/odishatv-khabar/media/post_attachments/uploadimage/library/16_9/16_9_0/Assembly_1700833016.jpg)
Assembly
ମାତ୍ର ୪ ଦିନରେ ସରିଗଲା ବିଧାନସଭା ଶୀତ ଅଧିବେସନ। ନିର୍ଦ୍ଧାରିତ ସମୟର ବହୁ ପୂର୍ବରୁ ସରିଲା ବିଧାନସଭା। ନଭେମ୍ବର ୨୧ରୁ ଡିସେମ୍ବର ୩୦ ଯାଏଁ କାର୍ଯ୍ୟସୂଚୀ ଥିଲା । ହେଲେ ମାତ୍ର ୪ ଦିନରେ ଶେଷ ହେଲା ବିଧାନସଭା ଶୀତ ଅଧିବେଶନ ।
Advertisment
ସୂଚନା ଅନୁସାରେ, ଏଥର ଶୀତ ଅଧିବେଶନ ମୋଟ ୩୦ଟି କାର୍ଯ୍ୟଦିବସ ଥିଲା । ହେଲେ ୨୬ଟି କାର୍ଯ୍ୟ ଦିବସ ବାକି ଥାଇ ସରିଗଲା । ବିରୋଧୀ ଦଳ ମୁଖ୍ୟ ସଚେତକ ମୋହନ ମାଝି କହିଛନ୍ତି ଯେ, ବିରୋଧୀଙ୍କୁ ସାମ୍ନା କରିବାକୁ ଭୟଭୀତ ହୋଇ ଶାସକ ଦଳ ଏଭଳି ନିଷ୍ପତ୍ତି ନେଇଛି । କଂଗ୍ରେସ ଏହାକୁ ଦୁର୍ଭାଗ୍ୟ ବୋଲି ସମାଲୋଚନା କରିଛି । ଅନ୍ୟପକ୍ଷରେ ଶାସକ ଦଳ ମୁଖ୍ୟ ସଚେତକ କହିଛନ୍ତି ଯେ, କୌଣସି ବିଜିନେସ୍ ନଥିବାରୁ ଗୃହ ଏଭଳି ନିଷ୍ପତ୍ତି ନେଇଛି ।
Advertisment
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)