କରୁଥିବା ବିରୋଧୀ କହିଛନ୍ତି।

Advertisment

୨୦୨୪ ସାଧାରଣ ନିର୍ବାଚନକୁ ହାତରେ ୬ ମାସରୁ କମ ସମୟ । ତେଣୁ ବିଜେଡି ଏଭଳି କାରସାଦି କରିିଥିବା ବିରୋଧୀ କହିଛନ୍ତି । ତେଣେ କେବଳ ନବୀନ ଓଡ଼ିଶା ନୁହେଁ, ଲକ୍ଷ୍ମୀ, ମେଧାବୃତ୍ତି ଓ ତ୍କୀଡ଼ା ଯୋଜନା ମଧ୍ୟରେ ବି ବିଜେଡି ରୀତିମତ ନିର୍ବାଚନ ପ୍ରଚାର କରୁଛି । ଏହାକୁ ନେଇ କଂଗ୍ରେସ ବି ଶାସକ ଦଳକୁ ଟାର୍ଗେଟ କରିଛି । ତେବେ ବିରୋଧୀଙ୍କ ସଣ୍ଡୁ ଆକ୍ରମଣ ପରେ ଜବାବ ଦେଇଛି ବିଜେଡି । ଜି-୨୦ ସମ୍ମିଳନୀ ଲୋଗୋରେ କେନ୍ଦ୍ର ସରକାର ପଦ୍ମ ଚିହ୍ନ ବ୍ୟବହାର କରିଥିବା ଦଳ ମନେପକାଇ ଦେଇଛି ।

ସରକାରୀ ଯୋଜନାକୁ ଦଳୀୟ ପ୍ରଚାରର ମାଧ୍ୟମ କରାଯାଇପାରିବ ନାହିଁ । ଏନେଇ ସୁପ୍ରିମକୋର୍ଟଙ୍କ ସ୍ପଷ୍ଟ ନିର୍ଦ୍ଦେଶନାମା ରହିଛି । ଏହା ଅନୁସାରେ ଦଳୀୟ ଲୋଗୋ, ସିମ୍ବଲ କିମ୍ବା ପାତାକା ସରକାରୀ ଯୋଜନା ବିଜ୍ଞାପନରେ ଲାଗି ପାରିବ ନାହିଁ । ସେହିପରି ଜନ ସମର୍ଥନ ହାସଲ ପାଇଁ ସରକାରୀ ଯୋଜନାକୁ ମାଧ୍ୟମ କରାଯାଇପାରିବ ନାହିଁ । ଏହି ନିୟମ ପାଳନରେ ସ୍ୱଚ୍ଛତା ଓ ବିଶ୍ୱସନୀୟତା ବଜାୟ ରଖିବା ସରକାରଙ୍କ ଦାୟିତ୍ୱ ବୋଲି ସୁପ୍ରିମକୋର୍ଟ ତାଙ୍କ ରାୟରେ କହିଥିଲେ। ତେବେ ରାଜନୈତିକ ସମୀକ୍ଷକଙ୍କ ମତ ହେଲା ଯେଉଁ ଦଳ ସରକାରରେ ଥାଏ ସେ ସରକାରୀ ଯୋଜନାକୁ ମାଧ୍ୟମ କରି ନିଜସ୍ୱ ପ୍ରଚାର କରିଥାଏ । ମାତ୍ର ଏହା ସଂପୂର୍ଣ୍ଣ ବେଆଆନ ।

Advertisment

୨୪ ନିର୍ବାଚନ ଯେତିକି ପାଖଉଛି, ବିଜେଡିର ଯୋଜନା ଯୋଜନା ପଲିଟିକସ୍ ସେତିକି ଜୋର ଧରୁଛି । ତେବେ ବିଜେଡିର ଚାଲାଖିକୁ କାଉଣ୍ଟର କରିବା ଲାଗି ବି ଅଣ୍ଟା ଭିଡିଛନ୍ତି ବିରୋଧୀ ।

BJD Odisha Politics
Advertisment
Advertisment