/odishatv-khabar/media/post_attachments/uploadimage/library/16_9/16_9_0/IMAGE_1742803450.jpg)
Fake Police Officer
ନକଲି ପୋଲିସ ଡିଏସପିକୁ ବାନ୍ଧିଲା ଅସଲି ପୋଲିସ। ସହିଦ ନଗର ଥାନା ପୋଲିସ ଧରିଛି ଏହି ନକଲି ପୋଲିସ ଡିଏସପିକୁ। ନକଲି DSPର ନାଁ ମାନସ ରଞ୍ଜନ ସେନାପତି । ଘର ଭଦ୍ରକ ବାସୁଦେବପୁର ଅଂଚଳରେ । ସେ ଭୁବନେଶ୍ୱରରେ ଖାରବେଳନଗର ଥାନା ଅଂଚଳରେ ଥିବା ମଧୁସୂଦନ ନଗରରେ ରହୁଥିଲା l ନକଲି ପରିଚୟ ପତ୍ର ଦେଖାଇ ଲୋକଙ୍କୁ ଚାକିରି ଦେବା ନାଁରେ ଠକୁଥିଲା। ତା ନିକଟରୁ ପୋଲିସ ୟୁନିଫର୍ମ, ନକଲି ଆପଏଣ୍ଟମେଣ୍ଟ ଲେଟର, ୨ ଲକ୍ଷରୁ ଅଧିକ ନକଲି ଟଙ୍କା, ନକଲି ପୋଲିସ ଆଇ କାର୍ଡ ,କାର, ମୋବାଇଲ ଫୋନ ଜବତ ହୋଇଛି l
#ରାଜଧାନୀରେ_ନକଲି_ପୋଲିସ
-ଭୁବନେଶ୍ବର: ନକଲି ପୋଲିସକୁ ଧରିଲା ଅସଲି ପୋଲିସ
-ଜଣେ ନିଜକୁ DSP ଓ ଆଉ ଜଣେ ନିଜକୁ କନଷ୍ଟେବଲ୍ କହୁଥିଲେ
-ନକଲି DSP ହେଉଛନ୍ତି ମାନସ ରଞ୍ଜନ ସେନାପତି, ଘର ବାସୁଦେବପୁର
-ଚେକିଂ ବ୍ଲକିଂ ବେଳେ ଧରିଲା ସହିଦ ନଗର ଥାନା ପୋଲିସ#Bhubaneswar#Fakepolice#Odisha#OTVpic.twitter.com/nVHBCyjHDF— ଓଟିଭି (@otvkhabar) March 24, 2025
ସେହିପରି ଜଣେ ନକଲି କନଷ୍ଟେବଲକୁ ମଧ୍ୟ ଗିରଫ କରାଯାଇଛି । ତା’ ର ନାଁ ଆଶିଷ ସ୍ୱାଇଁ ଓ ଘର ପିପିଲି ଅଞ୍ଚଳରେ । ଏହି ଦୁଇଜଣ ପୋଲିସ ପରିଚୟ ଦେଇ ଅନେକ ଲୋକଙ୍କୁ ଚାକିରି କରିଦେବେ ବୋଲି କହି ଠକିଥିବା ଅଭିଯୋଗ ହୋଇଛି। ସହିଦ ନଗର ଅଞ୍ଚଳରୁ ନାଇଟ ବ୍ଲକିଂ ଚେକିଂ ବେଳେ ଧରିଛି ପୋଲିସ। ଅଭିଯୁକ୍ତ ଠାରୁ ମିଳିଥିବା ଏକ ନକଲି ପୋଲିସ୍ ପରିଚୟ ପତ୍ରରେ ସବ୍-ଇନ୍ସପେକ୍ଟର ଓ ଭଦ୍ରକରେ ପୋଷ୍ଟିଂ ବୋଲି ଲେଖାଯାଇଛି । ଭଦ୍ରକର ତତ୍କାଳୀନ ଏସପି ଚରଣସିଂ ମୀନାଙ୍କ ଦସ୍ତଖତକୁ ମଧ୍ୟ ନକଲ କରାଯାଇଛି ।
ଏହି ପରିଚୟ ପତ୍ର ମିଳିବା ପରେ ପୋଲିସ୍ ଅଧିକ ତଦନ୍ତ ଆରମ୍ଭ କରିଛି । ଅସଲି ଭଳି ଦିଶୁଥିବା ଏହି ନକଲି ପରିଚୟ ପତ୍ର କେଉଁଠି ତିଆରି ହୋଇଛି ଓ ଏଥିରେ କେଉଁମାନେ ସଂପୃକ୍ତ, ସେ ନେଇ ତଦନ୍ତ କରାଯାଉଛି । ଏପରିକି କେବେଠାରୁ ଏହି କାର୍ଡ ସେ ତିଆରି କରିଛି ଓ କେତେ ଲୋକଙ୍କୁ ଠକିଛି, ସେ ନେଇ ମଧ୍ୟ ଖୋଲତାଡ ଆରମ୍ଭ ହୋଇଛି । ଜବତ ହୋଇଥିବା ନକଲି ଦୁଇ ଲକ୍ଷର ଉତ୍ସ ନେଇ ମଧ୍ୟ ଅଧିକ ପଚରାଉଚରା କରାଯାଉଛି ।
/odishatv-khabar/media/agency_attachments/2025/07/30/2025-07-30t051037428z-screenshot-2025-07-30-at-104031-am-2025-07-30-10-40-38.png)

/odishatv-khabar/media/media_files/2025/09/22/khabar-advertise-banner-2025-09-22-13-15-01.jpeg)