ଚନ୍ଦ୍ରୟାନ, ଆଦିତ୍ୟ L1 ବା ସୂର୍ଯ୍ୟୟାନ, ଆଉ ଏବେ ଗଗନୟାନର ପ୍ରଥମ ଫ୍ଲାଇଟ୍ ଟେଷ୍ଟ୍ । ଚଳିତବର୍ଷ ଗୋଟିକ ପରେ ଗୋଟିଏ ବଡ଼ ସଫଳତା ହାତେଇଥିବା ଇସ୍ରୋ, ଆଜି ବି ଭାରତୀୟ ମହାକାଶ ଅଭିଯାନ କ୍ଷେତ୍ରରେ ଯୋଡ଼ିଛି ସ୍ବର୍ଣ୍ଣିମ ଅଧ୍ୟାୟ। ମହାକାଶକୁ ମଣିଷ ପଠାଇବା ଲାଗି ପ୍ରସ୍ତାବିତ ମିଶନ୍ ଗଗନୟାନ ପାଇଁ ଭାରତ ବଢ଼ାଇଛି ବିଶ୍ବାସ ଓ ଭରସାର ପ୍ରଥମ ପାଦ....
ପ୍ରତିଟି ଭାରତୀୟ ଆଜି ଗର୍ବିତ.. ଉତଫୁଲ୍ଲିତ... ଚମତ୍କୃତ.. । ଏ ଦୃଶ୍ୟ ଯେତିକି ରୋମାଞ୍ଚକର, ଏ ସଫଳତା ସେତିକି ଉତ୍ସାହପ୍ରଦ। ଇଏ ମିଶନ ଗଗନୟାନର ପୂର୍ବା-ଭ୍ୟାସ ଓ ପୂର୍ବା-ଭାସ ମଧ୍ୟ ।
କାଳେ ବୈଷୟିକ କାରଣରୁ ସ୍ଥଗିତ ରହିଥିଲା ଉତ୍କ୍ଷେପଣ...ଏବେ ଉତ୍କ୍ଷେପଣ ହେଲା ଟେଷ୍ଟ ଭେହିକିଲ୍ TV-D1
ଉତ୍କ୍ଷେପଣର କିଛି ସେକେଣ୍ଡ ପୂର୍ବରୁ ଅଟକିଲା ଗଗନୟାନ ମିଶନ ।
ରକେଟ ସାହାଯ୍ୟରେ ଗଗନୟାନ କ୍ରୁ ମଡ୍ୟୁଲର ଏକ ଅବିକଳ ପ୍ରତିରୂପକୁ ପୃଥିବୀ ପୃଷ୍ଠରୁ ୧୭ କିଲୋମିଟର ଉଚ୍ଚକୁ ପଠାଯିବ ଏବଂ ସେଠାରୁ ଏହା ଖସି ବଙ୍ଗୋପସାଗରରେ ପଡ଼ିବ ।
ସ୍ବପ୍ନ ଦେଖିବା ହେଉଛି ସବୁଠାରୁ ସାହସର କାମ । ତାକୁ ସଫଳ କରିବା ତା’ଠାରୁ କଠିନ । ନୂଆ ଭାରତ ସ୍ବପ୍ନ ଦେଖୁଛି ଓ ତାକୁ ସଫଳ କରିବାକୁ କାମ ମଧ୍ୟ କରୁଛି । ଏହାଠାରୁ ବଡ଼ ସଫଳତା ଆଉ କଣ ହୋଇ ପାରେ ବୋଲି ଇସ୍ରୋ ମୁଖ୍ୟ କହିଛନ୍ତି ।
ଆନ୍ଧ୍ର ପ୍ରଦେଶର ଶ୍ରୀହରିକୋଟ୍ଟାସ୍ଥିତ ସତୀଶ ଧାୱନ ମହାକାଶ କେନ୍ଦ୍ରରେ ଏହାର ପରୀକ୍ଷଣ ହେବ । ପରୀକ୍ଷଣରେ ଏହି ପ୍ରୋଜେକ୍ଟର କ୍ରିଉ ମଡ୍ୟୁଲକୁ ଅନ୍ତରୀକ୍ଷକୁ ପ୍ରେରଣ ଏବଂ ଏହାକୁ ଭୂପୃଷ୍ଠକୁ ପୁଣି ଥରେ ଫେରାଇବା ଆଣିବା ଅନ୍ତର୍ଭୁକ୍ତ ।
PSLV ରକେଟ ବିକିନି ମହାକାଶଯାନକୁ ନେଇ ପୃଥିବୀ ପୃଷ୍ଠର ୫୦୦ କିଲୋମିଟର ଉପରେ ନେଇ ଛାଡ଼ିବ। ସେଠାରୁ ଏହା ପୁଣି ପୃଥିବୀପୃଷ୍ଠକୁ ଫେରିବ। ଏହି ସମୟ ମଧ୍ୟରେ ଏହାର ରି-ଏଣ୍ଟ୍ରିକୁ ନେଇ ଅନେକ ଅନୁସନ୍ଧାନ କରାଯିବ।
ଚନ୍ଦ୍ରଯାନ-୩ ସହ ପୁଣି ଥରେ ସମ୍ପର୍କ ସ୍ଥାପନ କରିବା ପାଇଁ ଚେଷ୍ଟା ଆରମ୍ଭ କରିସାରିଛନ୍ତି ଇସ୍ରୋର ବୈଜ୍ଞାନିକ। ଗତ ବୁଧବାର ଇସ୍ରୋ ’X’ ରେ ଏହି ସମ୍ପର୍କରେ ଅପଡେଟ୍ ଦେଇସାରିଛି
ଚନ୍ଦ୍ର, ସୂର୍ଯ୍ୟ ପରେ ଏବେ ଇସ୍ରୋର ଲକ୍ଷ୍ୟ ଗଗନୟାନ.. ମହାକାଶକୁ ମଣିଷ ପଠାଇ ସେମାନଙ୍କୁ ସୁରକ୍ଷିତ ଫେରାଇ ଆଣିବା ଲାଗି ଉଦ୍ଦିଷ୍ଟ ଏହି ମିଶନରେ ଯଥେଷ୍ଟ ଅଗ୍ରଗତି ହୋଇସାରିଛି
ଆଦିତ୍ୟ L-1 ମିଶନ ପାଇଁ ୧୧୦ଦିନ ସମୟ ଲାଗିବ.. ପୃଥିବୀ ପୃଷ୍ଠରୁ ୧୫ ଲକ୍ଷ କିମି ଦୂରରେ କକ୍ଷପଥରେ ବୁଲିବ
ଭାରତୀୟ ସ୍ପେସ୍ ରିସର୍ଚ୍ଚ ଅର୍ଗାନାଇଜେସନ୍ (ISRO) ତୃତୀୟ ଚନ୍ଦ୍ର ମିଶନ୍ ଚନ୍ଦ୍ରୟାନ୍-୩ ଅଗଷ୍ଟ ୨୩, ୨୦୨୩ରେ ଚନ୍ଦ୍ରର ଦକ୍ଷିଣ ଅଞ୍ଚଳରେ ଅବତରଣ କାରିଥିଲା ।
ଦେହରେ ଖରା ପଡ଼ିଲେ ନିଦରୁ ଉଠିବେ ବୋଲି ଆଶା ରହିଛି। ୨୨ ତାରିଖ ପରେ ନିଦରୁ ଉଠିବା ପାଇଁ ଇସ୍ରୋର କମାଣ୍ଡ ଶୁଣିବାକୁ କେବଳ ରିସିଭର୍ ଅନ୍ ଅଛି।
ବୈଜ୍ଞାନିକ ଏନ୍. ଭାଲରମଥିଙ୍କ ହୃଦଘାତରେ ପରଲୋକ ହୋଇଛି । ସେ ତାମିଲନାଡ଼ୁରେ ଜନ୍ମଗ୍ରହଣ କରିଥିଲେ । ବୈଜ୍ଞାନିକ ଭାବେ ଇସ୍ରୋରେ ଏନ୍. ଭାଲରମଥି କାର୍ଯ୍ୟରତ ଥିଲେ ।
ଚନ୍ଦ୍ରରେ ଶୋଇଛି ପ୍ରଜ୍ଞାନ, ଏଣେ ସୂର୍ଯ୍ୟ ଆଡ଼କୁ ଆଗେଇ ଚାଲିଛି ଆଦିତ୍ୟ-L1। ଇସ୍ରୋ ଚନ୍ଦ୍ରୟାନ-୩ର ରୋଭର୍ ପ୍ରଜ୍ଞାନକୁ ସ୍ଲିପ ମୋଡରେ ରଖିଥିବା ବେଳେ, ଆଜି ଆଦିତ୍ୟ-L1ର ପ୍ରଥମ କକ୍ଷପଥ ପରିବର୍ତ୍ତନ କରିଛି ।
ରୋଭରରେ ଥିବା ବ୍ୟାଟେରୀ ଫୁଲ୍ ଚାର୍ଜ ଥିବା ମଧ୍ୟ ସୂଚନା ଦେଇଛି ଇସ୍ରୋ । ତେବେ ରୋଭରରେ ଥିବା ସୋଲାର ପ୍ୟାନେଲ ଆସନ୍ତା ସୂର୍ଯ୍ୟୋଦୟ ଅର୍ଥାତ ୨୨ ତାରିଖରେ ସୂର୍ଯ୍ୟାଲୋକ ପାଇବ ବୋଲି ଆକଳନ କରାଯାଇଛି ।
ସୂର୍ଯ୍ୟ ସକଳ ଶକ୍ତିର ଆଧାର । ସୌରଜଗତର କେନ୍ଦ୍ରବିନ୍ଦୁ । ପ୍ରାୟ ୪୫୦ କୋଟି ବର୍ଷ ତଳୁ ଅନବରତ ଜଳୁଥିବା ଏହି ଅଗ୍ନିପିଣ୍ଡ ଏତେ ବିଶାଳ ଯେ, ଏହାଭିତରେ ରହିପାରିବ ୧୩ ଲକ୍ଷଟି ପୃଥିବୀ । ହେଲେ ଏବେ ମଧ୍ୟ ଆମକୁ ଅଜଣା ସୂର୍ଯ୍ୟର ଅନେକ ରହସ୍ୟ..
ଓଡ଼ିଆ ମାଟିର ନାଁ ରଖିଲେ ପୀୟୂଷ । ଇସ୍ରୋରେ ବୈଜ୍ଞାନିକ ହେଲେ... ଚନ୍ଦ୍ରୟାନ-୩ ପାଇଁ କାମ କରୁଥିଲେ । ସଫଳ ସଫ୍ଟ ଲ୍ୟାଣ୍ଡିଂ ପରେ ବାପା-ମାଆଙ୍କଠୁ...ଗାଁ ଲୋକେ ସମସ୍ତେ ଖୁସ୍
ନିର୍ଦ୍ଧାରତ ସମୟ ଅନୁସାରେ ଦିନ ୧୧ଟା ୫୦ରେ ‘ଆଦିତ୍ୟ L1’ ଉତ୍କ୍ଷେପଣ କରାଯାଇଛି । PSLV-C57ରେ ‘ଆଦିତ୍ୟ L1’ର ଉତ୍କ୍ଷେପଣ ହୋଇଛି ।
ଲଞ୍ଚପ୍ୟାଡରେ ତୟାର ଇସ୍ରୋର ୱାର୍କହର୍ସ PSLV-C 57 । ଏବେ କେବଳ ଅପେକ୍ଷା- ଶନିବାର ଦିନ ୧୧ଟା ୫୦କୁ । ଠିକ୍ ଏହି ସମୟରେ ଭୂପୃଷ୍ଠକୁ ଛାଡ଼ିବ ଆଦିତ୍ୟ-L1 । ଆନ୍ଧ୍ରପ୍ରଦେଶ ଶ୍ରୀହରିକୋଟ୍ଟା ସ୍ଥିତ ସତୀଶ ଧାୱନ୍ ସ୍ପେଶ ସେଣ୍ଟରର ୨ ନମ୍ବର ଲଞ୍ଚ ପ୍ୟାଡରୁ ଆକାଶ ଚିରିବ PSLV-XL କ୍ଲାସ୍ ରକେଟ୍ ।
ଚନ୍ଦ୍ରୟାନ-୩ ମିଶନ ଆରମ୍ଭରେ ଆଶା କରାଯାଉଥିଲା ଯେ, ରୋଭର୍ ୧୪ ଦିନରେ ସର୍ବାଧିକ ୫ଶହ ମିଟର ଗଡ଼ିବ।
କେଉଁ ସୂତ୍ରରୁ ସେଠାରେ ସଲଫର କିପରି ସୃଷ୍ଟି ହେଉଛି ସେ ସମ୍ପର୍କରେ ଜଣାପଡିନାହିଁ ।
ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ ଆଦିତ୍ୟ ପାଇଁ ଚୁଡାନ୍ତ ମହାପ୍ରସ୍ତୁତି । ଲଞ୍ଚ୍ ପ୍ୟାଡ୍ ରେ ତୟାର ବିଶାଳ PSLV ରକେଟ୍..
ସୂର୍ଯ୍ୟ ଅଭିଯାନ ପାଇଁ ସରିଲା ସଜବାଜ । ମିଶନ୍ ଆଦିତ୍ୟ ପାଇଁ ଚୂଡ଼ାନ୍ତ ମହାପ୍ରସ୍ତୁତି । ଲଞ୍ଚପ୍ୟାଡରେ ତୟାର୍ PSLV-C57 ।
ଚନ୍ଦ୍ରୟାନ-ଥ୍ରୀ ଠାରୁ ଏହା ୪ ଗୁଣା ଅଧିକ ଦୂରତା ଅତିକ୍ରମ କରିବ। ତେଣୁ ଏହି ମିଶନରେ ଚ୍ୟାଲେଞ୍ଜ ଯେତିକି ଉତ୍କଣ୍ଠା ବି ସେତିକି ରହିଛି।