• Facebook
  • Twitter
  • Instagram
  • LinkedIn
  • Youtube
  • Telegram
  • Koo
  • Read in English
Manoranjan Behera

ଆସନ୍ତାବର୍ଷ ଜାନୁଆରୀରେ ଇସ୍ରୋ ଲଞ୍ଚ କରିବ ୟୁରୋପୀୟ ମହାକାଶଯାନ । PSLV ରକେଟ ଦ୍ୱାରା ଏହା ମହାକାଶକୁ ଉତକ୍ଷେପଣ କରାଯିବ। ଇସ୍ରୋ ଲଞ୍ଚ କରୁଥିବା ଏହି ମହାକାଶଯାନର ନାଁ ରହିଛି ବିକିନି। ଏହା ୟୁରୋପୀୟ ଷ୍ଟାର୍ଟଅପ୍ ’ଦି ଏକ୍ସପ୍ଲୋରେସନ୍ କମ୍ପାନୀର ରି-ଏଣ୍ଟ୍ରି ଯାନ।

PSLV ରକେଟ ବିକିନି ମହାକାଶଯାନକୁ ନେଇ ପୃଥିବୀ ପୃଷ୍ଠର ୫୦୦ କିଲୋମିଟର ଉପରେ ନେଇ ଛାଡ଼ିବ। ସେଠାରୁ ଏହା ପୁଣି ପୃଥିବୀପୃଷ୍ଠକୁ ଫେରିବ। ଏହି ସମୟ ମଧ୍ୟରେ ଏହାର ରି-ଏଣ୍ଟ୍ରିକୁ ନେଇ ଅନେକ ଅନୁସନ୍ଧାନ କରାଯିବ। ବାୟୁମଣ୍ଡଳକୁ ଅତିକ୍ରମ କରି ଏହା ଶେଷରେ ସମୁଦ୍ରରେ ପଡିବ । ମହାକାଶଯାନ ବିକିନିର ଓଜନ ମାତ୍ର ୪୦ କେଜି ରହିଛି । ମହାକାଶରେ ଡେଲିଭରୀ ପହଞ୍ଚାଇବ ହେଉଛି ଏହାର ମୂଳ ଉଦ୍ଦେଶ୍ୟ ।

ମହାକାଶରେ ଡେଲିଭରି ପାଇଁ ଏକ୍ସପ୍ଲୋରେସନ୍ କମ୍ପାନୀ ଅନାବରତ ଚେଷ୍ଟା କରୁଛି। ଯଦି ବିକିନି ମହାକାଶଯାନର ପରୀକ୍ଷଣ ଆସନ୍ତା ଜାନୁଆରୀରେ ସଫଳ ହୁଏ । ତେବେ କମର୍ସିଆଲ ମହାକାଶ ଯାତ୍ରା କ୍ଷେତ୍ରରେ ନୂଆ ଦ୍ୱାର ଖୋଲିବ। ଅର୍ଥାତ ମହାକାଶକୁ କମ୍ ଖର୍ଚ୍ଚରେ ଯେ କୌଣସି ସାମଗ୍ରୀର ଡେଲିଭରୀ ସମ୍ଭବ ହୋଇପାରିବ।